ଭୁବନେଶ୍ବର: କଳା, ସାହିତ୍ୟ, ସଂସ୍କୃତି ଓ ସମାଜ ସେବାରେ ପାରଦର୍ଶିତା ଅର୍ଜନ କରିଥିବା ୨୫ ଜଣ ପ୍ରତିଭାଙ୍କୁ ଉତ୍କଳ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି ଅଭିନୟ ଜଗତର ପାରଦର୍ଶିତା ଅର୍ଜନ କରିଥିବା ୧୫ ସିନେ ତାରକାଙ୍କୁ ସିନେ ତାରକା ସମ୍ମାନ ପ୍ରଦାନ କରାଯାଇଛି । ଗୀତ ଗୋବିନ୍ଦ ସଦନରେ ସମ୍ପର୍ନ୍ନ ହୋଇଛି ଏହି ସମ୍ମାନ ଉତ୍ସବ । ପ୍ରେରଣା ଇଣ୍ଟରନ୍ଯାସନାଲ ଗ୍ରୀନ ଆର୍ମି ଓ ନିଉ ଥିକିଙ୍ଗ ଫୋରୁମ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେଇ ପ୍ରତିଭାମାନଙ୍କୁ ସମ୍ମାନିତ କରିଥିଲେ । ଏଭଳି ଏକ ସମ୍ମାନ ପ୍ରତିଭାବାନ ବ୍ୟକ୍ତିଙ୍କୁ ଆଉ ପାଦେ ଆଗକୁ ନେବାକୁ ସହାୟକ ହେବ । ତେବେ ପୁରସ୍କୃତ ହୋଇଥିବା ବ୍ୟକ୍ତିତ୍ବମାନେ ଏଭଳି ସମ୍ମାନ ଲାଭ କରି ବେଶ ଖୁସି ବ୍ୟକ୍ତ କରିଛନ୍ତି । ଏ ଅବସରରେ ବାଚସ୍ପତି ମଧ୍ୟ ନିଜ ପ୍ରତିକ୍ରିୟା ରଖିଥିଲେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