ETV Bharat / city

‘ଖୁବଶୀଘ୍ର ଭୁବନେଶ୍ବରରେ ଲାଗୁ ହେବ ଦୀର୍ଘମିଆଦୀ ପାର୍କିଂ ପଲିସି’ - ଭୁବନେଶ୍ବର ଖବର

ଆଗାମୀ 20 ବର୍ଷ ପାଇଁ ଭୁବନେଶ୍ବରରେ ଲାଗୁ ହେବ ଦୀର୍ଘମିଆଦୀ ପାର୍କିଂ ପଲିସି । ଏନେଇ ସ୍ମାର୍ଟସିଟି, ବିଏମସି, ବିଡିଏ, ଟ୍ରାଫିକ ପୋଲିସ ଏବଂ ଜର୍ମାନୀ କମ୍ପାନୀ ଜିଆଇଜେଡ ମିଳିତ ଉଦ୍ୟମରେ ଏକ ପାର୍କିଂ ପରିଚାଳନା କର୍ମଶାଳାର ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ...

od_bbsr_long run policy will be made in the capital regarding parking
ଖୁବ ଶୀଘ୍ର ଭୁବନେଶ୍ବରରେ ଲାଗୁ ହେବ ଦୀର୍ଘ ମିଆଦୀ ପାର୍କିଂ ପଲିସି
author img

By

Published : Feb 6, 2020, 10:43 PM IST

ଭୁବନେଶ୍ବର: ରାଜଧାନୀରେ ପାର୍କିଂ ନେଇ ଆରମ୍ଭ ହୋଇଯାଇଛି ମାନସମନ୍ଥନ । ଖୁବ ଶୀଘ୍ର ସ୍ମାର୍ଟସିଟିରେ ଲାଗୁ ହେବ ଦୀର୍ଘମିଆଦୀ ପାର୍କିଂ ପଲିସି । ଆଗାମୀ 20 ବର୍ଷ ଅର୍ଥାତ୍‌ 2040 ପର୍ଯ୍ୟନ୍ତ ଏହି ଦୀର୍ଘମିଆଦୀ ପାର୍କିଂ ପଲିସି ଲାଗୁ ହେବ ।

ଖୁବ ଶୀଘ୍ର ଭୁବନେଶ୍ବରରେ ଲାଗୁ ହେବ ଦୀର୍ଘ ମିଆଦୀ ପାର୍କିଂ ପଲିସି

ରାଜଧାନୀ ଭୁବନେଶ୍ବରର ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ରାସ୍ତାର ଦୁଇ ପାର୍ଶ୍ଵରେ ପାର୍କିଂ କରାଯିବା ଦ୍ବାରା ରୋଡ଼ ଜାମ୍‌ ଓ ଟ୍ରାଫିକ ଭଳି ସମସ୍ୟା ଉପୁଜୁଛି । ଏଥିପାଇଁ ପାର୍କିଂ ସ୍ଥଳକୁ ସୁବ୍ୟବସ୍ଥିତ କରି ତାର ସମସ୍ୟା ସମାଧାନ ନିମନ୍ତେ ସ୍ମାର୍ଟସିଟି, ବିଏମସି, ବିଡିଏ, ଟ୍ରାଫିକ ପୋଲିସ ଏବଂ ଜର୍ମାନୀ କମ୍ପାନୀ ଜିଆଇଜେଡ ମିଳିତ ଉଦ୍ୟମରେ ପାର୍କିଂ ପଲିସି ଏବଂ ତାର ସଠିକ ପରିଚାଳନାକୁ ନେଇ ଏକ ଦୀର୍ଘମିଆଦୀ ପ୍ଲାନ ପ୍ରସ୍ତୁତ କରାଯିବ । ଏନେଇ ଗୁରୁବାର ଭୁବନେଶ୍ବରରେ ଏକ ପାର୍କିଂ ପରିଚାଳନା କର୍ମଶାଳାର ଆୟୋଜନ କରାଯାଇଛି ।

