ETV Bharat / city

ପରିବର୍ତ୍ତନର ଦୂତ ‘ପ୍ରଶାସକ’

ଗୀତ ଗାଇଲେ ଗଜପତି ଏସପି । କାଦୁଅ ବିଲରେ କଲେକ୍ଟର । ପାଗଳ ବେଶରେ ଗୋଷ୍ଠୀ ଶିକ୍ଷାଧିକାରୀ । ଶିକ୍ଷକ ସାଜିଲେ ସମର୍ଥ ବର୍ମା । ସରକାରୀ ଡାକ୍ତରଖାନାରେ ବାବୁଆଣୀଙ୍କ ପ୍ରସବ । ବେଳାଭୂମି ସଫେଇରେ ବଳୱନ୍ତ । ଗଣମାଧ୍ୟମରେ ଏପରି କିଛି ଖବର ଆପଣ ପଢିଥିବେ । ଲୋକଙ୍କ ନିକଟତର ହେବା ସହ ଜନତାଙ୍କ ହୃଦୟ ଜିତିଛନ୍ତି ଏଭଳି କିଛି ପ୍ରଶାସକ ।

author img

By

Published : Jul 30, 2019, 11:43 PM IST

Updated : Jul 31, 2019, 12:43 AM IST

ଡିଜାଇନ ଫଟୋ

ଭୁବନେଶ୍ବର: ଅଫିସ ଦୌଡିଦୌଡି ଜୋତା ଛିଣ୍ଡି ଗଲାଣି । ହେଲେ କାମ ହେଉନି । ଶୁଣୁନାହାଁନ୍ତି ସରକାରୀ ବାବୁ । ଅଫିସରୁ ଅର୍ଡର ଝାଡିବେ । ଚାରିକାନ୍ଥ ଭିତରେ ବାବୁଙ୍କ ଦାୟିତ୍ବ । ଲୋକେ ଆସିବେ । ବାବୁଙ୍କୁ ଭେଟିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବେ । ଅଭିଯୋଗ କରିବେ । ଆମ ସ୍ଥାଣୁ ପ୍ରଶାସନକୁ ନେଇ ଲୋକଙ୍କ ଥାଏ ଏମିତି କିଛି ଧାରଣା । ହେଲେ ଏପରି କିଛି ପ୍ରଶାସକ ଅଛନ୍ତି, ଯେଉଁମାନେ ଏହାର ବ୍ୟତିକ୍ରମ । ପ୍ରଶାସନ ଉପରେ ଲୋକଙ୍କ ବିଶ୍ବାସଟିଏ ଜୁଟାଇବାରେ ସଫଳ ହୋଇଛନ୍ତି ଏମାନେ ।

ଲୋକଙ୍କ ପାଇଁ ଅଭିପ୍ରେତ ପ୍ରଶାସନ । ଲୋକଙ୍କ ସେବା ହିଁ ପ୍ରଶାସନର ମୂଳଲକ୍ଷ୍ୟ । ଲୋକଙ୍କ ଭିତରେ ବିଶ୍ବାସଟିଏ ସୃଷ୍ଟି କରିବା ଜଣେ ପ୍ରଶାସକର ସବୁଠୁ ବଡ ଉପଲବ୍ଧି । ଆଉ ଏହାକୁ ସତ ସାବ୍ୟସ୍ତ କରିବାରେ ସଫଳ ହୋଇଛନ୍ତି କିଛି ପ୍ରଶାସକ । ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଗୋଷ୍ଠୀ ଶିକ୍ଷାଧିକାରୀ । କିଛି ନିଆରା ଢଙ୍ଗରେ ଲୋକଙ୍କ ନିକଟତର ହୋଇପାରିଛନ୍ତି ଏମାନେ । କଥାରେ ନୁହେଁ, ଅଫିସର ଚାରିକାନ୍ଥ ଭିତରେ ବି ନୁହେଁ । ଲୋକଙ୍କ ସାଥୀରେ ରହି ଏମାନେ ଜନତାଙ୍କ ଭରଷା ଜିତିବାରେ ସଫଳ ହୋଇଛନ୍ତି ।

