ETV Bharat / city

ରମାଦେବୀ ବିଶ୍ବବିଦ୍ୟାଳୟରେ ଖୋଲିଲା ଦକ୍ଷତା ବିକାଶ କେନ୍ଦ୍ର - ରମାଦେବୀ ବିଶ୍ୱବିଦ୍ୟାଳୟ

ରମାଦେବୀ ବିଶ୍ବବିଦ୍ୟାଳୟରେ ଖୋଲିଲା ଦକ୍ଷତା ବିକାଶ କେନ୍ଦ୍ର । 90ଲକ୍ଷ ଟଙ୍କା ବ୍ୟୟରେ ଏହି କେନ୍ଦ୍ର ନିର୍ମାଣ ହୋଇଛି । ଆଜି(ସୋମବାର) ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଏହାର ଉଦଘାଟନ କରିଛନ୍ତି ।

ଫଟୋ ସୌଜନ୍ୟ : ପ୍ରତିନିଧି,ଭୁବନେଶ୍ବର
author img

By

Published : Jul 22, 2019, 7:58 PM IST

Updated : Jul 23, 2019, 3:01 PM IST

ଭୁବନେଶ୍ବର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଖୋଲିଲା ଦକ୍ଷତା ବିକାଶ କେନ୍ଦ୍ର । 7ଟି ବିଭାଗରେ ପାଖାପାଖି 4ଶହରୁ ଊର୍ଦ୍ଧ୍ବ ପିଲା ପାଇବେ ତାଲିମ । ପାଠ ପଢା ସହିତ ନିଜର ଦକ୍ଷତା ବୃଦ୍ଧିରେ ଏହି କେନ୍ଦ୍ର ସହାୟକ ହେବ । ଏନେଇ ଖର୍ଚ୍ଚ ହୋଇଛି 90ଲକ୍ଷ ଟଙ୍କା । ଉଚ୍ଚଶିକ୍ଷା ବିକାଶ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ଏହି କେନ୍ଦ୍ରର ଉଦଘାଟନ କରିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଭୁବନେଶ୍ବର

ଏହି ଅବସରରେ ଶ୍ରୀ ସାହୁ ଆଜିକାର ପ୍ରତିଦ୍ବନ୍ଦିତାପୂର୍ଣ ସମାଜରେ କେବଳ ପାଠ ନୁହେଁ ବିଭିନ୍ନ ଦିଗରେ ନିଜର ଦକ୍ଷତାକୁ ବିକଶିତ କରିବାକୁ ପଡିବ ବୋଲି କହିଛନ୍ତି । ସଫଳତା ପାଇଁ ପିଲାମାନେ ମନ ଧ୍ୟାନ ସହକାରେ କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।

ଯଦି ଏହାକୁ ଛାତ୍ରଛାତ୍ରୀମାନେ ନ ମାନିବେ, ହାତରେ କେବଳ ସାର୍ଟିଫିକେଟ ଥିବ କିନ୍ତୁ ଦକ୍ଷତା ଅଭାବରୁ ଚାକିରି ପାଇବାରେ ଅସମର୍ଥ ହେବାକୁ ପଡିବ ବୋଲି ସେ କହିଛନ୍ତି ।
ଉଦଘାଟନୀ ଉତ୍ସବରେ ବିଶ୍ବବିଦ୍ୟାଳୟ କୁଳପତି ପଦ୍ମଜା ମିଶ୍ର, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ସଭାପତି ମୁକ୍ତିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଖୋଲିଲା ଦକ୍ଷତା ବିକାଶ କେନ୍ଦ୍ର।7ଟି ବିଭାଗ ରେ ପାଖାପାଖି 4ଶହରୁ ଉର୍ଦ୍ଧ୍ବ ପିଲା ପାଇବେ ଟ୍ରେନିଂ। ପାଠ ପଢା ସହିତ ନିଜର ଦକ୍ଷତା ବୃଦ୍ଧି ରେ ହେବ ସହାୟକ।ଫଳରେ ପାଠ ପଢା ପରେ ନିଜେ ରୋଜଗାରକ୍ଷମ ବା ସ୍ୱ ରୋଜଗାର ପାଇଁ ଅନେକ ସହାୟକ ହୋଇପାରିବ।90 ଲକ୍ଷ ଟଙ୍କା ବିନିମୟରର ନିର୍ମିତ ହୋଇଥିବା କେନ୍ଦ୍ରକୁ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ସହଯୋଗରେ ପରିଚାଳିତ ହେବ।ଯେଉଁଥିରେ ବିଶ୍ୱବିଦ୍ୟାଳୟ ର ଅଣ୍ଡାରଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ଛାତ୍ରୀମାନେ ଟ୍ରେନିଂ ନେଇ ପାରିବେ।

