ଭୁବନେଶ୍ବର: ଖୁବଶୀଘ୍ର ଗର୍ଭବତୀଙ୍କୁ ମିଳିବ ଟିକା । ଗର୍ଭବତୀଙ୍କ ଟୀକାକରଣ ପାଇଁ ଆସିଲା ଏସଓପି । ଟୀକାକରଣ କେନ୍ଦ୍ରରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।
ଜୁଲାଇ 15 ପରେ ଗର୍ଭବତୀଙ୍କୁ ଦିଆଯିବ ଟିକା । ତେବେ ଟିକା ପାଇଁ ଆସୁଥିବା ଗର୍ଭବତୀଙ୍କୁ ଧାଡିରେ ଛିଡା ହେବାକୁ ପଡିବ ନାହିଁ ।
ସ୍ବାସ୍ଥ୍ୟକର୍ମୀ, ଏଏନଏମ କର୍ମୀ ଓ ଅଙ୍ଗନବାଡି କର୍ମୀମାନେ ଗର୍ଭବତୀ ମହିଳାଙ୍କୁ ଟିକା ଦେବାକୁ ଜୁଲାଇ 15 ସୁଦ୍ଧା ଟ୍ରେନିଂ ସରିବ । ଏଏନଏମମାନେ ଗର୍ଭବତୀ ମହିଳାଙ୍କୁ ଟୀକାକରଣ ବାବଦରେ ବୁଝାଇବେ । ଗର୍ଭବତୀ ଟୀକାକରଣ ପାଇଁ ତାଲିକା ପ୍ରସ୍ତୁତ କରାଯିବ ।
ଗର୍ଭବତୀଙ୍କୁ ଟିକା କେନ୍ଦ୍ରକୁ ଆଣିବେ ଆଶାକର୍ମୀ । ଟୀକାକରଣ ପୂର୍ବରୁ ସମୟ ଏବଂ ତାରିଖ ନିର୍ଦ୍ଧାରଣ କରାଯିବ । ଟିକା ନେବା ପରେ ସେମାନଙ୍କୁ 30 ମିନିଟ୍ ଯାଏଁ ଅବଜରଭେସନରେ ରଖାଯିବ । ଯଦି କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଏ ତେବେ ଏନେଇ ତୁରନ୍ତ ଅବଗତ କରାଯିବ । ସ୍ତ୍ରୀ ପ୍ରସୂତି ବିଭାଗ ଏବଂ ଶିଶୁ ବିଭାଗକୁ ନେଇ କମିଟି ଗଠନ ହେବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