ତେବେ ଏହି ପିଲିସି ଦ୍ବାରା ରାସ୍ତା ପାର୍ଶ୍ବରେ ପାର୍କିଂ କମ କରାଯାଇପାରିବ । ଲୋକେ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ 4 ଚକିଆ, 2 ଚକିଆ ଗାଡି ପରିବର୍ତ୍ତେ ସାଇକେଲ, ରିକ୍ସା ଓ ପବ୍ଲିକ୍‌ ବସରେ ଆସିବେ ସେ ନେଇ ସଚେତନତା କରାଯିବ । ସେହିଭଳି ସହରର ପ୍ରମୁଖ ସ୍ଥାନରେ ପାର୍କିଂ ୱେ ଚିହ୍ନଟ କରାଯିବ । କିଛି ସ୍ଥାନରେ ପାର୍କିଂ ସ୍ଥଳରେ ଗାଡି ମଟର ରଖିବା ପାଇଁ ଅଧିକ ଫି ନିଆଯିବ ତ ଆଉ କେଉଁଠି କମ୍‌ ମୂଲ୍ୟ ନିଆଯିବ । ଏହାଦ୍ବାରା ପାର୍କିଂ ଭିଡକୁ ନିୟନ୍ତ୍ରଣ କରାଯାଇପାରିବ । ତେବେ ଏହି ପଲିସିରେ ଯେଉଁ ପାର୍କିଂ ସ୍ଥଳ ଗୁଡିକ ନିର୍ଦ୍ଧାରଣ କରାଯିବ ସେଗୁଡିକ ମୋବାଇଲ ଆପରେ ମାଧ୍ୟମରେ ଜଣାପଡିବ ।

ଅନ୍ୟପଟେ ଏହି ପାର୍କିଂ ପଲିସି କଣ ହେବ, କେଉଁଠି ପାର୍କିଂର ଆବଶ୍ୟକ ରହିଛି ସେ ସମ୍ପର୍କରେ ସବିଶେଷ କର୍ମଶାଳାରେ ଆୟୋଜନ କରାଯାଇଥିବା ନେଇ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି । ଭୁବନେଶ୍ବର ଟ୍ରାଫିକ୍‌ ଡିସିପି ସାଗରିକା ନାଥଙ୍କ ସୂଚନାନୁସାରେ ସ୍ମାର୍ଟସିଟିରେ ସ୍ମାର୍ଟ ଟ୍ରାଫିକ ନେଇ ମାନସମନ୍ଥନ ହୋଇଛି । ପାର୍କିଂ କରିବା କାହାର ଜନ୍ମସିଦ୍ଧ ଅଧିକାର ନୁହେଁ । ଯାନବାହନ ଚଳାଚଳ ପାଇଁ ରାସ୍ତା ହୋଇଛି, ଗାଡି ପାର୍କିଂ ପାଇଁ ନୁହେଁ । ତେଣୁ ରାସ୍ତାରେ ପାର୍କିଂ ଉପରେ ଲଗାମ ଦେବାକୁ ଆୟୋଜିତ ଏହି କର୍ମଶାଳାରେ ଆଲୋଚନା ହୋଇଥିଲା ।

ସେହିପରି ବର୍ତ୍ତମାନର ପାର୍କିଂ ସମସ୍ୟା କଣ ରହିଛି ଏବଂ ଆଗକୁ କିଭଳି ଏହାର ସମାଧାନ କରାଯିବ ତାହା ଉପରେ ଜିଆଇଜେଡ ସହ ଅନ୍ୟ ଏଜେନ୍ସି ଗୁଡିକ ପାର୍କିଂ ପ୍ରକଳ୍ପର ଡେମୋ ଦେଖାଇଛନ୍ତି । ଏନେଇ ଜନସାଧାରଣଙ୍କ ଠାରୁ ମତାମତ ନିଆଯିବ । ଏହା ପରେ ଏକ କମିଟି ଗଠନ କରାଯାଇ ପଲିସି କାର୍ଯ୍ୟକ୍ଷମ କରାଯିବା ନେଇ ସ୍ଥିର କରାଯିବ ଏବଂ ସରକାରଙ୍କୁ ଦିଆଯିବ ।