Body:ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ରେ 90ଲକ୍ଷ ଟଙ୍କା ବ୍ୟୟବରାଦରେ ନିର୍ମିତ ହୋଇଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ଉଚ୍ଚଶିକ୍ଷା ବିକାଶ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ଉଦ୍ଘାଟନ କରିଛନ୍ତି।ଏହି ଅବସରରେ ଶ୍ରୀ ସାହୁ ଆଜିକାର ପ୍ରତିଦ୍ବନ୍ଦିତାପୁର୍ଣ ସମାଜରେ କେବଳ ପାଠ ପଢିଲେ ସବୁ କିଛି ସମ୍ଭବ ହେବ ନାହିଁ ବୋଲି କହିଛନ୍ତି।ପାଠପଢ଼ା ସହିତ ନିଜର ବିଭିନ୍ନ ଦିଗରେ ଦକ୍ଷତା କୁ ବିକଶିତ କରିବାକୁ ପଡିବ ବୋଲି କହିଛନ୍ତି।ଯାହା ଫଳରେ ପାଠପଢ଼ା ପରେ କାର୍ଯ୍ୟକରିବା ପାଇଁ ଲୋକମାନେ ଆଗ୍ରହ ପ୍ରକାଶ କରି ଦ୍ୱାର ଉନ୍ମୁକ୍ତ କରିଦେବେ ବୋଲି କହିଛନ୍ତି।ତେଣୁ ସଫଳତା ହାସଲ କରିବା ପାଇଁ ପିଲାମାନେ ଯେ କୌଣସି କାର୍ଯ୍ୟ କରୁଛ ସେଥିପ୍ରତି ମନ ଧ୍ୟାନ ସହକାରେ ମନୋନିବେଶ କରବାକୁ ସେ ପରାମର୍ଶ ଦେଇଛନ୍ତି।ନଚେତ ତୁମେ କେବଳ ସାର୍ଟିଫିକେଟ ଧରିଥିବ କିନ୍ତୁ ଦକ୍ଷତା ନ ଥିବାରୁ ଏପଟ ସେପଟ ଧାଇଁ ବୁଲିବାକୁ ପଡିବ ବୋଲି ସେକହିଛନ୍ତି।
ଆଜିର ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା,ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ସଭାପତି ମୁକ୍ତିକାନ୍ତ ମିଶ୍ର ପ୍ରମୁଖ ଯୋଗଦେଇ ଆଜିର ସମାଜରେ ଦକ୍ଷତା ବିକାଶର ମହତ୍ତ୍ୱ ଉପରେ ମତ ରଖିଥିଲେ।ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଶ୍ରୀମତୀ ଇତିଶ୍ରୀଦାସ ,କୁଳପତି ପଦ୍ମଜା ମିଶ୍ର,ପିଜି କାଉନସିଲ ଚେୟାରମ୍ୟାନ ଡଃ ସରିତା ସୁପକାର ପ୍ରମୁଖ ଉପସ୍ଥିତ ଥିଲେ।
ବାଇଟ-ମନ୍ତ୍ରୀ ଅରୁଣ ସାହୁ,
ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ
ଅନ୍ୟ କିଛି ଭିଡିଓ WhatsApp ରେ ପଠାଇଛି

Conclusion:
Last Updated : Jul 23, 2019, 3:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.