ETV Bharat / city

ଜେଲରେ ଦେଖୁଥିଲେ ଅଶ୍ଳୀଳ ଫିଲ୍ମ, ଚେକିଂ ବେଳେ ମିଳିଲା ସ୍ମାର୍ଟଫୋନ

ଝାରପଡା ଜେଲର କଏଦୀଙ୍କ କାରସାଦି । ମାଟିତଳେ ଲୁଚାଇଥିଲେ ମୋବାଇଲ । କାନ୍ଥରେ ରଖିଥିଲେ ଗଂଜେଇ । ଲାଟିନ ସାବୁନରେ ପେନଡ୍ରାଇଭ, ଚପଲରେ ଲୁଚାଇଥିଲେ ସିମକାର୍ଡ । ଅଧିକ ପଢନ୍ତୁ...

author img

By

Published : May 29, 2021, 10:53 PM IST

ଜେଲରେ ଦେଖୁଥିଲେ ଅଶ୍ଳିଳ ଫିଲ୍ମ, ଚେକିଂ ବେଳେ ମିଳିଲା ସ୍ମାର୍ଟଫୋନ

ଭୁବନେଶ୍ବର: ଝାରପଡା ଜେଲର କଏଦୀଙ୍କ କାରସାଦି । ମାଟିତଳେ ଲୁଚାଇଥିଲେ ମୋବାଇଲ । କାନ୍ଥରେ ରଖିଥିଲେ ଗଂଜେଇ । ଲାଟିନ ସାବୁନରେ ପେନଡ୍ରାଇଭ, ଚପଲରେ ଲୁଚାଇଥିଲେ ସିମକାର୍ଡ । ଏମିତି ଢଙ୍ଗରେ ଅପରାଧୀ ନିଜର ସହସୋଗୀ ସହ ରଖୁଥିଲେ ଲିଙ୍କ୍ । ଆଉ ଆଣ୍ଡ୍ରଏଡ୍ ସେଟରେ ଦେଖୁଥିଲେ ଅଶ୍ଳିଳ ଫିଲ୍ମ । ଯାହାର ଅଭିଯୋଗ ଆଧାରରେ ଜେଲ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ଅଚାନକ ଚେକିଂ ।

ଝାରପଡା ସ୍ବତନ୍ତ୍ର କାରଗାରରେ ଚେକିଂ ବେଳେ ଏମିତି ଢଙ୍ଗରେ ଲୁଚାଇଥିବା ଆଣ୍ଡ୍ରଏଡ ସ୍ମାର୍ଟଫୋନ ଠୁ ଆରମ୍ଭ କରି ଗଂଜେଇ ଜବତ କରିଛି ସ୍ବତନ୍ତ୍ର ଚେକିଂ ଟିମ୍ । ୬ଟି ମୋବାଇଲ ଫୋନ ସହ ୪ଟି ସିମକାର୍ଡ, ୫ଟି ମୋବାଇଲ ଚାର୍ଜର, ଗୋଟିଏ ପେନଡ୍ରାଇଭ ସହ ୫ଟି ମୋବାଇଲ ବ୍ୟାଟେରୀ ଓ ୨୫୦ ଗ୍ରାମ ଗଞ୍ଜେଇକୁ ଜେଲର ବିଭିନ୍ନ ସ୍ଥାନ ଯେପରିକି ୱାର୍ଡ ନମ୍ବର ୧୫ ଓ୧ ଏବଂ ଡାଇନିଂ ହଲ ପଛପାଖରେ ଏପରି ମାଟି ତଳେ , ପାଇଖାନା କାନ୍ଥ ଓ ଚପଲରେ ଲୁଚାଇ ରଖିଥିବାବେଳେ ଜବତ କରିଥିଲେ ।

ଓଡିଶା ମଡେଲ ଜେଲ ମାନୁଆଲ ହିସାବରେ ଏସବୁ ଜିନିଷକୁ ନଷ୍ଟ ସହ ଲକ୍ଷ୍ମୀସାଗର ଥାନାର ଏନେଇ ତଦନ୍ତ ପାଇଁ ଅଭିଯୋଗ କରାଯାଇଛି । ତେବେ ଜେଲ ଭିତରେ ଅପରାଧିକ କାର୍ଯକଳାପ ଉପରେ କଡା ନଜର ରଖାଯାଉଥିବା ଜେଲ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.