ସେପଟେ ଆଇଟିଡିପି କମ୍ପାନୀର ପାର୍କିଂ ଏକ୍ସପର୍ଟ ଶ୍ରେୟା ଗଣପତି କହିଛନ୍ତି, ପାର୍କିଂ କୌଣସି ସ୍ମାର୍ଟ ସହର ପାଇଁ ଏକ ବଡ ଚ୍ୟାଲେଞ୍ଜ । ଯେଉଁଠି ଅଧିକ ପାର୍କିଂ ସ୍ଥଳ ସେଠାରେ ଅଧିକ ଟ୍ରାଫିକ ସମସ୍ୟା । ମଲ୍ଟିଲେବଲ ପାର୍କିଂ ବେସରକାରୀ ସ୍ତରରେ ହେବାର ଆବଶ୍ୟକତା ରହିଛି । ପାର୍କିଂ ଭଳି ଏକ ବଡ ସମସ୍ୟା ମାନସିକତା ପରିବର୍ତ୍ତନ ହେଲେ ଦୂରେଇ ହେବ । ଭୁବନେଶ୍ବରରେ ପାର୍କିଂ ବଡ ସମସ୍ୟା । ପାର୍କିଂ ଯୋଗୁଁ ରାସ୍ତାଘାଟ ବ୍ଲକ ହେଉଛି, ସାଧାରଣ ଲୋକେ ନାହିଁନଥିବା ହଇରାଣ ହରକତ ହେଉଛନ୍ତି । ବ୍ୟବସ୍ଥିତ ପାର୍କିଂ ବ୍ୟବସ୍ଥା ହେଲେ ଟ୍ରାଫିକ ସମସ୍ୟାରେ ସୁଧାର ଆସିବ ବୋଲି ସ୍ମାର୍ଟସିଟି ପାର୍ଟନର ଜର୍ମାନୀ କମ୍ପାନୀ ଜିଆଇଜେଡର ଉପଦେଷ୍ଟା ଆଣ୍ଡ୍ରୟୁ ବ୍ଲୁମେଲ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ସ୍ମାର୍ଟସିଟି ଭୁବନେଶ୍ୱର ରେ ପାର୍କିଂଗ ନେଇ ମାନସ ମନ୍ଥନ।

Body:ସ୍ମାର୍ଟସିଟିରେ ଖୁବଶୀଘ୍ର ନୂଆ ଦୀର୍ଘମିଆଦି ପାର୍କିଂଗ ପଲିସି।

୨୦୪୦ ମସିହା ପର୍ଯ୍ୟନ୍ତ ଭୁବନେଶ୍ୱରରେ ପାର୍କିଂଗ ପଲିସି।

ଆଗାମୀ ୨୦ ବର୍ଷ ପାଇଁ ଦୀର୍ଘ ମିଆଦୀ ପାର୍କିଂଗ ପଲିସି।ସ୍ମାର୍ଟସିଟିରେ ପ୍ରମୁଖ ଜନଗହଳି ପୁର୍ଣ ସ୍ଥାନ ଏବଂ ରାସ୍ତାର ଦୁଇ ପାର୍ଶ୍ଵରେ ପାର୍କିଂଗ କରାଯିବା ଦ୍ୱାରା ରୋଡ଼ ଜାମ ଓ ଟ୍ରାଫିକ ସମସ୍ୟା ଉପୁଜୁଛି।ଭୁବନେଶ୍ୱର ରେ ପାର୍କିଂଗ ସ୍ଥଳ କୁ ସୁବ୍ୟବସ୍ଥିତ କରି ତାର ସମସ୍ୟା ସମାଧାନ ନିମନ୍ତେ ସ୍ମାର୍ଟସିଟି ,ବିଏମସି, ବିଡିଏ, ଟ୍ରାଫିକ ପୋଲିସ ଏବଂ ଜର୍ମାନୀ କମ୍ପାନୀ ଜିଆଇଜେଡ ମିଳିତ ଉଦ୍ୟମରେ ପାର୍କିଂଗ ପଲିସି ଏବଂ ତାର ସଠିକ ପରିଚାଳନାକୁ ନେଇ ଏକ ଦୀର୍ଘମିଆଦି ପ୍ଲାନ ପ୍ରସ୍ତୁତ କରାଯିବ।ଏନେଇ ଗୁରୁବାର ଭୁବନେଶ୍ୱର ରେ ଏକ ପାର୍କିଂଗ ପରିଚାଳନା କର୍ମଶାଳା ଆୟୋଜନ କରାଯାଇଛି।

