ଭୁବନେଶ୍ବର: ନିରୋଗ ଜୀବନଯାପନ ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଦେଲେ ଫିଟନେସ ମନ୍ତ୍ର । ରାତି ୪ଟାରୁ ଉଠି ନିଜକୁ ଫିଟ୍ ରଖିବା କାର୍ଯ୍ୟରେ ଲାଗି ଯାଆନ୍ତି ବାଚସ୍ପତି । ଗତ ୪ମାସ ହେଲା କେବଳ ଜୈବିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଉଛନ୍ତି । ଆମିଷ ହେଉ ଅବା କ୍ଷୀର ଦହି ଭଳି ଖାଦ୍ୟ ଠାରୁ ଦୂରେଇ ରହିଛନ୍ତି ବାଚସ୍ପତି ।
ପୂର୍ବାପେକ୍ଷା ସେ ଅଧିକ ଫିଟ୍ ଅନୁଭବ କରୁଥିବା କଥା କହିଛନ୍ତି । ଏପରିକି ଡାଇବେଟିସ, ହାର୍ଟ ସମସ୍ୟା ଭଳି ଅନେକ ରୋଗ ତାଙ୍କଠୁ ଦୂରେଇ ଯାଇଛି । ସକାଳେ ପାଣି କଖାରୁ ଜୁସ୍, ମାଳ ହଳଦୀ ପାଣି, ସକାଳ ଜଳଖିଆରେ ଗଜାମୁଗ, ପିସ୍ତା ଖାଇଥାନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ମଧ୍ୟାହ୍ନରେ ପରିବା ସିଝା, ରାତି ଖାଦ୍ୟରେ ଫଳ ଖାଇଥାନ୍ତି ବାଚସ୍ପତି ।
ସୁସ୍ଥ ରହିବାକୁ ମାଟି ସ୍ନାନ କରିଥାନ୍ତି । ଏହାଦ୍ବାରା ତାଙ୍କ ଦେହ ଟକ୍ସିନ୍ ଫ୍ରି' ରହିବାରେ ସହାୟକ ହେଉଛି । ଆଜି ଏହାର ଏକ ଚିତ୍ର ମଧ୍ୟ ଦେଖିବାକୁ ମିଳିଛି ।
ଭୁବନେଶ୍ବର ସଞ୍ଜୀବ କୁମାର ରାୟ, ଇଟିଭି ଭାରତ