ଭୁବନେଶ୍ବର: ଖୁବଶୀଘ୍ର ଭୁବନେଶ୍ବର ପରିମଳ ସମସ୍ୟାର ସମାଧାନ (Dumpingyard issue of Bhubaneswar) ବାଟ ଫିଟିବ । ଦାରୁଠେଙ୍ଗ ପଞ୍ଚାୟତବାସୀ ଓ ବିଏମସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆରମ୍ଭ ହେଲା ଆଲୋଚନା । ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ହେଉଛି ଗୁରୁତ୍ବପୂର୍ଣ୍ଣ ବୈଠକ । ଆଲୋଚନାରୁ ନିଷ୍କର୍ଷ ବାହାରିବା ସହ ଭୁବନେଶ୍ବର ମହାନଗର ନିଗମର(BMC) ପରିମଳ ସମସ୍ୟାର ସମାଧାନର ବାଟ ବାହାରିବା ନେଇ ଆଶା କରାଯାଉଛି ।
ଏହି ଭର୍ଚ୍ଚୁଆଲ ବୈଠକରେ(BMC official meeting with Daruthenga people) ବିଏମସି କମିଶନର, ଜଟଣୀ ବିଧାୟକ ସୁର ରାଉତରାୟ, କମିଶନରେଟ ପୋଲିସର ପ୍ରତିନିଧି, ବିଏମସିର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତ ଅଛନ୍ତି । ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ ଏବଂ ଦାରୁଠେଙ୍ଗ ପଞ୍ଚାୟତ ତରଫରୁ ୩୦ଜଣ ପ୍ରତିନିଧି ଯୋଗ ଦେଇଛନ୍ତି ଓ ବ୍ଲକର ନିର୍ବାଚିତ ଲୋକ ପ୍ରତିନିଧି ଉପସ୍ଥିତ ଅଛନ୍ତି । ଆଲୋଚନାରୁ ନିଷ୍କର୍ଷ ବାହାରିବ ବୋଲି ଆଶା କରାଯାଉଛି । ପୂର୍ବରୁ ଦୁଇ ଦୁଇ ଥର ଆଲୋଚନା ହୋଇଥିଲେ ହେଁ ସମାଧାନର କୌଣସି ବାଟ ବାହାରି ପାରିନଥିଲା ।
ଏହା ବି ପଢନ୍ତୁୃ- ରାଜଧାନୀରେ ଆବର୍ଜନା ପରିଚାଳନାରେ ଅବ୍ୟବସ୍ଥା, ଜିଦରେ ଅଟଳ ଦାରୁଠେଙ୍ଗବାସୀ
ସୂଚନା ଥାଉ କି, ପରିମଳ ଜନିତ ପ୍ରଦୂଷଣ ସମସ୍ୟାକୁ ନେଇ ଦାରୁଠେଙ୍ଗ ପଞ୍ଚାୟତବାସୀ ବିରୋଧ କରିଛନ୍ତି । ପରିମଳ ସମସ୍ୟାର ସମାଧାନ ପାଇଁ ଭୁଆଶୁଣି ଡ଼ମ୍ପିଂୟାର୍ଡରେ ବିଏମସି ପକ୍ଷରୁ ବାୟୋ ମାଇନିଂ ପ୍ଲାଣ୍ଟ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୩କୋଟି ଟଙ୍କାର ଅନୁଦାନ ମିଳିଥିଲେ ମଧ୍ୟ ପ୍ଲାଣ୍ଟ ପ୍ରତିଷ୍ଠାରେ ବିଳମ୍ବ ହେଉଛି । ସମସ୍ୟାର ସମାଧାନ ପାଇଁ ବିଏମସି କର୍ତ୍ତୃପକ୍ଷ ଓ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହ ଆଲୋଚନା ହେଉଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରୁନାହିଁ । ଟ୍ରିଟ୍ମେଣ୍ଟ ପ୍ଳାଣ୍ଟ ଯେ ପର୍ଯ୍ୟନ୍ତ ନ ବସିଛି ସେତେ ପର୍ଯ୍ୟନ୍ତ ଅଳିଆ ପକେଇ ଦେବୁନି ନାହିଁ ବୋଲି ଦାରୁଠେଙ୍ଗବାସୀ ରୋକଠୋକ୍ ମନା କରିଦେଇଛନ୍ତି ।
