ETV Bharat / city

ଗର୍ଭବତୀଙ୍କ ଟୀକାକରଣ ପୂର୍ବରୁ ସ୍ବତନ୍ତ୍ର ବ୍ୟବସ୍ଥା ଆବଶ୍ୟକ: ସ୍ୱାସ୍ଥ୍ୟ ବିଶେଷଜ୍ଞ

author img

By

Published : Jul 3, 2021, 4:55 PM IST

ଗର୍ଭବତୀଙ୍କୁ ଦିଆଯିବ କୋରୋନା ଟିକା । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଥିବାବେଳେ ଗର୍ଭବତୀଙ୍କୁ ଟିକା ଦେବା ପୂର୍ବରୁ ଟିକା କେନ୍ଦ୍ରରେ ସମସ୍ତ ପ୍ରକାରର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଅଧିକ ପଢନ୍ତୁ...

ଗର୍ଭବତୀଙ୍କ ଟୀକାକରଣ ପୂର୍ବରୁ ସ୍ବତନ୍ତ୍ର ବ୍ୟବସ୍ଥା ଆବଶ୍ୟକ: ସ୍ୱାସ୍ଥ୍ୟ ବିଶେଷଜ୍ଞ
ଗର୍ଭବତୀଙ୍କ ଟୀକାକରଣ ପୂର୍ବରୁ ସ୍ବତନ୍ତ୍ର ବ୍ୟବସ୍ଥା ଆବଶ୍ୟକ: ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ବର: ଗର୍ଭବତୀଙ୍କୁ ଦିଆଯିବ କୋରୋନା ଟିକା । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଥିବାବେଳେ ଗର୍ଭବତୀଙ୍କୁ ଟିକା ଦେବା ପୂର୍ବରୁ ଟିକାକେନ୍ଦ୍ରରେ ସମସ୍ତ ପ୍ରକାରର ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

ଗର୍ଭବତୀ ମହିଳାମାନେ କୋ-ଉଇନ ପୋର୍ଟାଲରେ ପଞ୍ଜିକରଣ କରି ଟିକା ନେଇପାରିବେ । ସେମାନେ ଟିକା ନେଲେ କୌଣସି କ୍ଷତି ଘଟୁନାହିଁ କି ପିଲାଙ୍କ ସ୍ବାସ୍ଥ୍ୟରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଅଧ୍ୟୟନରୁ ଜଣାପଡିଛି । ସରକାର ଗର୍ଭବତୀ ମହିଳାଙ୍କ ପାଇଁ ଟିକା କେନ୍ଦ୍ରରେ ଭଲ ଭାବରେ ପ୍ରସ୍ତୁତି କରିବା ଆବଶ୍ୟକ।

ସେମାନଙ୍କୁ ସ୍ବତନ୍ତ୍ର ଭାବେ ଟୀକାକରଣ କରାଯିବା ଉଚିତ। ଯାହା ଫଳରେ ସେମାନେ ଭିଡ ମଧ୍ୟକୁ ଆସିବେ ନାହିଁ। ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଡ୍ରାଇଭ କରିବା ଆବଶ୍ୟକ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର। ମହିଳା ମାନେ ଟିକା ନେଇ ପାରିବେ। କୌଣସି କାରଣରୁ ମହିଳା ଯଦି ଗର୍ଭାବସ୍ଥାରେ ଥିବ, ତେବେ ସଂକ୍ରମଣ ହେଲେ ଉଭୟ ପିଲା ଓ ମାଆକୁ କ୍ଷତି ପହଞ୍ଚିପାରେ । ତେଣୁ ଗର୍ଭବତୀ ମହିଳାଙ୍କ ଟୀକାକରଣକୁ ବହୁ ପରୀକ୍ଷା ନିରୀକ୍ଷା କରି ଏପରି ପଦକ୍ଷେପ ନିଆଯାଇଛି । ସେମାନେ ଗୁରୁତର ହେବାର ଆଶଙ୍କା କମ ରହିଛି ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.