ETV Bharat / city

Odisha Legislative Council Resolution: କେନ୍ଦ୍ରକୁ ଚିଠି ଲେଖିଲେ ବାଚସ୍ପତି

author img

By

Published : Feb 15, 2022, 12:08 PM IST

ଓଡି଼ଶା ବିଧାନ ପରିଷଦ ଗଠନ ପାଇଁ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନଥିବା ପ୍ରସଙ୍ଗ । କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ୨ଟି ଚିଠି ଲେଖିଲେ ବାଚସ୍ପତି । ଅଧିକ ପଢନ୍ତୁ

Odisha Legislative Council Resolution: କେନ୍ଦ୍ରକୁ ଚିଠି ଲେଖିଲେ ବାଚସ୍ପତି
Odisha Legislative Council Resolution: କେନ୍ଦ୍ରକୁ ଚିଠି ଲେଖିଲେ ବାଚସ୍ପତି

ଭୁବନେଶ୍ବର: ଓଡି଼ଶା ବିଧାନ ପରିଷଦ ଗଠନ ପାଇଁ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଯାଇନଥିବା ପ୍ରସଙ୍ଗ । ସଂସଦରେ ଭୁଲ ତଥ୍ୟ ନେଇ ମନ୍ତ୍ରୀଙ୍କୁ ଆଜି(ମଙ୍ଗଳବାର) ଦୁଇଟି ଚିଠି ଲେଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ପ୍ରଥମ ଚିଠିରେ 2018 ର ଦିଆଯାଇଥିବା ସମସ୍ତ ତଥ୍ୟକୁ ସଂଲଗ୍ନ କରି ପଠାଯାଇଥିବା ବେଳେ ଦ୍ଵିତୀୟ ଚିଠିଟି କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଲେଖିଛନ୍ତି ବାଚସ୍ପତି ।

କେନ୍ଦ୍ରକୁ ଚିଠି ଲେଖିଲେ ବାଚସ୍ପତି

ଏହା ବି ପଢନ୍ତୁ: Odisha Legislative Council Resolution: କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖିବେ ବାଚସ୍ପତି

ଏଥିରେ ବାଚସ୍ପତି ଉଲ୍ଲେଖ କରିଛନ୍ତି ଯେ 2018 ରେ ବିଧାନସଭା ପକ୍ଷରୁ ଦିଆଯାଇଥିବା ଚିଠି କିପରି ପହଞ୍ଚିନାହିଁ ଏବଂ ବିଭାଗ ନିକଟରେ ସେ ସଂକ୍ରାନ୍ତରେ ଏକ ଅନୁଧ୍ୟାନ କରିବା ପାଇଁ ଅନୁରୋଧ କରିଛନ୍ତି ବାଚସ୍ପତି । ତେବେ ସୂଚନା ଥାଉ କି ଓଡ଼ିଶାରେ ବିଧାନ ପରିଷଦ ପାଇଁ ୨୦୧୫ରୁ ଚେଷ୍ଟା କରାଯାଉଛି । ଏନେଇ ବିଧାୟକ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । ୨୦୧୫ ଜାନୁୟାରୀ ୧୯ ତାରିଖରେ ଏହି କମିଟିର ପ୍ରଥମ ବୈଠକ ବସିଥିଲା ।

ଏହା ବି ପଢନ୍ତୁ: ବିଧାନ ପରିଷଦ ପାଇଁ ୨୦୧୮ରୁ କେନ୍ଦ୍ରକୁ ଯାଇଛି ପ୍ରସ୍ତାବ: ବାଚସ୍ପତି

ବିଭିନ୍ନ ରାଜ୍ୟ ଗସ୍ତ ପରେ ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା । ୨୦୧୮ ମସିହା ସେପ୍ଟେମ୍ବର ୬ରେ ବିଧାନ ପରିଷଦ ସଂକଳ୍ପ ବିଧାନସଭାରେ ପାରିତ ହୋଇଥିଲା । ମାତ୍ର ଓଡି଼ଶା ବିଧାନ ପରିଷଦ ଗଠନ ପାଇଁ ରାଜ୍ୟସଭାରେ ବିଜେଡି଼ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କହିଥିଲେ ଯେ, ବିଧାନ ପରିଷଦ ଗଠନ ପାଇଁ ଓଡି଼ଶା ସରକାରଙ୍କ ଠାରୁ କୌଣସି ପ୍ରସ୍ତାବ ଆସିନାହିଁ । କିନ୍ତୁ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଠାରୁ ସୂଚନା ସଂଗ୍ରହ ଚାଲିଛି । କେନ୍ଦ୍ରମନ୍ତ୍ରୀଙ୍କ ଏହି କଥା ରାଜ୍ୟବାସୀ ଓ ଓଡ଼ିଶା ସରକାରଙ୍କୁ ଚକିତ କରିଛି ବୋଲି କହିଥିଲେ ବାଚସ୍ପତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.