ETV Bharat / city

ସାମାଜିକ ପ୍ରତିବଦ୍ଧତା: ରାଜ୍ୟରେ ରକ୍ତ ସମସ୍ୟା ଦୂର କରିବ ଯୁବ ବିଜେଡି - Blood Deficiency

ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । କୋଭିଡ୍ ସମୟରେ ଯେପରି ରାଜ୍ୟରେ ରକ୍ତ ସମସ୍ୟା ସୃଷ୍ଟି ନହେବ, ସେ ନେଇ ଯୁବ ବିଜେଡି ପକ୍ଷରୁ ପଦକ୍ଷେପ । ଅଧିକ ପଢନ୍ତୁ...

ସାମାଜିକ ପ୍ରତିବଦ୍ଧତା: ରାଜ୍ୟରେ ରକ୍ତ ସମସ୍ୟା ଦୂର କରିବ ଯୁବ ବିଜେଡି

author img

By

Published : May 12, 2021, 9:26 PM IST

ଭୁବନେଶ୍ବର: ସାମାଜିକ ଦାୟିତ୍ୱବୋଧକୁ ସର୍ବଦା ଗୁରୁତ୍ୱ ଦେଇ ଆସିଛି ବିଜୁ ଯୁବ ଜନତା ଦଳ । ରାଜ୍ୟବାସୀଙ୍କ ସବୁ ସମସ୍ୟାରେ କାନ୍ଧରେ କାନ୍ଧ ଦେଇ ଛିଡା ହୋଇଛି ବିଜୁ ଜନତା ଦଳ । କୋଭିଡ୍ ସମୟରେ ଯେପରି ରାଜ୍ୟରେ ରକ୍ତ ସମସ୍ୟା ସୃଷ୍ଟି ନହେବ ସେ ନେଇ ପଦକ୍ଷେପ ନେବ ବିଜୁ ଯୁବ ଜନତା ଦଳ । ଏନେଇ ୱେବ୍ମିନାର ମାଧ୍ୟମରେ ଯୁବ ବିଜେଡି ପକ୍ଷରୁ କୋଭିଡ୍ ସହାୟତା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ । ୱେବମିନାରରେ ହୋଇଥିବା ବୈଠକରେ ମୁଖ୍ୟ ଅତିଥି ଭାବେ ବିଜେଡି ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଛନ୍ତି ।

ସାମାଜିକ ପ୍ରତିବଦ୍ଧତା: ରାଜ୍ୟରେ ରକ୍ତ ସମସ୍ୟା ଦୂର କରିବ ଯୁବ ବିଜେଡି
ସାମାଜିକ ପ୍ରତିବଦ୍ଧତା: ରାଜ୍ୟରେ ରକ୍ତ ସମସ୍ୟା ଦୂର କରିବ ଯୁବ ବିଜେଡି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ମାଧ୍ୟମରେ ଆଜି ଓଡ଼ିଶା ସମଗ୍ର ବିଶ୍ୱରେ କରୋନା ମୁକାବିଲା କରିବା କ୍ଷେତ୍ରରେ ପ୍ରଶଂସିତ ହେଉଛି । କୋଭିଡ୍ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର କରି ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିପାରିଛି ବୋଲି ପ୍ରଣବ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ । ସେଥିପାଇଁ ଜୀବନ ବିନ୍ଦୁ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ସହ ଜନସାଧାରଣଙ୍କୁ କୋଭିଡ୍ ସହାୟତା ଯୋଗାଇ ଦେବା ପାଇଁ ଯୁବ ବିଜେଡିର ପ୍ରତ୍ୟେକ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଣବ ।

ବିଜୁ ଯୁବ ଜନତା ଦଳର ପ୍ରତ୍ୟେକ କର୍ମକର୍ତ୍ତା ସାମାଜିକ ପ୍ରତିବଦ୍ଧତା ପାଇଁ ସଂକଳ୍ପବଦ୍ଧ । ଟିକାକରଣ ପୂର୍ବରୁ କୋଭିଡ୍ ନିୟମକୁ ପାଳନ କରି ପ୍ରତ୍ୟେକ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଯୁବ ବିଜେଡି ଜୀବନ ବିନ୍ଦୁ ସ୍ୱେଛାକୃତ ରକ୍ତଦାନ ଶିବିରର ଆୟୋଜନ କରିବ । ଏହା ସହ କୋଭିଡ୍ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ମଧ୍ୟ ଜାରି ରଖିବ ବୋଲି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ପରାମର୍ଶ ଦେଇଛନ୍ତି ।

ବିଜେଡିର ପ୍ରତ୍ୟେକଟି ସାମାଜିକ ପ୍ରତିବଦ୍ଧତାକୁ ଯୁବ ବିଜେଡି ସଫଳ କରୁଥିବାରୁ ପ୍ରତ୍ୟେକ ଯୁବ କର୍ମକର୍ତ୍ତାଙ୍କୁ ଧନ୍ୟବାଦ । ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ସୂଚନା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଜନତା ଦଳ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି । କୋଭିଡ୍ ସ୍ଥିତିର ସମୀକ୍ଷା ଏବଂ କୋଭିଡ୍ ସ୍ଥିତିର ସୁପରିଚାଳନା କରୁଥିବାରୁ ବିଜୁ ଯୁବ ଜନତା ଦଳ ପକ୍ଷରୁ ପ୍ରଣବଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି ।

ଏହି କୋଭିଡ୍ ସହାୟତା ସମୀକ୍ଷା ବୈଠକରେ ବିଜେଡି ଆଇ.ଟି ସଂଯୋଜକ ସୁବ୍ରତ ଛାଟୋଇଙ୍କ ସମେତ ବିଜୁ ଯୁବ ଜନତା ଦଳର ସମସ୍ତ ରାଜ୍ୟ ବରିଷ୍ଠ ଉପସଭାପତି, ଜୋନ୍ ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ, ସମ୍ପାଦକ, ଯୁଗ୍ମ ସମ୍ପାଦକ, ଜିଲ୍ଲା ସଭାପତି ଏବଂ ସମସ୍ତ ଡିଜିଟାଲ ସମ୍ପାଦକ ମାନେ ଯୋଗଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.