ଏହା ବି ପଢନ୍ତୁୃ- ଆବର୍ଜନାରେ ବେହାଲ ରାଜଧାନୀ, ଦାରୁଠେଙ୍ଗ ଡମ୍ପିୟାର୍ଡକୁ ଯାଉନି ଅଳିଆ ଗାଡି
ଯେଉଁଥିପାଇଁ ସେଠାକୁ ଅଳିଆ ଗାଡି ଯାଇପାରୁ ନାହିଁ । ତେଣୁ ଏବେ ସହରରେ ଯୁଆଡେ ଚାହିଁଲେ ଖାଲି କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା ହୋଇ ରହିଛି । ରାଜଧାନୀ ପରିମଳ ବ୍ୟବସ୍ଥା ବିଗିଡି ଥିବାବେଳେ ଏହାଦ୍ବାରା ସ୍ମାର୍ଟସିଟିର ଛବି ମଳିନ ହେଉଛି l ସେପଟେ ସୈନିକ ସ୍କୁଲ୍ ନିକଟସ୍ଥ ଟିଟିଏସ୍ ଆବର୍ଜନାରେ ଭର୍ତ୍ତି ହୋଇଯାଇଥିବାବେଳେ, କେଉଁଠି ଅଳିଆ ପଡିବ ସେନେଇ ବଢିଛି ଚିନ୍ତା । କେହି ବାହାରେ ଆବର୍ଜନା ପକାଇବେ ନାହିଁ, ଘର ଘର ବୁଲି ଗାଡ଼ି ଆବର୍ଜନା ସଂଗ୍ରହ କରିବ ଏଭଳି ଘୋଷଣା ପରେ ପୂର୍ବରୁ ପଡ଼ିଥିବା ବଡ଼ ବଡ଼ ଡଷ୍ଟବିନ୍ ଠିକା ସଂସ୍ଥା ଉଠାଇ ନେଇଛନ୍ତି । ତେଣୁ ଆବର୍ଜନା ଏବେ ସବୁ ରାସ୍ତା କଡ଼ରେ ଗଦା ହୋଇରହିଛି ।
ଏହା ବି ପଢନ୍ତୁୃ- ଡମ୍ପିଂୟାର୍ଡ ସମସ୍ୟା, ଖୁବ ଶୀଘ୍ର ଫିଟିପାରେ ସମାଧାନ ବାଟ
ଭୁଆଶୁଣିକୁ ଗାଡି ଯାଉନଥିବାରୁ ସୈନିକ ସ୍କୁଲ ନିକଟସ୍ଥ ଟିଟିଏସରେ ଅଳିଆ ପକାଇବା ପାଇଁ ଗାଡିଗୁଡିକର ଲମ୍ବା ଲାଇନ ଲାଗୁଛି । ସହରର ସମସ୍ତ ଅଳିଆ ସେଠାରେ ପଡୁଥିବାରୁ ଆବର୍ଜନାର ପାହାଡ଼ ସୃଷ୍ଟି ହେଲାଣି । ପୂର୍ବରୁ ଦିନକୁ ୭ରୁ ୮ ଟ୍ରିପ ପଡୁଥିବାବେଳେ, ବର୍ତ୍ତମାନ ଦୁଇ ଟ୍ରିପ ପଡିଲା ବେଳକୁ ସନ୍ଧ୍ୟା ହୋଇଯାଉଛି । ଏକ ଟ୍ରିପ ଅଳିଆ ପାଇଁ ୫ ଘଣ୍ଟା ଭୋକ ଉପାସରେ ଛିଡା ହେଉଛନ୍ତି ଗାଡ଼ି ଚାଳକ । ଏଭଳି ସ୍ଥିତିରେ ଭୁବନେଶ୍ବର ମେୟରଙ୍କୁ ଏକ ଚିଠି ଲେଖିଛନ୍ତି ଦାରୁଠେଙ୍ଗ ସରପଞ୍ଚ । ଡମ୍ପିଂୟାର୍ଡରେ ଅଳିଆ ଗ୍ରାମବାସୀଙ୍କୁ ମରଣଯନ୍ତା ଆଡକୁ ଠେଲି ନେଉଛି । ତେଣୁ ଏଠାରେ ଅଳିଆ ପକାଇବା ନିଷେଧ ବୋଲି ସେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର