ଭୁବନେଶ୍ବର: ସର୍ବଦଳୀୟ ବୈଠକକୁ ବିଜେପିର ବର୍ଜନ । ଗୃହ କାର୍ଯ୍ୟ ସ୍ବାଭାବିକ କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକରେ ଡାକିଥିଲେ ହେଲେ ଏହାକୁ ବର୍ଜନ କରିଛି ଦଳ ।
ଏନେଇ ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି, ଆଜି ଆମେ କଳାପଟି ପିନ୍ଧି ପ୍ରତିବାଦ କରିଛୁ ହେଲେ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ଆମକୁ କହିବାକୁ ସୁଯୋଗ ମିଳିଲାନି । ଅନ୍ୟପଟେ ସମିତିସଭ୍ୟ, ଜିଲ୍ଲା ପରିଷଦ ଓ RAMCO ସିମେଣ୍ଟ ଅଧିକାରୀଙ୍କ ବିରୋଧରେ 306 ବଦଳରେ 302 ଦଫା ଲଗାଯାଇ ଗିରଫ ଓ ଯାଜପୁର ଏସପିଙ୍କୁ ବହିଷ୍କାର କରିବାକୁ ଦଳ ଦୃଢ ଦାବି କରିଛି । ଏଥିସହ ଘଟଣାର ସିବିଆଇ ତଦନ୍ତ ନ ହେବା ଯାଏଁ ଏଭଳି ବିରୋଧ ଜାରି ରହିବ ବୋଲି ବିଜେପି କହିଛି। ଗତ 3 ଦିନ ଧରି ବାଚସ୍ପତି କହିବାକୁ ସୁଯୋଗ ନ ଦେବାରୁ ଆମେ ଗଲୁନି ବୋଲି ବିରୋଧୀ ଦଳ ନେତା କହିଛନ୍ତି।
ଭୁବନେଶ୍ବରରୁ ଅଜିତ ଦାଶ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