ETV Bharat / city

ପ୍ଲାଷ୍ଟିକ ଡବା ଭିତରେ ବନ୍ଧୀ ନାଗରାଜ - ସ୍ନେକ ହେଲ୍ପ ଲାଇନ

ପୁରୀ ମାଳତୀପାଟପୁର ନିକଟ ରାଜପଥରର ଏକ ଗଛ ମୂଳରେ ପ୍ଲାଷ୍ଟିକ ଡବା ଭିତରେ ନାଗରାଜ । ସାପଟିକୁ ଉଦ୍ଧାର କରି ସେହି ସ୍ଥାନ ବିଲରେ ଛାଡିଲେ ସ୍ନେକ ହେଲ୍ପ ଲାଇନର ସଦସ୍ୟ । କେହି ମନ୍ଦ ଉଦ୍ଦେଶ୍ୟ ରଖି କରିଥାଇ ପାରେ ବୋଲି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସୂଚନା । ଅଧିକ ପଢନ୍ତୁ...

ରାଜରାସ୍ତାରେ ପ୍ଲାଷ୍ଟିକ ଡବାରେ ଭିତରେ ନାଗରାଜ

author img

By

Published : May 1, 2021, 9:44 AM IST

ଭୁବନେଶ୍ବର: ରାଜରାସ୍ତାରେ ପ୍ଲାଷ୍ଟିକ ଡବାରେ ବନ୍ଦୀ ନଗରାଜ । ପୁରୀ ମାଳତୀପାଟପୁର ନିକଟ ରାଜପଥରରେ ଦେଖିବାକୁ ମୁଳିଛି କିଛି ଏମିତି ଦୃଶ୍ୟ । ପ୍ଲାଷ୍ଟିକ ଡବା ଭିତରେ ପ୍ରାୟ 3 ଫୁଟ ଲମ୍ବର ନାଗ ସାପକୁ ଭର୍ତ୍ତି କରାଯାଇଥିଲା । ତେବେ ସେହି ବାଟ ଦେଇ ପୁରୀ ଫେରୁଥିବା ନିରଞ୍ଜନ ରାଉଳ ଡବା ଭିତରେ ନାଗ ସାପ ଥିବା ଦେଖି ସ୍ନେକ ହେଲ୍ପ ଲାଇନ୍ ସହ ଯୋଗାଯୋଗ କରିଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ନିହାର ରଞ୍ଜନ ପଣ୍ଡା ଆସି ଡବା ଭିତରୁ ନାଗ ସାପଟିକୁ ଉଦ୍ଧାର କରି ସେହି ସ୍ଥାନ ବିଲରେ ଛାଡି ଦେଇଥିଲେ ।

ତେବେ ସାପ ଧରିବା ସମୟରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ ପ୍ଲାଷ୍ଟିକ ଡବା ବ୍ୟବହାର କରନ୍ତି ନାହିଁ । ସେମାନେ ମୁଖ୍ୟତଃ କପଡା ବ୍ୟାଗ ବ୍ୟବହାର କରିଥାନ୍ତି । ଏଣୁ ଏହି କାମ କେହି ମନ୍ଦ ଉଦ୍ଦେଶ୍ୟ ରଖି କରିଥାଇ ପାରେ ବୋଲି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି । ପୁରୀ ସହରରେ ଜନୈକ ବୃଦ୍ଧ ଘରେ ସାପ ଛାଡିବାର ଧମକ ଦେଇ ନାବାଳିକାଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା ।

ରାଜରାସ୍ତାରେ ପ୍ଲାଷ୍ଟିକ ଡବାରେ ଭିତରେ ନାଗରାଜ

ସେହିପରି ଗତମାସରେ ଭୁବନେଶ୍ବରରେ ସାପ ଭେନମ କାରବାର କରିବା ବେଳେ 6 ଜଣଙ୍କୁ ବନ ବିଭାଗ ଗିରଫ କରିଥିଲା । ତେଣୁ ଏପରି କିଛି କରବା ଲାଗି ସାପ ଧରିଥିବା ଅଭିଯୋଗ ହୋଇଛି । ତେଣୁ ଏଇ ଘଟଣାରେ ତଦନ୍ତ ହେବା ଦରକାର ବୋଲି ଶୁଭେନ୍ଦୁ ଦାବି କରିଛନ୍ତି । ଏ ନେଇ ପୁରୀ ରେଞ୍ଜ ଅଫିସର ସୁବ୍ରତ ବେହେରାଙ୍କୁ ସ୍ନେକ ହେଲ୍ପ ଲାଇନ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.