ETV Bharat / city

ଶିଶୁ ଦିବସରେ ଶିଶୁଙ୍କୁ ପେନ ଚକୋଲେଟ ବାଣ୍ଟିଲେ ରାଜ୍ୟପାଳ - ଶିଶୁ ଦିବସ

ଶିଶୁ ଦିବସ ଉପଲକ୍ଷେ ବସ୍ତିରେ ରହୁଥିବା ଶିଶୁମାନେ  'ଆଶାଏଁ ଅନୁଷ୍ଠାନ' ସହାୟତାରେ ଗୁରୁବାର ରାଜ୍ୟପାଳଙ୍କ ସହିତ ସାକ୍ଷାତ କରିଥିଲେ ।

ଶିଶୁ ଦିବସରେ ରାଜ୍ୟପାଳଙ୍କୁ ଭେଟିଲେ ବସ୍ତିର ଶିଶୁ
author img

By

Published : Nov 14, 2019, 7:21 PM IST

ଭୁବନେଶ୍ବର: ଆଜି(ଗୁରୁବାର) ପବିତ୍ର ଶିଶୁ ଦିବସ। ଶିଶୁଙ୍କ ପାଇଁ ଏହି ଦିନଟି ବେଶ ମହତ୍ବ ରଖୁଥାଏ । ଏହି ଅବସରରେ ଭୁବନେଶ୍ବରର ଅବହେଳିତ ତଥା ବସ୍ତିରେ ରହୁଥିବା ଶିଶୁମାନେ 'ଆଶାଏଁ ଅନୁଷ୍ଠାନ' ସହାୟତାରେ ଗୁରୁବାର ରାଜ୍ୟପାଳଙ୍କ ସହିତ ସାକ୍ଷାତ କରିଥିଲେ ।

ଶିଶୁ ଦିବସରେ ରାଜ୍ୟପାଳଙ୍କୁ ଭେଟିଲେ ବସ୍ତିର ଶିଶୁ

ଏହି ଅବସରରେ ରାଜ୍ୟପାଳ ପିଲାଙ୍କ ସହ ମିଶିବା ସହ ତାଙ୍କ ସହ କଥା ହୋଇଥିଲେ । ଏହାସହ ତାଙ୍କୁ ପେନ୍ ଓ ଚକୋଲେଟ୍ ଖାଇବାକୁ ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ, ବସ୍ତି, ରାସ୍ତାକଡ଼, ରେଳ ଷ୍ଟେସନ ଆଦିରେ ଅବହେଳିତ ଭାବେ ବୁଲୁଥିବା ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କୁ ଶିକ୍ଷା ପ୍ରଦାନ କରିବା ସହ ସମାଜର ମୁଖ୍ୟସ୍ରୋତରେ ଜଡିତ କରିବା କାର୍ଯ୍ୟ କରୁଛି 'ଆଶାଏଁ ଅନୁଷ୍ଠାନ'।

ଏହି ଅନୁଷ୍ଠାନ ଏ ପର୍ଯ୍ୟନ୍ତ ଭୁବନେଶ୍ବର ସହରର ବିଭିନ୍ନ ସ୍ଥାନରେ ଭିକ୍ଷା ବୃତ୍ତି କରୁଥିବା ଓ ନିଶା ସେବନ କରୁଥିବା 160 ଜଣ ପିଲାଙ୍କୁ ଉଦ୍ଧାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ପ୍ରୟାସ ଜାରି ରଖିଛି। ତେବେ ଏଥିପାଇଁ କୌଣସି ସରକାରୀ ସହାୟତା ନନେଇ ଏହି ପ୍ରୟାସ ଜାରି ରଖିଥିବା ଅନୁଷ୍ଠାନର ସଦସ୍ୟ ସଂଗ୍ରାମ ରାଉତରାୟ କହିଛନ୍ତି।

