ETV Bharat / city

ଅର୍ଥ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା, ହିତାଧିକାରୀଙ୍କ ଅନୁପସ୍ଥିତିରେ ମିଳିପାରିବ ପେନସନ - pensioners

ପେନସନ ପାଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଅର୍ଥ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଣିକି ପେନସନ ପାଉଥିବା ବ୍ୟକ୍ତିଙ୍କ ଅନୁପସ୍ଥିତିରେ ସେମାନଙ୍କ ପରିବାର ଲୋଙ୍କ ପେନସନ ଯୋଗାଇ ଦିଆଯାଇ ପାରିବ। ଅଧିକ ପଢ଼ନ୍ତୁ...

ଅର୍ଥ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା, ପେନସନଭୋଗୀଙ୍କ ଅନୁପସ୍ଥିତିରେ ମିଳିପାରିବ ପେନସନ

author img

By

Published : Nov 4, 2020, 10:31 PM IST

ଭୁବନେଶ୍ବର: କୋରୋନା ମହାମାରୀ ସମୟରେ ପେନସନ ତଥା ପାରବାରିକ ପେନସନ ପାଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଅର୍ଥ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଣିକି ପେନସନ ପାଉଥିବା ବ୍ୟକ୍ତିଙ୍କ ଅନୁପସ୍ଥିତିରେ ସେମାନଙ୍କ ପରିବାର ଲୋଙ୍କ ପେନସନ ଯୋଗାଇ ଦିଆଯାଇ ପାରିବ। ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅର୍ଥ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା, ପେନସନଭୋଗୀଙ୍କ ଅନୁପସ୍ଥିତିରେ ମିଳିପାରିବ ପେନସନ
ଅର୍ଥ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା, ପେନସନଭୋଗୀଙ୍କ ଅନୁପସ୍ଥିତିରେ ମିଳିପାରିବ ପେନସନ

ମହାମାରୀର ସମୟରେ ରାଜ୍ୟ ସରକାରଙ୍କ ୫ଟି ଏବଂ ‘ମୋ ସରକାର’ ଅଧୀନରେ ଏହି ନିୟମକୁ କାର୍ଯ୍ୟକାରୀ କରାଯାଇଛି। ପେନସନ ତଥା ପରିବାର ପେନସନ ଭୋଗୀମାନଙ୍କୁ ହାତ ପାହାନ୍ତାରେ ସେବା ଯୋଗାଇ ଦେବାକୁ ଏହି ନିୟମ କରାଯାଇଥିବା ନେଇ ସୂଚନା ଦିଆଯାଇଛି।

ଏହାସହ ବାର୍ଷିକ ଜୀବନ ପ୍ରମାଣପତ୍ର, ବାର୍ଷିକ ପୁନଃବିବାହ ଓ ଅବିବାହିତ ସମ୍ବନ୍ଧୀୟ ଘୋଷଣାନାମା ଦାଖଲ ପାଇଁ ସମୟ ସୀମାକୁ ବୃଦ୍ଧି କରାଯାଇଛି। ଚଳିତ ବର୍ଷ ନଭେମ୍ବର ମାସ ସୁଦ୍ଧା ବାର୍ଷିକ ନିୟୋଜନ ସମ୍ବନ୍ଧୀୟ ପ୍ରମାଣପତ୍ର ଦାଖଲ ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା। ତେବେ ଏହାକୁ ମେ' ମାସ ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଥମ ଥର ପାଇଁ ପେନସନ୍‌ ଗ୍ରହଣକାରୀଙ୍କ ଅନୁପସ୍ଥିତରେ ଗ୍ରାଚୁଇଟି ଏବଂ କମୁ୍ୟଟେଡ୍‌ ପେନସନ୍‌ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଆବଶ୍ୟକୀୟ ପ୍ରମାଣ ପତ୍ରକୁ 2021 ମେ' ମାସ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି।

ଏହାସହ ରାଜ୍ୟର ପେନସନ ଭୋଗୀମାନଙ୍କୁ ଅନୁରୋଧ କରାଯାଇଛି ଯେ, ସେମାନେ ନିଜର ସ୍ବାସ୍ଥ୍ୟର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ଓ ରାଜ୍ୟ ସରକାରଙ୍କ କୋଭିଡ୍‌ ନିୟମ ପାଳନ କରନ୍ତୁ। ନିଜର ବାର୍ଷିକ ଜୀବନ ପ୍ରମାଣ ପତ୍ର ନଭେମ୍ବର ୨୦୨୦ ପରିବର୍ତ୍ତେ ମେ 2021ରେ ଦାଖଲ କରନ୍ତୁ। ଏଥିପାଇଁ ନିଜର ପେନସନ ପ୍ରଦାନକାରୀ ସଂସ୍ଥା ଯଥା ଟ୍ରେଜେରୀ ଓ ବ୍ୟାଙ୍କ ଏହି ପ୍ରମାଣ ପତ୍ର ଦାଖଲ କରିବାକୁ ନିବେଦନ କରାଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.