ETV Bharat / city

ସାମାଜିକ କର୍ମୀଙ୍କୁ ପୋଲିସ ନିର୍ଯାତନା ବିରୋଧରେ ପ୍ରତିବାଦ - protest

ପାଣିକୋଇଲି ଆଇଆଇସି ଅଜୟ ଜେନା ଜଣେ ତଳ ପଦସ୍ଥ କର୍ମଚାରୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗର ତଦନ୍ତ ପାଇଁ ସାମାଜିକ କର୍ମୀ ତପନ ପାଢୀ ଏକ ଟିମ ନେଇ ଘଟଣାସ୍ଥଳକୁ ଯାଇଥିଲେ ।

ଫଟୋ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ୱର
author img

By

Published : Mar 28, 2019, 6:32 PM IST

ଭୁବନେଶ୍ୱର: ପୋଲିସ ଅତ୍ୟାଚାର ବିରୋଧରେ ବିରୋଧ ପ୍ରଦର୍ଶନ । ସାମାଜିକ କର୍ମୀ ତପନ ପାଢୀଙ୍କୁ ଅନ୍ୟାୟ ଭାବେ ଗିରଫ କରିବା ଓ ନିର୍ଯାତନାଦେଉଥିବା ଅଭିଯୋଗରେ ରାଜଧାନୀରେ ସାମାଜିକ କର୍ମୀ ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଭୁବନେଶ୍ୱର

ସୂଚନା ଅନୁସାରେ, ପାଣିକୋଇଲି ଆଇଆଇସି ଅଜୟ ଜେନା ଜଣେ ତଳ ପଦସ୍ଥ କର୍ମଚାରୀଙ୍କୁ ନିର୍ଯାତନାଦେଉଥିବା ଅଭିଯୋଗର ତଦନ୍ତ ପାଇଁ ସାମାଜିକ କର୍ମୀ ତପନ ପାଢୀ ଏକ ଟିମରେ ଘଟଣାସ୍ଥଳକୁ ଯାଇଥିଲେ ।

ଯାହାଫଳରେ ଉକ୍ତ ଅଫିସର ଜଣଙ୍କୁ କୋର୍ଟକୁ ମଧ୍ୟ ଭିଡା ହୋଇଥିଲେ । ଏହି ଘଟଣା ପରେ ତପନଙ୍କ ଉପରେ ଆକ୍ରୋଶ ରଖି ତାଙ୍କୁ ଏକ ମିଥ୍ୟା ମାମଲାରେ ଚୌଦ୍ବାର ଅଞ୍ଚଳରୁ ପୋଲିସ ଉଠାଇ ନେଇଥିଲା । ସେଠାରେ ତାଙ୍କୁ ହାଜତରେ ରଖି ଅନେକ ପ୍ରକାର ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଆଣିଛି ସାମାଜିକ କର୍ମୀ ସଂଗଠନ ।

ତେଣୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପାଣିକୋଇଲି ଆଇଆଇସିଙ୍କୁ ତୁରନ୍ତ ଗିରଫ କରିବା ସହିତ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାମାଜିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା କହିଛନ୍ତି ସାମାଜିକ କର୍ମୀ ଅଶୋକ ରଥ । ଏଥିରେ ବିଭିନ୍ନ ସଙ୍ଗଠନର ଅନେକ କର୍ମୀ ଯୋଗ ଦେଇଥିଲେ ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.