ETV Bharat / city

ଟ୍ରେନ ଯାତ୍ରୀଙ୍କ ପାଇଁ ଦିଲ୍ଲୀ ଓ ଗୋଆ ସରକାରଙ୍କ ପକ୍ଷରୁ SOP ଜାରି

author img

By

Published : May 10, 2021, 7:23 PM IST

ଟ୍ରେନ ଦ୍ବାରା ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଦିଲ୍ଲୀ ଏବଂ ଗୋଆ ସରକାରଙ୍କ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ ଜାରି କରାଯାଇଛି । ଅଧିକ ପଢନ୍ତୁ...

ଟ୍ରେନ ଯାତ୍ରୀଙ୍କ ପାଇଁ ଦିଲ୍ଲୀ ଏବଂ ଗୋଆ ସରକାରଙ୍କ ପକ୍ଷରୁ SOP ଜାରି

ଭୁବନେଶ୍ବର: ଦିଲ୍ଲୀ ଏବଂ ଗୋଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଘୋଷଣା। ଟ୍ରେନ ଦ୍ବାରା ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଦିଲ୍ଲୀ ଏବଂ ଗୋଆ ସରକାରଙ୍କ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ (SOP) ଜାରି କରାଯାଇଛି।

ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରୁ ଟ୍ରେନ ଯୋଗେ ଦିଲ୍ଲୀ ଯାଉଥିବା ଏବଂ ଦେଶର ଯେକୌଣସି ସ୍ଥାନରୁ ଗୋଆ ଯାଉଥିବା ଯାତ୍ରୀମାନଙ୍କ ପାଇଁ ଉଭୟ ସରକାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ (SOP) ଜାରି କରିଛନ୍ତି। ଦେଶର ଯେକୌଣସି ସ୍ଥାନରୁ ଗୋଆର ଯେକୌଣସି ଷ୍ଟେସନକୁ ଯାଉଥିବା ଯାତ୍ରୀ ଗୋଆ ରାଜ୍ୟରେ ପ୍ରବେଶ କରିବାର 72 ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ଆରଟିପିସିଆର ରିପୋର୍ଟ କିମ୍ବା ଦୁଇଟି ଡୋଜ Covid19 ଟୀକା ନେଇଥିବା ପ୍ରମାଣ ପତ୍ର ଦର୍ଶାଇବା ଜରୁରୀ ଅଟେ। ନିମ୍ନ ପ୍ରଦତ୍ତ ବ୍ୟକ୍ତିବିଶେଷ ଗୋଆ ଯିବା ପାଇଁ ଛାଡ ପାଇବେ।

A. ଗୋଆ ରାଜ୍ୟର ବାସିନ୍ଦା ।

B. କାମ ପାଇଁ ଗୋଆରେ ପ୍ରବେଶ କରୁଥିବା ବ୍ୟକ୍ତି କାର୍ଯ୍ୟ ପ୍ରମାଣ ପତ୍ର / ନିଯୁକ୍ତିଦାତାଙ୍କଠାରୁ ଚିଠି ।

C . ମେଡିକାଲ ସେବାରେ ଜରୁରୀକାଳୀନ ପରିସ୍ଥିତି ପାଇଁ ବ୍ୟକ୍ତିମାନେ ।

ସେହିଭଳି ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରୁ ଦିଲ୍ଲୀ ଅଞ୍ଚଳକୁ ଯାଉଥିବା ଟ୍ରେନଗୁଡିକ ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦ୍ବାରା ଚିହ୍ନଟ ହୋଇଥିବା ସରକାରୀ ଅନୁଷ୍ଠାନିକ କ୍ଵାରେଣ୍ଟାଇନ ବା ଦେୟଯୁକ୍ତ କ୍ଵାରେଣ୍ଟାଇନରେ ବାଧ୍ୟତାମୂଳକ ଭାବେ 14 ଦିନ ପାଇଁ ରହିବାକୁ ପଡିବ । ଦୁଇଟି ଡୋଜ Covid19 ଟୀକା ନେଇଥିବା ପ୍ରମାଣ ପତ୍ର କିମ୍ବା ଯାତ୍ରା ପ୍ରାରମ୍ଭ ଦିନର 72 ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦର୍ଶାଇବା ଜରୁରୀ ଅଟେ ।

ଯଦି କୌଣସି ବ୍ୟକ୍ତିଙ୍କ ସହିତ ଘର କ୍ଵାରେଣ୍ଟିନରେ ପାଇଁ କୌଣସି ଉପଯୁକ୍ତ ସୁବିଧା ଉପଲବ୍ଧ ନଥାଏ, ତେବେ ସେ 7 ଦିନ ପାଇଁ ଚିହ୍ନିତ ଅନୁଷ୍ଠାନରେ/ଦେୟଯୁକ୍ତ କ୍ଵାରେଣ୍ଟିନ ଚୟନ କରିପାରିବେ | ଯଦି କୌଣସି ବ୍ୟକ୍ତି ପ୍ରମାଣ ପତ୍ର ଦେଖାଇ ନପାରିବେ ତେବେ ସେମାନଙ୍କୁ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଗୃହ କ୍ଵାରେଣ୍ଟିନ ସମ୍ବନ୍ଧୀୟ ପ୍ରୋଟୋକଲ SOP ଗୁଡ଼ିକର ଅନୁପାଳନ କ୍ଷେତ୍ରରେ ଏହିପରି ବ୍ୟକ୍ତିମାନଙ୍କୁ 7 ଦିନ ସରକାରୀ ଅନୁଷ୍ଠାନରେ କ୍ଵାରେଣ୍ଟାଇନରେ ରଖାଯିବ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.