ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୋଟିଏ ଦେଲା ଏସ୍ଏନ୍ ମହାନ୍ତି କମ୍ପାନୀ - ଏସ୍ଏନ୍ ମହାନ୍ତି କମ୍ପାନୀ

ରାଜ୍ୟରେ କୋଭିଡ୍ ମୁକାବିଲା ଲାଗି ସହାୟତାର ହାତ ବଢାଇଛି ଏସ୍.ଏନ୍.ମହାନ୍ତି ମାଇନିଂ ଓ ଷ୍ଟିଲ୍ କମ୍ପାନୀ । କୋଭିଡ୍ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହଯୋଗର ଅର୍ଥରାଶି ପ୍ରଦାନ କରିଥିବାରୁ ମୁଖ୍ୟ ଶାସନ ସଚିବ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୋଟିଏ ଦେଲା ଏସ୍ଏନ୍ ମହାନ୍ତି କମ୍ପାନୀ
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ କୋଟିଏ ଦେଲା ଏସ୍.ଏନ୍ ମହାନ୍ତି ମାଇନିଂ ଓ ଷ୍ଟିଲ୍ କମ୍ପାନା
author img

By

Published : Apr 29, 2021, 6:56 AM IST

ଭୁବନେଶ୍ବର: ରାଜ୍ୟରେ କୋଭିଡ୍ ମୁକାବିଲା ଲାଗି ସହାୟତାର ହାତ ବଢାଇଛି ଏସ୍.ଏନ୍.ମହାନ୍ତି ମାଇନିଂ ଓ ଷ୍ଟିଲ୍ କମ୍ପାନୀ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିଛି କମ୍ପାନୀ । ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ କମ୍ପାନୀର ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ଏବଂ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପ୍ରବୋଧ ମହାନ୍ତିଙ୍କ ଠାରୁ ଚେକ୍ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ଓ ଦୂରଦର୍ଶୀ କୋଭିଡ଼ ପରିଚାଳନା ଯୋଗୁଁ ଓଡ଼ିଶାରେ କୋଭିଡ୍‌ ମହାମାରୀ ସ୍ଥିତି ନିୟନ୍ତ୍ରଣାଧନ ରହିଛି ।

କୋଭିଡ୍ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନେକ ରାଜ୍ୟ ଠାରୁ ଭଲ ସ୍ଥିତିରେ ଅଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କୋଭିଡ୍ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହଯୋଗର ଅର୍ଥରାଶି ପ୍ରଦାନ କରିଥିବାରୁ ମୁଖ୍ୟ ଶାସନ ସଚିବ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି । ନିଜ ଶିଳ୍ପାନୁଷ୍ଠାନ ତଥା ବ୍ୟକ୍ତିଗତ ସ୍ତରରେ କୋରୋନା ନିୟମ ଅନୁପାଳନ ଓ ସଚେତନତା କାର୍ଯ୍ୟ ଚଳାଇ ରଖିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.