ଯେତେବେଳେ ସରକାରୀ ଡାକ୍ତରଖାନା ଉପରେ ଲୋକଙ୍କ ବିଶ୍ବାସ ତୁଟି ଯାଉଛି, ଗରିବଙ୍କ ପାଇଁ ହିଁ ଏହା ଉଦ୍ଧିଷ୍ଟ ବୋଲି କୁହାଯାଉଛି, ସେତେବେଳେ ମାଲକାନଗିରି ଜିଲ୍ଲାପାଳ ନିଜ ସ୍ତ୍ରୀଙ୍କ ପ୍ରସବ ସରକାରୀ ଡାକ୍ତରଖାନାରେ କରି ଦେଇଛନ୍ତି ନୂଆବାର୍ତ୍ତା । ଯେଉଁ ମେଡିକାଲରେ ଟିକଟିକ ଭିଡିଓକୁ ନେଇ ବଦନାମ, ସେହି ମେଡିକାଲରେ 7 ଦିନ ଧରି ଚିକିତ୍ସିତ ହୋଇଛନ୍ତି ଜିଲ୍ଲାପାଳଙ୍କ ସ୍ତ୍ରୀ । ଲୋକଙ୍କ ଭିତରେ ଏକ ସକରାତ୍ମକ ଭାବନା ସୃଷ୍ଟି ପାଇଁ କରିଛନ୍ତି ଭରପୁର ଉଦ୍ୟମ । 'ସି' ଟିମ କରି ନିଜକୁ ଦୁର୍ବଳ ଭାବୁଥିବା ମହିଳାଙ୍କ ସହ ଛିଡା ହେବାକୁ ପ୍ରୟାସ କରିଛନ୍ତି ଗଜପତି ଏସପି ସାରା ଶର୍ମା । ବିଲରେ ତଳି ରୋଇ ଚାଷୀଙ୍କ ଉତ୍ସାହ ବଢାଇଛନ୍ତି ଗଞ୍ଜାମ ଜିଲ୍ଲାପାଳ । ପାଗଳ ବେଶରେ ବିଦ୍ୟାଳୟ ପରିଭ୍ରମଣ କରି ଅଳସୁଆ ଶିକ୍ଷକଙ୍କୁ ସତର୍କ କରାଇ ଦେଇଛନ୍ତି ଶେରଗଡ ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ । ପାଟକୁରା ହାଇସ୍କୁଲରେ ଦଶମ ଶ୍ରେଣୀ ପିଲାଙ୍କୁ ଗଣିତ ପଢାଇ ଚର୍ଚ୍ଚାକୁ ଆସିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା । ସି-ବିଚ ସଫେଇ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛନ୍ତି ପୁରୀ ଜିଲ୍ଲାପାଳ ।

ଏ ଖବର ଆପଣଙ୍କୁ ଯେତିକି ନିଆରା ଲାଗିଛି, ସେତିକି ଉତ୍ସାହ ଜନକ ମଧ୍ୟ । କାହିଁକିନା ଏମାନେ ନିଜର କାମକୁ ଚାରିକାନ୍ଥ ଭିତରେ ଆବଦ୍ଧ କରିନାହାଁନ୍ତି । ଏମାନେ ବୁଝିଛନ୍ତି ଗୁଡ ଗଭର୍ଣ୍ଣାନ୍ସ କ’ଣ ? ବଦଳାଇଛନ୍ତି ପ୍ରଶାସକର ସଂଜ୍ଞା । ବଦଳାଇବାରେ ସଫଳ ହୋଇଛନ୍ତି ପ୍ରଶାସନ ଉପରେ ଥିବା ଲୋକଙ୍କ ନକରାତ୍ମକ ଚିନ୍ତାଧାରା । ଆମ ପ୍ରଶାସନ ଜନତାଙ୍କ ସାଥୀରେ ସଦାସର୍ବଦା । ଦେବାରେ ସଫଳ ହୋଇଛନ୍ତି ଏଭଳି କିଛି ବାର୍ତ୍ତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Jul 31, 2019, 12:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.