ଭୁବନେଶ୍ବର: ପବିତ୍ର ପଣା ସଂକ୍ରାନ୍ତି ଓ ରମଜାନ ମାସ। ଏହି ଅବସରରେ କଟକଣାକୁ କଡାକଡି କଲା ଭୁବନେଶ୍ୱର ମହାନଗର ନିଗମ। ଏନେଇ ବିଏମସି ପକ୍ଷରୁ ଏସଓପି ଜାରି କରାଯାଇଛି।
କେବଳ ଧର୍ମାନୁଷ୍ଠାନ ଗୁଡିକରେ ବିଧି ରକ୍ଷା ମୁତାବକ ପୂଜାର୍ଚ୍ଚନା କରିବାକୁ ଅନୁମତି ରହିଛି। ମନ୍ଦିର ଭିତରକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଯିବାକୁ ଅନୁମତି ମିଳିବ ନାହିଁ। ସେହିପରି ମସଜିଦ ମଧ୍ୟରେ 50 ପ୍ରତିଶତ ଶ୍ରଦ୍ଧାଳୁଙ୍କୁ ନେଇ ପ୍ରାର୍ଥନା ସଭା କରିହେବ।
6 ଫୁଟ ବ୍ୟବାଧାନର ସାମାଜିକ ଦୂରତ୍ୱ, ହାତଧୁଆ ଓ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ଯଦି କୋଉଠି ମନ୍ଦିର ଖୋଲା ରହିଛି ବିଏମସି ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