ETV Bharat / city

101 ଯୁକ୍ତ ତିନି କଲେଜରେ ହେବ ସ୍ମାର୍ଟ କ୍ଲାସ

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବଡ଼ ନିଷ୍ପତି । ରାଜ୍ୟର 101 ମହାବିଦ୍ୟାଳୟରେ ହେବ ସ୍ମାର୍ଟ କ୍ଲାସ । ପ୍ରତ୍ୟକ କଲେଜରେ ଲାଗୁ କରାଯିବ ପ୍ରୋକ୍ଟୋରିଆଲ ସିଷ୍ଟମ । ପ୍ରତ୍ୟେକ ଛାତ୍ରଛାତ୍ରୀ 75 ପ୍ରତିଶତ ଉପସ୍ଥାପନା ରଖିବା ସହ ଅଧ୍ୟାପକ ସାତ ଘଣ୍ଟା କାର୍ଯ୍ୟ କରିବାକୁ ବାଧ୍ୟ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

ଡ଼ିଜାଇନ ଫଟୋ
author img

By

Published : Aug 21, 2019, 8:01 PM IST

Updated : Aug 21, 2019, 9:23 PM IST

ଭୁବନେଶ୍ବର: ଏଣିକି 101ଟି କଲେଜରେ ସ୍ମାର୍ଟ କ୍ଲାସର ବ୍ୟବସ୍ଥା କରିବେ ରାଜ୍ୟ ସରକାର । 75 ପ୍ରତିଶତ ଉପସ୍ଥାପନା ରଖିବେ ଛାତ୍ରଛାତ୍ରୀ । ଏହାସହ ଅଧ୍ୟାପକ ଦୈନିକ 7ଘଣ୍ଟା ଡ୍ୟୁଟିରେ ରହିବା ବାଧ୍ୟତାମୂଳକ । ଆଜି ଯୁକ୍ତ 3 କଲେଜ ପ୍ରିନ୍ସିପାଲଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କଥାହୋଇ ଏହି ସୂଚନା ଦେଇଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜ୍ୟର ସମସ୍ତ 1047ଟି +3 କଲେଜ ପ୍ରିନ୍ସିପାଲଙ୍କ ସହ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ପ୍ରତ୍ୟେକ କଲେଜରେ ପ୍ରୋକ୍ଟୋରିଆଲ ସିଷ୍ଟମ ଲାଗୁ କରାଯିବ ବୋଲି ନିଷ୍ପତି ହୋଇଛି । ଏହା ସହ କଲେଜର ପ୍ରତି ଛାତ୍ରଛାତ୍ରୀ 75 ପ୍ରତିଶତ ଉପସ୍ଥାନ ରଖିବେ ବୋଲି ଆଲୋଚନାରେ ସ୍ଥିର ହୋଇଛି। ସେହିପରି ଅଧ୍ୟାପକଙ୍କ ଦୈନିକ ସାତ ଘଣ୍ଟା କାର୍ଯ୍ୟ କରିବେ ବୋଲି ଆଲୋଚନା କରାଯାଇଛି ।

ବୁଧବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ରାଜ୍ୟର ସମସ୍ତ ଯୁକ୍ତ ତିନି ମହାବିଦ୍ୟାଳୟ ସହ ଆଲୋଚନା କରିଛନ୍ତି । ଆଲୋଚନା ପରେ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ପୂର୍ବରୁ ସରକାରୀ ସ୍ତରରେ ଏହି ନିଷ୍ପତି ସମ୍ବନ୍ଧରେ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଏଣିକି ୧୦୧ଟି କଲେଜରେ ସ୍ମାର୍ଟ କ୍ଲାସର ବ୍ୟବସ୍ଥା କରାଯିବ । କଲେଜରେ ଛାତ୍ରଛାତ୍ରୀଙ୍କ ୭୫ପ୍ରତିଶତ ଉପସ୍ଥାନ ରହିବା ସହ ଅଧ୍ୟାପକଙ୍କ ଦୈନିକ ୭ଘଣ୍ଟା ଡ୍ୟୁଟି ବାଧ୍ୟତାମୂଳକ ରହିବ ବୋଲି ଯୁକ୍ତ ୩ କଲେଜ ପ୍ରିନ୍ସିପାଲଙ୍କ ସହ ଭିଡ଼ିଓ କନଫରେନ୍ସିଂ ପରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

Body:ଆଜି ସମସ୍ତ ୧୦୪୭ଟି ଯୁକ୍ତ ୩ କଲେଜ ପ୍ରିନ୍ସିପାଲଙ୍କ ସହ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଯୁକ୍ତ ୩ କଲେଜରେ ପ୍ରୋକ୍ଟୋରିଆଲ ସିଷ୍ଟମ ଲାଗୁ କରାଯିବ ବୋଲି ନିଷ୍ପତି ହୋଇଛି । Conclusion:ଏହା ସହ କଲେଜରେ ଛାତ୍ରଛାତ୍ରୀଙ୍କ ୭୫ପ୍ରତିଶତ ଉପସ୍ଥାନ ରହିବା ଆବଶ୍ୟକ ରହିଛି । ଏହା ସହ ଅଧ୍ୟାପକଙ୍କ ଦୈନିକ ୭ଘଣ୍ଟା ଡ୍ୟୁଟି ଜରୁରୀ ରହିବ ବୋଲି ଆଲୋଚନା କରାଯାଇଛି । ଭିଡ଼ିଓ କନଫରେନ୍ସିଂ ସରିବା ପରେ ଏନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।
ଏନେଇ ପୂର୍ବରୁ ସରକାରୀ ସ୍ତରରେ ଆଲୋଚନା ହୋଇଥିଲା ।
Last Updated : Aug 21, 2019, 9:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.