ETV Bharat / city

ଏଣିକି ବିଦ୍ୟୁତ ଚୋର ଧରିବ ସ୍ମାର୍ଟ ମିଟର

ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଆସୁଛି ସ୍ମାର୍ଟ ମିଟର । ଯୋଜନା ଅନୁଯାୟୀ ସମ୍ବଲପୁରରେ ପ୍ରିପେଡ ସ୍ମାର୍ଟ ମିଟର ଏବଂ ରାଉରକେଲାରେ ଲାଗିବ ସ୍ମାର୍ଟ ମିଟର ।

author img

By

Published : Aug 19, 2019, 5:05 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଆସୁଛି ସ୍ମାର୍ଟ ମିଟର । ପାଇଲଟ ପ୍ରୋଜେକ୍ଟ ଭାବେ ପ୍ରଥମେ ଏହି ଯୋଜନାକୁ ସମ୍ବଲପୁର ଓ ରାଉରକେଲାରେ ପରୀକ୍ଷା କରାଯିବ । ଯୋଜନା ଅନୁଯାୟୀ ସମ୍ବଲପୁରରେ ପ୍ରିପେଡ ସ୍ମାର୍ଟ ମିଟର ଏବଂ ରାଉରକେଲାରେ ଲାଗିବ ସ୍ମାର୍ଟ ମିଟର । ଏନେଇ ସମ୍ବଲପୁରର ମୋଟ 4500ଟି ମିଟର ସମସ୍ତ ଉପଭୋକ୍ତାଙ୍କ ଘରେ ଲାଗିବା ନେଇ ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ମିଟର ବ୍ୟବହାର ପଛରେ ରହିଥିବା ମୂଳ ଲକ୍ଷ୍ୟ ହେଉଛି ବିଦ୍ୟୁତ ଚୋରି ଓ ଟାମ୍ପରିଂକୁ କାବୁ କରିବା । ତେବେ ସୋମବାର ବିଦ୍ୟୁତ ବିତରଣ ଓ ସଞ୍ଚାରଣକୁ ନେଇ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟିରେ ବୈଠକ ବସିଥିଲା । ଯେଉଁଥିରେ ବିଦ୍ୟୁତ ଭିତ୍ତିଭୂମି, କ୍ଷତି ରୋକିବା, ସ୍ମାର୍ଟ ମିଟର ଓ ପ୍ରିପେଡ ମିଟର ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା ।

ଏଥିସହ ରାଜ୍ୟରେ ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ସେହିପରି ବିତରକ କମ୍ପାନୀ ସେସୁ 41 କୋଟି ଟଙ୍କା ଲାଭ କରିଥିବା ଆଲୋଚନାରୁ ଜଣା ପଡିଥିଲା । ଫଳରେ ଅନ୍ୟ ବିତରକ କମ୍ପାନୀ କ୍ଷତି ସହୁଥିବା ଜଣା ପଡିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଦ୍ୟୁତ କ୍ଷେତ୍ରରେ ସଂସ୍କର ଆଣିବା ପାଈଁ ଲାଗିବ ସ୍ମାର୍ଟ ମିଟର। ପାଇଲଟ ପ୍ରୋଜେକ୍ଟ ଭାବେ ପ୍ରଥମେ ସମ୍ବଲପୁର ଏବଂ ରାଉରକେଲା ରେ ଲାଗିବ।ସମ୍ବଲପୁର ରେ ଲାଗିବ ପ୍ରିପେଡ ସ୍ମାର୍ଟ ଏବଂ ରାଉରକେଲା ରେ ସ୍ମାର୍ଟ ମିଟର ଲାଗିବ। ପ୍ରଥମେ 4500 ମିଟର ସବୁ ଉପଭୋକ୍ତାଙ୍କ ଘରେ ଲାଗିବ।
ସମ୍ବଲପୁର ରେ ଏହା ଲାଗିବ। ଏହାଡ଼ବର ଚୋ ରି ଏବଂ ଟାମ୍ପ ରିଂ ରୋକିହେବ। ମନ୍ତ୍ରୀ ଶକ୍ତି ଦିବ୍ୟଶଂର ମିଶ୍ରଙ୍କ ସୂଚନା।Body:ବିଦ୍ୟୁତ ବିତରଣ ଓ ସଂଚାରଣ ଉପରେ ଆଜି ବାଚସ୍ପତି ସୁର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟିର ବୈଠକ ବସିଥିଲା। ବୈଠକରେ ବିଦ୍ୟୁତ ଭିତ୍ତିଭୂମି, କ୍ଷତି ରୋକିବା, ସ୍ମାର୍ଟ ମିଟର, ପ୍ରିପେଡ ମିଟର ନରି ଆଲୋଚନା ହୋଇଥିଲା। ରାଜ୍ୟରେ ଶକ୍ୟୀ ଉତ୍ପାଦନ କ୍ଷମତା ବୃଦ୍ଧି ନରି ର୍କା ଦୀର୍ଘ ମିଆଦି ଖସଡ଼ା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଛି। ବିତରକ କମ୍ପାନୀ ସେସୁ 41 କୋଟି ଟଙ୍କା ଲାଭ କରିଥିବା ଜଣାପଡ଼ିଛି। ସେହିପରି ଅନ୍ୟ ବିତରକ କମ୍ପାନୀ କ୍ଷତିରେ ଚାଲିଛି।
ବାଇଟ ଦିବ୍ୟଶଙ୍କର ମିଶ୍ର, ଶକ୍ତି ମନ୍ତ୍ରୀConclusion:null
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.