ETV Bharat / city

ସିଲେଇ କରି ରୋଜଗାର କରୁଥିଲେ ମାଆ, ପୁଅ ପାଇଲା ଆଇଏଏସ - ଭାରତୀୟ ପ୍ରଶାସନିକ ପରୀକ୍ଷା

ଅଗଷ୍ଟ 4 ତାରିଖରେ ପ୍ରକାଶ ପାଇଥିଲା ଭାରତୀୟ ପ୍ରଶାସନିକ ପରୀକ୍ଷା ବା ୟୁପିଏସସି-2019 ରେଜଲ୍ଟ । ୟୁପିଏସସି ପରୀକ୍ଷାରେ 182 ରାଙ୍କ ରଖି ଗୌରବ ଅର୍ଜନ କରିଛନ୍ତି କୁମାର ବିଶ୍ବରଞ୍ଜନ। ଅଧିକ ଖବର ପଢନ୍ତୁ...

ସିଲେଇ କରି ରୋଜଗାର କରୁଥିଲେ ମାଆ, ପୁଅ ପାଇଲା ଆଇଏଏସ

author img

By

Published : Aug 9, 2020, 10:34 PM IST

ଭୁବନେଶ୍ବର: ଅଗଷ୍ଟ 4 ତାରିଖରେ ପ୍ରକାଶ ପାଇଥିଲା ଭାରତୀୟ ପ୍ରଶାସନିକ ପରୀକ୍ଷା ବା ୟୁପିଏସସି-2019 ରେଜଲ୍ଟ । ଏହି ପରୀକ୍ଷାରେ ହରିୟାଣାର ପ୍ରଦୀପ ସିଂ ଟପ୍ପର ହୋଇଥିବାବେଳେ ଚଳିତ ବର୍ଷ ମୋଟ 829 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେଥିମଧ୍ୟରୁ 182 ରାଙ୍କ ରଖି ଓଡିଆ ମାଟିକୁ ଗୌରବାନ୍ବିତ କରିଛନ୍ତି କୁମାର ବିଶ୍ବରଞ୍ଜନ । ଆର୍ଥିକ ଅନଟନରେ ତାଙ୍କ ସଫଳତାର ରାସ୍ତାରେ ପ୍ରତିବନ୍ଧକ ସାଜିନି । ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବ ବୋଲି କହିଛନ୍ତି ଆଇଏଏସ କୁମାର ବିଶ୍ବରଞ୍ଜନ ।

ରାତିପାହିଲେ ପେଟ ପାଟଣା ଚିନ୍ତା । ୟେ, ହେଉଛନ୍ତି ଆଇଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କୁମାର ବିଶ୍ବରଞ୍ଜନଙ୍କ ମାଆ, ଆଉ ୟେ ହେଉଛି ଆର୍ଥିକ ଅନଟନରେ ଗତି କରୁଥିବା ଏକ ଛୋଟ ପରିବାର । ହାତରେ ସିଲେଇ ମେସିନ । ସୂତାକୁ ସୂତା ଓ କପଡାକୁ କପଡା ଯୋଡି ସୁନ୍ଦର ସୁନ୍ଦର ଲୁଗା କରୁଥିବା ହାତ ପୁଅର ସ୍ବପ୍ନକୁ ମଧ୍ୟ ଅତି ନିଖୁଣ ଭାବେ ସିଲେଇ କରି ତା ଭବିଷ୍ୟତକୁ ସୁନ୍ଦର କରି ଗଢ଼ିଛନ୍ତି ମାଆ ମିନତୀ । ପରିଶ୍ରମର ଫଳ ବୃଥା ହୋଇନି । ଟେଲର ମାଆର ପୁଅ ହେଲା ଆଇଏଏସ । ୟୁପିଏସସି ପରୀକ୍ଷାରେ 182 ରାଙ୍କ ରଖି ଗୌରବ ଅର୍ଜନ କରିଛନ୍ତି ବିଶ୍ବରଞ୍ଜନ।

ସିଲେଇ କରି ରୋଜଗାର କରୁଥିଲେ ମାଆ, ପୁଅ ପାଇଲା ଆଇଏଏସ

ଦୃଢ଼ ଆତ୍ମ ବିଶ୍ବାସ ଓ କଠିନ ପରିଶ୍ରମର ଫଳ ସବୁବେଳେ ଆନନ୍ଦ ଦାୟକ । କୁମାର ବିଶ୍ବରଞ୍ଜନ ଓ ତାଙ୍କ ପରିବାର ଠୁ ଅଧିକା କିଏ ବା ଏହା ଅନୁଭବ କରିବ । ଗାଁ ଠାରୁ ଦୂରରେ ରହି ରାଜଧାନୀରେ ସପରିବାର ସହ ଭଡା ଘରେ ରହି ପାଠ ପଢୁଥିଲେ ବିଶ୍ବରଞ୍ଜନ। ମାଆ ସିଲେଇ କାମ କରନ୍ତି, ଆଉ ବାପା ଏକ ଛୋଟ ସ୍କୁଲରେ ଶିକ୍ଷକତା କରିବା ପରେ ଏବେ ଲୁଗା ବେପାର କରୁଛନ୍ତି । ନିଜେ କଷ୍ଟ ସହି ଦୁଇପୁଅଙ୍କୁ ମଣିଷ କରିବାରେ ଜି ଜାନ୍ ଲଗାଇଦେଇଥିବା କହିଛନ୍ତି ବିଶ୍ବରଞ୍ଜନଙ୍କ ମାଆ ମିନତୀ । ଅନେକ ଦୁଃଖକଷ୍ଟରେ ବଢି ଶୀର୍ଷରେ ପହଞ୍ଚିଥିବା ତାଙ୍କ ପୁଅର ଏଭଳି ଏକ ସଫଳତାକୁ ନେଇ ବାପା ମାଆ ବି ବେଶ ଗର୍ବିତ ।

ଭାରତୀୟ ପ୍ରଶାସନିକ ପରୀକ୍ଷାରେ ସଫଳତା ଅର୍ଜନ କରିବା ପରେ ଏବେ କୁମାର ବିଶ୍ବରଞ୍ଜନ ନିଜ ଦାୟିତ୍ବକୁ ନେଇ ବେଶ ଉତ୍ସାହିତ । ତାଙ୍କ କହିବା କଥା, ପ୍ରଶାସନିକ ସେବା ହେଉଛି ଏକ ମାତ୍ର ମାଧ୍ୟମ ଯେଉଁଥିରେ ସମାଜରେ ପରିବର୍ତ୍ତନ ଆଣିହେବ ଓ ନିଜର ପରିବର୍ତ୍ତନ ହୋଇପାରିବ। ଯାହା ଦାୟିତ୍ବ ମିଳିବ ତାକୁ ସୂଚାରୁ ରୁପେ ବହନ କରିବି ବୋଲି କୁହନ୍ତି କୁମାର ବିଶ୍ବରଞ୍ଜନ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.