ETV Bharat / city

Mo School ସୋସିଆଲ୍ ଅଡିଟ୍: ଲୋକେ ଜାଣିବେ ଆୟବ୍ୟୟର ହିସାବ - ମୋ ସ୍କୁଲ୍ ସୋସିଆଲ୍ ଅଡିଟ୍

ମୋ ସ୍କୁଲ୍ ଅଭିଯାନ ପକ୍ଷରୁ ଜୋରଦାର୍ ହେଲା ସୋସିଆଲ୍ ଅଡିଟ୍ । ଲୋକେ ଜାଣିବେ ଆୟବ୍ୟୟର ହିସାବ । ଅଧିକ ପଢନ୍ତୁ

'ମୋ ସ୍କୁଲ୍' ସୋସିଆଲ୍ ଅଡିଟ୍: ଲୋକେ ଜାଣିବେ ଆୟବ୍ୟୟର ହିସାବ

author img

By

Published : Dec 22, 2021, 7:28 AM IST

ଭୁବନେଶ୍ବର: କାର୍ଯ୍ୟରେ ସ୍ଵଚ୍ଛତା ଓ ନିରପେକ୍ଷତାକୁ ଗୁରୁତ୍ବ ଦେବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ମୋ ସ୍କୁଲ୍ ଅଭିଯାନ ପକ୍ଷରୁ ଆରମ୍ଭ ହୋଇଛି ସୋସିଆଲ ଅଡିଟ କାର୍ଯ୍ୟକ୍ରମ । ମୋ ସ୍କୁଲ ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟଗୁଡିକରେ କାର୍ଯ୍ୟକାରୀ ହେଉଥିବା ଉନ୍ନତିମୂଳକ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଏବଂ ହୋଇଥିବା ଅର୍ଥ ବିନିଯୋଗର ସମୀକ୍ଷା କରିବା ଲାଗି ଏହି ଯୋଜନା ଆରମ୍ଭ ହୋଇଛି ।

ପ୍ରାଥମିକ ପର୍ଯ୍ୟାୟରେ 'ମୋ ସ୍କୁଲ' ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ରାଜ୍ୟର ୩୦ଟି ଜିଲ୍ଲାର ମୋଟ ୧୫୦ଟି ସ୍କୁଲରେ ସୋସିଆଲ୍ ଅଡିଟ ଆରମ୍ଭ ହୋଇଥିବା ବେଳେ ଏଥିରେ ପ୍ରତି ଜିଲ୍ଲାରୁ ୫ଟି ଲେଖାଏଁ ସ୍କୁଲ ରହିଛି । ଏହାପରେ ପର୍ଯ୍ୟାୟକ୍ରମେ ରାଜ୍ୟର ୩୫,୦୦୦ ପ୍ରକଳ୍ପ ବିଦ୍ୟାଳୟରେ ସୋସିଆଲ୍ ଅଡିଟ୍ କରାଯିବାକୁ ଯୋଜନା କରାଯାଇଛି ।

ଗୋଷ୍ଠୀ ସହଭାଗିତାକୁ ଗୁରୁତ୍ଵ ଦେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟି, ପୁରାତନ ଛାତ୍ରଛାତ୍ରୀ ଏବଂ ଅର୍ଥଦାନ କରିଥିବା ବ୍ୟକ୍ତିବିଶେଷଙ୍କ ଅର୍ନ୍ତଭୁକ୍ତିଙ୍କୁ ପ୍ରାଥମିକତା ଦିଆଯାଉଛି । ପ୍ରକଳ୍ପ ପାଇଁ କେତେ ଟଙ୍କାର ଆର୍ଥିକ ସହାୟତା ମିଳିଥିଲା, ରାଜ୍ୟ ସରକାରଙ୍କ ମ୍ୟାଚିଂଗ୍ରାଣ୍ଟ ମିଶିବା ପରେ ମୋଟ କେତେ ଟଙ୍କାରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା, ଏଥିପାଇଁ କେଉଁ ଠାରୁ ଏବଂ କେତେ ଟଙ୍କାରେ ସାମଗ୍ରୀ କ୍ରୟ କରାଯାଇଛି, ମୋଟ କେତେ ଅର୍ଥ ବ୍ୟୟ ହୋଇଛି, ସେ ସମ୍ପର୍କରେ ହିତାଧିକାରୀଙ୍କୁ ଅବଗତ କରାଯିବ । ଏଥିପାଇଁ ସ୍କୁଲଗୁଡ଼ିକରେ ସ୍ଵତନ୍ତ୍ର ବୈଠକର ଆୟୋଜନ କରାଯାଇ ସମସ୍ତଙ୍କ ଉପସ୍ଥିତିରେ ପ୍ରକଳ୍ପର ବ୍ୟୟବରାଦ ସମ୍ପର୍କରେ ଆଲୋଚନା କରାଯାଉଛି ।

କିଛି ସ୍ଥାନକୁ ‘ମୋ ସ୍କୁଲ' ବରିଷ୍ଠ ଅଧିକାରୀମାନେ ଗସ୍ତ କରି ସେଠାରେ ଅର୍ଥ ବିନିଯୋଗର ସମୀକ୍ଷା କରିବା ସହ ବିଭିନ୍ନ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସୋସିଆଲ୍ ଅଡିଟ୍ ପ୍ରଧାନଶିକ୍ଷକଙ୍କ ନେତୃତ୍ବରେ ୩ଜଣ ସୋସିଆଲ୍ ଅଡିଟ କମିଟିକୁ ନେଇ କରାଯାଇଥିବା ବେଳେ ଏଥିରେ ଅର୍ଥଦାନ କରିଥିବା ବ୍ୟକ୍ତିବିଶେଷଙ୍କର ଜଣେ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି ତଥା ପୁରାତନ ଛାତ୍ରଛାତ୍ରୀ ସଂଘର ଜଣେ ପ୍ରତିନିଧି ଏବଂ ଜଣେ ବରିଷ୍ଠ ଶିକ୍ଷା ଅଧିକାରୀ କିମ୍ବା ଅବସରପ୍ରାପ୍ତ ଜଣେ ପ୍ରଧାନ ଶିକ୍ଷକ ସଦସ୍ୟ ରହୁଛନ୍ତି ।

ପ୍ରତ୍ୟେକ ସ୍କୁଲରେ ୩ ଦିନ ଧରି ଚାଲୁଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ସ୍କୁଲସ୍ତରରେ ରେକର୍ଡ ଯାଞ୍ଚ, ଦ୍ଵିତୀୟ ଦିନରେ ରିପୋର୍ଟ ଲିଖନ ଏବଂ ଶେଷଦିନ ପବ୍ଲିକ ଡିସ୍କୋଜର କରାଯାଉଛି । ଇତିମଧ୍ୟରେ ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାରେ ସୋସିଆଲ ଅଡିଟ୍ ଶେଷ ହୋଇଥିବା ବେଳେ ଡିସେମ୍ବର ଶେଷ ସୁଦ୍ଧା ଅନ୍ୟ ଜିଲ୍ଲାଗୁଡ଼ିକରେ ଶେଷ କରିବାକୁ ଲକ୍ଷ୍ୟ ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.