ETV Bharat / city

ସାପ ସହ ଭିଡିଓ ପଡିବ ଭାରି, ଡବ୍ଲ୍ୟୁଏସିସିବିକୁ ସ୍ନେକ ହେଲ୍ପଲାଇନର ଚିଠି - Snake helpline writes letter to waccb

ବନ୍ୟପ୍ରାଣୀଙ୍କ ସହ ଭିଡିଓ ପ୍ରସ୍ତୁତକୁ ନେଇ ଅଭିଯୋଗ ଆଣିଛି ସ୍ନେକ ହେଲ୍ପ ଲାଇନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 17, 2019, 9:59 PM IST

ଭୁବନେଶ୍ବର: ସୋସିଆଲ ମିଡିଆରେ ଘୁରିବୁଲୁଛି ବନ୍ୟପ୍ରାଣୀଙ୍କ ଭିଡ଼ିଓ । ଯାହାକୁ ବ୍ୟବହାର କରି ରୋଜଗାର କରାଯାଉଛି ହଜାର ହଜାର ଟଙ୍କା । ପୂର୍ବରୁ କେତେକ ସ୍ଥାନରେ ବନ୍ୟପ୍ରାଣୀଙ୍କୁ ନେଇ ବ୍ୟବସାୟ ହେଉଥିବା ବେଳେ ଏହାଉପରେ ରୋକ ଲଗାଇଥିଲେ ରାଜ୍ୟ ସରକାର । କିନ୍ତୁ ବର୍ତ୍ତମାନ ସମୟରେ ଯୁବପୀଢିମାନେ ସୋସିଆଲ ମିଡିଆରେ ବିଷଧର ସାପ ମାନଙ୍କ ସହ ଭିଡ଼ିଓ କରି ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି । ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ୱାଇଲ୍ଡ ଆକ୍ଟ କ୍ରାଇମ ସେଣ୍ଟ୍ରାଲ ବ୍ୟୁରୋକୁ ଚିଠି ଲେଖିଛି ସ୍ନେକ ହେଲ୍ପଲାଇନ ।

snake video
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ରାଜ୍ୟରେ ସାପ ଧରାଳୀ ମାନେ ରହିଥିବା ସମୟରେ ରାଜ୍ୟ ସରକାର ସାପ କିମ୍ବା କୌଣସି ବନ୍ୟପ୍ରାଣୀଙ୍କୁ ନେଇ ଖେଳଖେଳି ପଇସା ରୋଜଗାର କରିବା ପାଇଁ ବନ୍ଦ କରିଥିଲେ । ହେଲେ ବର୍ତ୍ତମାନ ଯୁବପିଢୀ ଭିଗୋ, ୟୁଟ୍ୟୁବ ଓ ଟିକଟକ ମାଧ୍ୟମରେ ବିଷଧର ସାପଙ୍କ ସହ ଭିଡ଼ିଓ କରୁଛନ୍ତି । ଆଉ ଭିଡ଼ିଓ ମାଧ୍ୟମରେ ମାସିକ 60 ହଜାରରୁ 70 ହଜାର ପଇସା ରୋଜଗାର କରୁଛନ୍ତି । ଅନେକ ସମୟରେ ଅସାବଧାନତା ହେତୁ କେତେକଙ୍କ ପ୍ରାଣ ହାନି ହୋଉଥିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏପରି ଏକ ଭିଡ଼ିଓ ବନାଇବା ପଛରେ ବରଗଡର ରୋହିତ ମେହେର ରହିଥିବା ସ୍ପଷ୍ଟ କରିଛନ୍ତି ସ୍ନେକ ହେଲ୍ପ ଲାଇନର ସଦସ୍ୟ ଶୁଭେନ୍ଦୁ ମାଲିକ କହିଛନ୍ତି । ରୋହିତଙ୍କର ଏପରି ଭାବରେ 8ଟି ଏକାଉଣ୍ଟ ରହିଛି ଯେଉଁଥିରେ ସୁନ୍ଦର ସୁନ୍ଦର ଝିଅ ମାନଙ୍କୁ ନେଇ ସାପ ମାନଙ୍କ ସହ ଭିଡ଼ିଓ କରାଯାଉଛି । ଯେଉଁ ମାନେ ଜାଣିନାହାନ୍ତି ସାପ ସହ ଖେଳିବା ଦ୍ବାରା କେଉଁକେଉଁ ପରିସ୍ଥିତିରେ ସମ୍ମୁଖୀନ ହେବାକୁ ପଡେ । ସେମାନଙ୍କୁ ପଇସାର ପ୍ରଲୋଭନ ଦେଖାଇ ଏପରି ଭିଡ଼ିଓ କରି ସାପ ମାନଙ୍କୁ ବ୍ୟବହାର କରାଯାଉଛି ।

ତେବେ ଘଟଣାରେ ରୋହିତ ମେହେରଙ୍କୁ ଯଥା ଶୀଘ୍ର ଗିରଫ କରିବା ସହ ଝିଅ ମାନଙ୍କ ଉପରରେ ପଦକ୍ଷେପ ନିଆଯାଉ ବୋଲି କହିଛନ୍ତି ଶୁଭେନ୍ଦୁ ମଲ୍ଲିକ । ଏହା ବ୍ୟତୀତ ଭଦ୍ରକରେ ରହୁଥିବା ମିର୍ଜା ୟୁଟ୍ୟୁବରେ ବେଶ ପରିଚିତ। ମିର୍ଜାଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆସିଛି ଯେ, ସେ ରାଜ୍ୟ ବାହାରରୁ ସାପ ଧରାଳୀ ମାନଙ୍କୁ ଡାକି ସେମାନଙ୍କୁ ବିଭିନ୍ନ ପ୍ରକାର ସାପ ଦେଉଛନ୍ତି । ଯାହା ଏକ ଗୁରୁତର ଅପରାଧ ବୋଲି କହିଛନ୍ତି ଶୁଭେନ୍ଦୁ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:More Visual and script by mojoBody:More Visual and script by mojoConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.