ETV Bharat / city

+2 ପ୍ରାକ୍ଟିକାଲ ପରୀକ୍ଷା ପାଇଁ SOP ଜାରି, 25ରୁ ମିଳିବ ଆଡମିଟ କାର୍ଡ - ଆଡମିଟ କାର୍ଡ

ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ନମନ୍ତେ ଆଡମିଟ କାର୍ଡ ଓ ଏସଓପି ଜାରି ହୋଇଛି । 25ରୁ ୱେବସାଇଟରେ ମିଳିବ ଆଡମିଟ କାର୍ଡ । ଅଧିକ ପଢନ୍ତୁ...

ଯୁକ୍ତ 2 ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଏସଓପି ଜାରି

author img

By

Published : Jun 23, 2021, 8:29 AM IST

ଭୁବନେଶ୍ବର: ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କ ନମନ୍ତେ ଆଡିମିଟ କାର୍ଡ ଓ ଏସଓପି ଜାରି କରିଛି ଉଚ୍ଚ ପରିଷଦ ଶିକ୍ଷା ପରିଷଦ । ଆସନ୍ତା 25 ତାରିଖରୁ ଅନଲାଇନରେ Https://samsodisha.gov.in/Juniorweb.aspx ଲିଙ୍କରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ଛାତ୍ରଛାତ୍ରୀ ।

ଯୁକ୍ତ 2 ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଏସଓପି ଜାରି
ଯୁକ୍ତ 2 ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଏସଓପି ଜାରି

କୋରୋନା ମହାମାରୀ ପାଇଁ ରାଜ୍ୟରେ ଯୁକ୍ତ 2 ପରୀକ୍ଷା ବାତିଲ ହୋଇଥିବା ବେଳେ ଏବେ ମାଟ୍ରିକ ପରୀକ୍ଷାର ମାର୍କକୁ ନେଇ ମୂଲ୍ୟାୟନ। କରାଯିବ । ଯୁକ୍ତ 2 ପ୍ରାକ୍ଟିକାଲ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ପରିଷଦ ଏକ ଏସଓପି ଜାରି କରିଛି । ଏହି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ 25 ତାରିଖରୁ ଆଡମିଟ କାର୍ଡ ଉପଲବ୍ଧ ହେବ । ଯେଉଁ ପରୀକ୍ଷାର୍ଥୀମାନେ ଆଡମିଟ କାର୍ଡ ଡାଉନଲୋଡ କରି ପାରବେନି ସେମାନେ SOP ମାନି ନିଜ ନିଜ କଲେଜରୁ ଆଡମିଟ କାର୍ଡ ଆଣି ପାରିବେ ।

ଏହା ସହିତ ଜୁଲାଇ 7 ତାରିଖ ସୁଧା ନିଜ ନିଜ କଲେଜରେ ପ୍ରାକ୍ଟିକାଲ ପେପର ଦାଖଲ କରିବାତୁ ଏସଓପିରେ ଜାରି ହୋଇଛି । ଯଦି କୌଣସି କାରଣରୁ ନିଜେ ଯାଇପାରୁନାହାନ୍ତି ତେବେ ନିଜର କଲେଜ ଆଇକାର୍ଡ ଦେଇ ଅନ୍ୟ କାହା ମାଧ୍ୟମରେ ପ୍ରାକ୍ଟିକାଲ ପେପର ଦାଖଲ କରିପାରିବେ । ଆଡମିଟ କାର୍ଡ ସଂଗ୍ରହ ଓ ପ୍ରାକ୍ଟିକାଲ ପେପର ଦାଖଲ ସମୟରେ କୋଭିଡ ନିୟମ ମାନିବା ଉପରେ ଗୁରୁତ୍ବ ଦିଆଯାଇଛି ।

ପ୍ରାକ୍ଟିକାଲ୍ ରେକର୍ଡ,ପ୍ରୋଜେକ୍ଟ ରିପୋର୍ଟ ଦାଖଲ ପାଇଁ କୌଣସି ସମୟକୁ ଅନୁମତି ଦିଆଯିବ ନାହିଁ ତେଣୁ ପରୀକ୍ଷାର୍ଥୀମାନେ ଏ ଦିଗରେ ବହୁତ ସତର୍କ ରହିବା ଆବଶ୍ୟକ । ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଆଡମିଟ କାର୍ଡ ସଂଗ୍ରହ ବେଳେ ନିଜ ପୂର୍ବବର୍ଷ ମାର୍କସିଟ୍ ଏବଂ ଆଡମିଟକାର୍ଡର କପି କଲେଜ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.