ଭୁବନେଶ୍ବର:ବିଧାନସଭାରେ ଉଠିଲା ବଲିଉଡ ଅଭିନେତା ସୋନୁ ସୁଦଙ୍କ କଥା । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କିପରି କୋଭିଡ୍ ସମୟରେ ଅଭିନେତା ସୋନୁ ସୁଦ୍ ଓଡିଶାର ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି ସେ କଥା କହିଛନ୍ତି ।
କୋଭିଡ ସମୟରେ ତାମିଲନାଡୁର ଏର୍ଣ୍ଣାକୁଲମର ଏକ ଅନୁଷ୍ଠାନରେ 30 ହଜାର ଝିଅ ସିଲେଇ କରୁଥିଲେ । ସେମାନେ ଆସିନପାରି ସେଠାରେ ଫସି ରହିଥିବାବେଳେ ତାଙ୍କୁ କିପରି ସୋନୁ ସୁଦ ବସରେ ଓଡିଶା ଆଣିଥିଲେ ସେ ପ୍ରସଙ୍ଗ ଗୃହରେ ବାଚସ୍ପତି କହିଛନ୍ତି ।
ଦକ୍ଷତା ବିକାଶ ଉପରେ ଗୃହରେ ଆଲୋଚନା ଚାଲିଥିବା ସମୟରେ ବାଚସ୍ପତି ଏପରି କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