ଏହି ପଲିସି ଦ୍ୱାରା ରାସ୍ତା ପାର୍ଶ୍ୱରେ ପାର୍କିଂଗ କମ କରାଯାଇପାରିବ,ଜନଗହଳି ପୁର୍ଣ ଅଞ୍ଚଳକୁ ଲୋକେ ଚାରି ଚକିଆ, ଦୁଇଚକିଆ ଗାଡି ପରିବର୍ତ୍ତେ ସାଇକେଲ,ରିକ୍ସା ଓ ପବ୍ଲିକବସ ରେ ଆସିବେ ତାକୁ ନେଇ ସଚେତନତା କରାଯିବ ସେହିଭଳି ସହରର ପ୍ରମୁଖ ସ୍ଥାନରେ ପାର୍କିଂଗ ବେ ଚିହ୍ନଟ କରାଯିବ ଏବଂ ପାର୍କିଂଗ ସ୍ଥଳରେ ଗାଡି ମଟର ରଖିବା ପାଇଁ କିଛି ସ୍ଥାନରେ ଅଧିକ ଫି ନିଆଯିବ ଏବଂ ଆଉ କିଛି କମ ମୂଲ୍ୟ ନିଆଜିବ ,ଏହାଦ୍ୱାରା ପାର୍କିଂଗ ଭିଡକୁ ନିୟନ୍ତ୍ରଣ କରାଯାଇ ପାରିବ।ପଲିସିରେ ଯେଉଁ ପାର୍କିଂଗ ସ୍ଥଳ ଗୁଡିକ ନିର୍ଦ୍ଧାରଣ କରାଯିବ ସେଗୁଡିକ ମୋବାଇଲ ଆପ ରେ ମାଧ୍ୟମରେ ଜଣାପଡିବ।

ଭୁବନେଶ୍ୱର ରେ ପାର୍କିଂଗ ନେଇ ଟ୍ରାଫିକ ପୋଲିସ,ବିଏମସି, ବିଡିଏ ଏକ୍ସପର୍ଟ, ଜର୍ମାନୀ କମ୍ପାନୀ ଜିଆଇଜେଡ ମିଳିତ କର୍ମଶାଳା ଚାଲିଛି।ଭୁବରେ ପାର୍କିଂଗ ପଲିସି କଣ ହେବ, କେଉଁଠି ପାର୍କିଂଗ ଆବଶ୍ୟକ ଅଛି ନା ନାହିଁ ସେ ସବୁକୁ ନେଇ ଆଗକୁ ଏକ ଦୀର୍ଘମିଆଦି ପାର୍କିଂଗ ପଲିସି ଆସିବା ନେଇ ଆଲୋଚନା ହୋଇଛି ବୋଲି ସ୍ମାର୍ଟସିଟି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମ ଚନ୍ଦ୍ର ଚଉଧାରୀ କହିଛନ୍ତି।

ଭୁବନେଶ୍ୱର ଟ୍ରାଫିକ ଡିସିପି ସାଗରିକା ନାଥ ଙ୍କ ସୂଚନା ଅନୁସାରେ ସ୍ମାର୍ଟସିଟି ରେ ସ୍ମାର୍ଟ ଟ୍ରାଫିକ ନେଇ ମାନସ ମନ୍ଥନ ହୋଇଛି।ପାର୍କିଂଗ କରିବା କାହାର ଜନ୍ମସିଦ୍ଧ ଅଧିକାର ନୁହେଁ।ରାସ୍ତା ହୋଇଛି ଯାନବାହନ ଚଳାଚଳ କରିବା ପାଇଁ ,ଗାଡି ପାର୍କିଂଗ ପାଇଁ ନୁହେଁ।ତେଣୁ ରୋଡ଼ ଉପରେ ପାର୍କିଂଗ କୁ ଲଗାମ ଦେବାକୁ ପଡିବ ସେ ନେଇ ଆଜି ମିଳିତ ଭାବେ ଏକ କର୍ମଶାଳା ଆୟୋଜନ ହୋଇଛି।ଆଗକୁ ପାର୍କିଂଗ ସମସ୍ୟା ସମାଧାନ ହେବା ନେଇ ଏକ ପଲିସି ଆସିବ ।

