ETV Bharat / city

ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ମୋବାଇଲ ଭ୍ୟାନରେ ଟୀକାକରଣ

author img

By

Published : Oct 5, 2021, 1:25 PM IST

Updated : Oct 5, 2021, 1:58 PM IST

ଦିବ୍ୟାଙ୍ଗଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା, ଘରକୁ ଘର ବୁଲି ମୋବାଇଲ ଭ୍ୟାନରେ ଦିଆଯିବ ଟିକା। ଅଧିକ ପଢନ୍ତୁ...

ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା,  ମୋବାଇଲ ଭ୍ୟାନରେ ଟୀକାକରଣ

ଭୁବନେଶ୍ବର: ଆହୁରି ସହଜ ହେବ ଟୀକାକରଣ । ଯେଉଁ ମାନେ ଟିକା ନେବା ପାଇଁ କେନ୍ଦ୍ରକୁ ଯାଇପାରୁନାହାନ୍ତି ସେମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଆରମ୍ଭ କରିବ ସ୍ବାସ୍ଥ୍ୟ ବିଭାଗ । ଏଣିକି ଘରକୁ ଘର ବୁଲି ମୋବାଇଲ ଭ୍ୟାନରେ ଟିକା ଦିଆଯିବ । ଶାରୀରିକ ଅକ୍ଷମ, ଶଯ୍ୟାଶାୟୀ, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ଲାଗି ଏହି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି ।

ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ମୋବାଇଲ ଭ୍ୟାନରେ ଟୀକାକରଣ

ତେବେ ଖୁବଶୀଘ୍ର ଏହି ସୁବିଧା ଉପଲବ୍ଧ ହେବ । ଏନେଇ ଆଜି ସନ୍ଧ୍ୟା ଶୁଦ୍ଧା ଏକ ହେଲ୍ପ ଲାଇନ ନମ୍ବର ଜାରି କରାଯିବ । ସେମାନେ ଏହି ନମ୍ବରରେ କଣ୍ଟାକ୍ଟ କରିବା ପରେ ଘରକୁ ମୋବାଇଲ ଭ୍ୟାନ ପହଞ୍ଚିବ ଓ ଟୀକାକରଣ କରାଯିବ, ଏଥିପାଇଁ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି ।

ରାଜ୍ୟରେ ଗତ ମାସ ରେ 85 ଲକ୍ଷ ଟୀକାକରଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 3 କୋଟି 16 ଲକ୍ଷ ଟୀକାକରଣ ସରିଛି। ତେବେ ଏ ଯାଏଁ ମୋଟ 73 ପ୍ରତିଶତ ହିତାଧିକାରୀ ପ୍ରଥମ ଡୋଜ ନେଇ ସାରିଛନ୍ତି । ସେହିପରି 29 ପ୍ରତିଶତ ଡବଲ ଡୋଜ ନେଇଛନ୍ତି । ଡିସେମ୍ବର ସୁଧା ପ୍ରଥମ ଡୋଜ ଟୀକାକରଣ ସାରିବାକୁ ଲକ୍ଷ ରଖାଯାଇଛି । ଯେଉଁ ମାନେ ଟିକା ନେବା ପାଇଁ ଟୀକାକରଣ କେନ୍ଦ୍ରକୁ ଯାଇ ପାରୁନାହାନ୍ତି ତାଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ଏକ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରୁଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Oct 5, 2021, 1:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.