ଏହାସହ ଏଠାରେ ଆହୁରି ଅନେକ ଏପରି ପିଲା ରହିଛନ୍ତି, ଯାହାକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ସହଯୋଗର ଆବଶ୍ୟକତା ଥିବା ସେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି। ରାଜ୍ୟପାଳ ଏନେଇ ଆଲୋଚନା ପରେ ତାଙ୍କୁ ଅବଗତ କରାଇବେ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆଜି ହେଉଛି ଶିଶୁ ଦିବସ।ଶିଶୁମାନଙ୍କ ପାଇଁ ଏହି ଦିନଟି ବେଶ ମହତ୍ୱ ରଖୁଥିବାବେଳେ ଭୁବନେଶ୍ୱର ର ଅବହେଳିତ ତଥା ବସ୍ତିରେ ରହୁଥିବା ଶିଶୁମାନେ ଆଜି ରାଜ୍ୟପାଳଙ୍କ ସହିତ ସାକ୍ଷାତ କରିଛନ୍ତି।ଏହି ଅବସରରେ ରାଜ୍ୟପାଳ ସେମାନଙ୍କ ସହିତ ମିଶିବା ସହ ତାଙ୍କ ର ସୁଖ ଦୁଃଖ ବୁଝିଥିଲେ ଓ ତାଙ୍କୁ ପେନ ଓ ଚକୋଲେଟ ଖାଇବାକୁ ଦେଇଥିବା ପିଲାମାନେ କହିଛନ୍ତି।

Body:ସୂଚନାଯୋଗ୍ୟ କି ବସ୍ତି ଓ ରାସ୍ତାକଡ଼,ରେଳ ଷ୍ଟେସନ ଆଦି ମାନଙ୍କରେ ଅବହେଳିତ ଭାବେ ବୁଲୁଥିବା ଶିଶୁମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ଶିକ୍ଷା ପ୍ରଦାନ କରିବା ସହିତ ସମାଜର ମୁଖ୍ୟସ୍ରୋତରେ ଜଡିତ କରିବା କାର୍ଯ୍ୟ କରୁଛି ଆଶାଏଁ ଅନୁଷ୍ଠାନ।ଏହା ଏପର୍ଯ୍ୟନ୍ତ ଭୁବନେଶ୍ୱର ସହରରେ ବିଭିନ୍ନ ସ୍ଥାନରେ ବୁଲି ଭିକ ମାଗୁଥିବା ଓ ନିଶା ସେବନ କରୁଥିବା 160 ଜଣ ପିଲାଙ୍କୁ ଉଧାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ପ୍ରୟାସ କରିଚାଲିଛି।ତେବେ ଏଥିପାଇଁ କୌଣସି ସରକାରୀ ସହାୟତା ନ ନେଇ ଏହି ପ୍ରୟାସ ଜାରି ରଖିଥିବା ଅନୁଷ୍ଠାନର ସଦସ୍ୟ ସଂଗ୍ରାମ ରାଉତରାୟ କହିଛନ୍ତି।ତେବେ ଏଠାରେ ଆହୁରି ଅନେକ ଏପରି ପିଲା ରହିଛନ୍ତି।ଯାହାକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସରକାରଙ୍କ ସହଯୋଗ ର ଆବଶ୍ୟକତା ଥିବା ସେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି।ରାଜ୍ୟପାଳ ଏନେଇ ଆଲୋଚନା ପରେ ତାଙ୍କୁ ଅବଗତ କରାଯିବ ବୋଲି ଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି।
କାରଣ ଭୁବନେଶ୍ୱର ଏକ ସ୍ମାର୍ଟ ସିଟି ଭାବେ ପରିଗଣିତ ହେଉଥିବାବେଳେ ହଜାର ହଜାର ସଂଖ୍ୟାରେ ଶିଶୁ ଭିକ ମାଗିବା ଓ ନିଶା ଦ୍ୱାରା କବଳିତ ହେବା ଏକ ସୁସ୍ଥ ସମାଜର ପରିଚୟ ନୁହେଁ ବୋଲି ସେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଏ।
ବାଇଟ-ସଂଗ୍ରାମ ରାଉତରାୟ-ଆଶାଏଁ ସଦସ୍ୟ
ଜି ଲଭଲି ରେଡି ,ଶିଶୁ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.