ଭୁବନେଶ୍ବର: ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ରାଷ୍ଟ୍ରୀୟ ଗୌରବ ସମ୍ମାନ । ମଧ୍ୟ ପ୍ରଦେଶ- ଛତିଶଗଡ-ତ୍ରିପୁରା ରାଜ୍ୟପାଳ କୃଷ୍ଣ ମୋହନ ସେଠ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ତେବେ ଏହି ସମ୍ମାନକୁ ଓଡିଶାବାସୀଙ୍କୁ ଉତ୍ସର୍ଗ କରିଛନ୍ତି ବାଚସ୍ପତି ।
ରାଷ୍ଟ୍ରୀୟ ଗୌରବ ସମ୍ମାନରେ ସମ୍ମାନିତ ହେବା ପରେ ବାଚସ୍ପତି ଏଥିଲାଗି ରାଜ୍ୟପାଳ (ମଧ୍ୟ ପ୍ରଦେଶ- ଛତିଶଗଡ-ତ୍ରିପୁରା) କୃଷ୍ଣମୋହନ ସେଠଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହାସହ ସେ କହିଛନ୍ତି, ‘ମୁଁ ଏହି ସମ୍ମାନକୁ ମୋ ପ୍ରିୟ ଓଡିଶାବାସୀଙ୍କ ପାଖରେ ଉତ୍ସର୍ଗ କରୁଛି ଯାହାଙ୍କ ସହଯୋଗ ଏବଂ ଆଶୀର୍ବାଦ ବିନା ସଫଳତା ହାସଲ କରିବା ଅସମ୍ଭବ’ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