ଭୁବନେଶ୍ବର: ଆସନ୍ତା ଅଢେଇ ବର୍ଷ ମଧ୍ୟରେ ଶେଷ ହେବ ବିଧାୟକଙ୍କ ପାଇଁ ନିର୍ମିତ ଭୂତଳ ପ୍ରସାଦ। ବିଧାୟକ କ୍ବାର୍ଟର ଅଗ୍ରଗତି ନେଇ ଏହା ନିର୍ମାଣ କରାଯାଉଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଓବିସିସି ଚିଫ ଇଞ୍ଜିନିୟରଙ୍କୁ ଦିଆଯାଇଛି ୫୦ କୋଟି ଟଙ୍କା । ଅବଶିଷ୍ଟ ୨୨୫ କୋଟି ଟଙ୍କା ଅର୍ଥବିଭାଗ ଦେବ। ଏଥିପାଇଁ ବଜେଟରେ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି ।
ବିଧାୟକ କ୍ବାର୍ଟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ବାଚସ୍ପତି । ସେ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବାଚସ୍ପତି କହିଛନ୍ତି ବିଧାୟକ କଲୋନୀରେ ଏବେ ବି ୭ ଜଣ ବିଧାୟକ କ୍ବାର୍ଟର ଛାଡିବେ। ସେମାନଙ୍କ ସହ ଫୋନ ଯୋଗେ ଆଲୋଚନା କରାଯାଇଛି । ଚଳିତ ମାସ ୧୮ରୁ ୨୫ ମଧ୍ୟରେ ସମସ୍ତେ ଘର ଛାଡିବେ। ଏହା ପରେ ପୁରୁଣା ଭଙ୍ଗାଯିବ। କ୍ବାର୍ଟର ନିର୍ମାଣ ପାଇଁ ଟେଣ୍ଡର ସରିଛି । ବଡ଼ ବଡ଼ କମ୍ପାନୀ ଅଂଶଗ୍ରହଣ କରିଛନ୍ତି ।
୧୫ ଦିନ ମଧ୍ୟରେ ଫାଇନାଲ କରି କାର୍ଯ୍ୟାଦେଶ ଦିଆଯିବ। ମୋଟ ୩୦୦ କ୍ବାର୍ଟର ନିର୍ମାଣ କରାଯିବ। କିଛି କ୍ବାଟର ୧୧ ମହଲା କିଛି ୧୦ ମହଲା ହେବ। ୧୩୦ ଟି କ୍ବାଟର ବିଧାୟକଙ୍କ ପାଇଁ ରହିବ। ୧୦୫ ଟି Type –VII ଓ 25 ଗୋଟି - Type –V କ୍ବାର୍ଟର ରହିବ। ଆଇଏଏସ ଅଧିକାରୀଙ୍କ ପାଇଁ ବି କିଛି କ୍ବାର୍ଟର ରହିବ। ଏହି ବିଲ୍ଡିଂରେ ମାର୍କେର କମ୍ପ୍ଲେକ, ମେଡ଼ିକାଲ ବ୍ୟବସ୍ଥା, ୨ ହଜାର ଲୋକ ଭୋଜି ଖାଇବା ପରି ବ୍ୟବସ୍ଥା ସହ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ ବୋଲି ଜଣାପଡ଼ିଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