ବର୍ତମାନର ପାର୍କିଂଗ ସମସ୍ୟା କଣ ରହିଛି ଏବଂ ଆଗକୁ କିଭଳି ଏହାର ସମାଧାନ କରାଯିବ ତାହା ଉପରେ ଜିଆଇଜେଡ ସହ ଅନ୍ୟ ଏଜେନ୍ସି ଗୁଡିକ ପାର୍କିଂଗ ପ୍ରକଳ୍ପର ଡେମୋ ଦେଖାଇଛନ୍ତି।ଜନସାଧାରଣ ଙ୍କ ଠାରୁ ମତାମତ ନେଇ ଏକ କମିଟି ଗଠନ କରାଯାଇ ପଲିସିର କାର୍ଯ୍ୟକ୍ଷମ କରାଯିବା ନେଇ ସ୍ଥିର କରାଯିବ ଏବଂ ସରକାରଙ୍କୁ ଦିଆଜିବ।

ସେପଟେ ଆଇଟିଡିପି କମ୍ପାନୀର ପାର୍କିଂଗ ଏକ୍ସପର୍ଟ ଶ୍ରେୟା ଗଡପତି କହିଛନ୍ତି ପାର୍କିଂଗ କୌଣସି ସ୍ମାର୍ଟ ସହର ପାଇଁ ଏକ ବଡ ଚ୍ୟାଲେଞ୍ଜ।ଯେଉଁଠି ଅଧିକ ପାର୍କିଂଗ ସ୍ଥଳ ସେଠାରେ ଅଧିକ ଟ୍ରାଫିକ ସମସ୍ୟା।ମଲ୍ଟିଲେବେଳ ପାର୍କିଂଗ ବେସରକାରୀ ସ୍ତରରେ ହେବାର ଆବଶ୍ୟକତା ରହିଛି।ପାର୍କିଂଗ ଭଳି ବଡ ସମସ୍ୟା ମାନସିକତା ପରିବର୍ତ୍ତନ ହେଲେ ଦୁରେଇ ହେବ।

ଭୁବନେଶ୍ୱର ରେ ପାର୍କିଂଗ ବଡ ସମସ୍ୟା,ପାର୍କିଂଗ ଯୋଗୁ ରାସ୍ତା ଘାଟ ବ୍ଲକ ହେଉଛି, ସାଧାରଣ ଲୋକେ ନାହିଁନଥିବା ହଇରାଣ ହରକତ ହେଉଛନ୍ତି।ବ୍ୟବସ୍ଥିତ ପାର୍କିଂଗ ବ୍ୟବସ୍ଥା ହେଲେ ଟ୍ରାଫିକ ସମସ୍ୟାରେ ସୁଧାର ଆସିବ ବୋଲି ସ୍ମାର୍ଟସିଟି ପାର୍ଟନର ଜର୍ମାନୀ କମ୍ପାନୀ ଜିଆଇଜେଡର ଉପଦେଷ୍ଟା ଆଣ୍ଡ୍ରୟୁ ବ୍ଲୁମେଲ କହିଛନ୍ତି।

ତେବେ ଆଗକୁ ଏକ ଦୀର୍ଘମିଆଦି ପାର୍କିଂଗ ପଲିସି ଆସିଲେ ଭୁବନେଶ୍ୱର ରେ ରାସ୍ତାଘାଟ ଜାମ ସମସ୍ୟା ସୁଧୁରିବ।ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନରୁ ତ୍ରାହି ପାଇବେ।

byt 1-prem chandra chaudhari ceo smartcity

byt2-sagarika nath ,dcp trafik
byt3-shreya ganpati, parking expert
byt4-andreu bluemel ,advisor giz

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.