ETV Bharat / city

ଆଦିତ୍ୟ ଦାସ ମୃତ୍ୟୁ ମାମଲା: ରାଜ୍ୟପାଳଙ୍କ ପାଖରେ ସିବିଆଇ ତଦନ୍ତ ଦାବି

author img

By

Published : Sep 2, 2020, 9:03 AM IST

ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଛି ସାଇକୋ ଲେଡି ଲିଙ୍କ ଯାହାକୁ ନେଇ ରାଜ୍ୟପାଳଙ୍କ ଆଗରେ ସିବିଆଇ ତଦନ୍ତ ଦାବି କରିଛନ୍ତି କିଛି ସମାଜିକ ସଂଗଠନ । ଅଧିକ ପଢ଼ନ୍ତୁ...

social activists demand for cbi inquiry, Aditya dash death case, ଆଦିତ୍ୟ ଦାସ ମୃତ୍ୟୁ ମାମଲା, ରାଜ୍ୟପାଳଙ୍କ ପାଖରେ ସିବିଆଇ ତଦନ୍ତ ଦାବି, ସାଇକୋ ଲେଡି ଲିଙ୍କ
ଆଦିତ୍ୟ ଦାସ ମୃତ୍ୟୁ ମାମଲା: ରାଜ୍ୟପାଳଙ୍କ ପାଖରେ ସିବିଆଇ ତଦନ୍ତ ଦାବି

ଭୁବନେଶ୍ବର: ଆଦିତ୍ୟ ଦାସ ମୃତ୍ୟୁ ମାମଲାର ସନ୍ଦେହ ଘେରରେ ଆସିଛନ୍ତି ଜଣେ ସାଇକୋ ଲେଡି । ତେଣୁ ରାଜ୍ୟପାଳଙ୍କ ପାଖରେ ସିବିଆଇ ତଦନ୍ତ ପାଇଁ ଦାବି ହୋଇଛି ।

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୁଆ ଟୁଇଷ୍ଟ। ସାଇକୋ ଲେଡିକୁ ନେଇ ପରିବାର ଲୋକଙ୍କ ସନ୍ଦେହ ବଢିଛି। ଏପରିକି ବିବାହ ପୁର୍ବରୁ ଆଦିତ୍ୟଙ୍କୁ ବିବାହ କରିବାକୁ ଚାହୁଁଥିଲେ ସମ୍ପୃକ୍ତ ମହିଳା । ଏଥିପାଇଁ ଆଦିତ୍ୟଙ୍କୁ ବ୍ଲାକମେଲ ମଧ୍ୟ କରୁଥିଲେ। ଯାହାକୁ ନେଇ କ୍ରାଇମବ୍ରାଞ୍ଚକୁ ତଥ୍ୟ ଦିଆଯାଇଥିଲେ ମଧ୍ୟ ତାଙ୍କୁ ଜେରା କରାଯାଇନଥିବାରୁ ଘଟଣାରୁ ରହସ୍ୟ ହଟୁନି ବୋଲି ଆଦିତ୍ୟଙ୍କ ବାପା ନନ୍ଦିକିଶୋର ଦାସ ଅଭିଯୋଗ ଉଠାଇଛନ୍ତି। ସ୍କାନରକୁ ଆସିଲେ ସନ୍ଦିଗ୍ଧ ମହିଳା ବା ସାଇକୋ ଲେଡିଙ୍କ କଲ ଓ ଚାର୍ଟରୁ ସୁରାକ ମିଳିପାରନ୍ତା । ଯାହାକୁ ନେଇ ସିବିଆଇ ତଦନ୍ତ ଦାବି କରାଯାଇଛି।

ଅନ୍ୟପଟେ ଘଟଣାକୁ ଏତେଦିନ ବିତିବା ପରେ ବି ଆଦିତ୍ୟଙ୍କ ମୃତ୍ୟୁ ଉପରୁ ପରଦା ଉଠୁନଥିବାରୁ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି କିଛି ସାମାଜିକ ସଙ୍ଗଠନ। ସିବିଆଇ ତଦନ୍ତ ଦାବି ନେଇ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ଦାବିପତ୍ର।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.