ETV Bharat / city

ଦୁର୍ନୀତି ଅଭିଯୋଗ: 6 ସରକାରୀ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

author img

By

Published : Jan 10, 2020, 6:26 PM IST

Updated : Jan 10, 2020, 7:47 PM IST

ଦୁର୍ନୀତି ଓ ଅନିୟମିତତାରେ ସମ୍ପୃକ୍ତ ଅଫିସରଙ୍କ ବିରୋଧରେ ପୁଣି କଠୋର ହେଲେ ରାଜ୍ୟ ସରକାର । 2 ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେବା ସହ 4 ଜଣଙ୍କୁ ଚାକିରିରୁ ବରଖାସ୍ତ କଲେ ସରକାର । ଅଧିକ ପଢନ୍ତୁ...

six state govt employees
ଦୁର୍ନୀତି ଅଭିଯୋଗ, 6 ସରକାରୀ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଦୁର୍ନୀତି ଓ ଅନିୟମିତତାରେ ସମ୍ପୃକ୍ତି ଥିବା ଅଫିସରଙ୍କ ବିରୋଧରେ ପୁଣି କଠୋର ହେଲେ ସରକାର । ଶୁକ୍ରବାର 2 ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେବା ସହ 4 ଜଣଙ୍କୁ ଚାକିରିରୁ ବରଖାସ୍ତ କଲେ ରାଜ୍ୟ ସରକାର।

ବାଧ୍ୟତାମୂଳକ ଅବସର ନେଇଥିବା ଅଫିସର ହେଲେ ବରଗଡ ଜିଲ୍ଲାର RWSSର ଆସିଷ୍ଟାଣ୍ଟ ଇଞ୍ଜିନିୟର ନାରାୟଣ ତିଆଡି ଓ ଜ୍ଞାନେନ୍ଦ୍ର ପଟେଲ । 2010ରେ ନାରାୟଣ ତିଆଡିଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଥିଲା । ଏହାସହ ସେ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହୁଥିଲେ। ସେହିପରି ଆସିଷ୍ଟାଣ୍ଟ ଇଞ୍ଜିନିୟର ଜ୍ଞାନେନ୍ଦ୍ର ପଟେଲ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିଥିବାରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଏମାନଙ୍କ ସହିତ ଆଉ 4 ଜଣଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ସେମାନେ ହେଲେ ସଞ୍ଜୟ କୁମାର ଚୌଧୁରୀ, ପ୍ରଦୀପ କୁମାର ରାୟ, ବିଜ୍ଞାନ କୁମାର ବେଉରିଆ ଓ ଅମୀୟ କୁମାର ସେଠୀ । ଏମାନଙ୍କ ନାଁରେ ଭିଜିଲାନ୍ସ ମାମଲା ରହିଥିବା ଜଣାପଡିଛି।

ସୂଚନାଥାଉକି, ଗତ ଅଗଷ୍ଟ ମାସରୁ ଏପର୍ଯ୍ୟନ୍ତ 59 ଜଣ ଅଫିସରଙ୍କୁ ବରଖାସ୍ତ କରାଯାଇଥିବା ବେଳେ 12 ଜଣଙ୍କୁ ବାଧ୍ୟତାମୂଳକ ଅବସର ଓ 11 ଜଣଙ୍କ ପେନସନ ବନ୍ଦ କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଦୁର୍ନୀତି ଓ ଅନିୟମିତତାରେ ସମ୍ପୃକ୍ତି ଥିବା ଅଫିସରଙ୍କ ବିରୋଧରେ ପୁଣି କାଠିର ହେକେ ସରକାର। 2 ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନେ ହେଲେ ବରଗଡ଼ ଜିଲ୍ଲାର RWSS ର ଆସିଷ୍ଟାଣ୍ଟ ଇଂଜିନିୟର ନାରାୟଣ ତିଆଡି। 2010ରେ ସେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ଥିଲା। ଦୀର୍ଘ ଦିନ ଧରି ସେ ଅନୁପସ୍ଥିତ ରହୁଥିଲେ। ସେହିପରି ଜ୍ଞାନେନ୍ଦ୍ର ପଟେଲ ଆସିଷ୍ଟାଣ୍ଟ ଇଂଜିନିୟର ଯେ କି ଦୀର୍ଘ ଦିନ ଧରି ଅନୁପସ୍ଥିତ ରହୁଥିଲେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଆଉ 4 ଜଣଙ୍କୁ ଚାକିରୀ ରୁ ବରଖାସ୍ତ କରାଯାଇଛି। ସେମାନେ ହେଲେ ସଞ୍ଜୟ କୁମାର ଚୌଧୁରୀ, ପ୍ରଦୀପ କୁମାର ରାୟ, ବିଜ୍ଞାନ କୁମାର ବେଉରିଆ, ଅମୀୟ କୁମାର ସେଠୀ। ଏମାନଙ୍କ ନାଁରେ ଭିଜିଲାନ୍ସ ମାମଲା ରହିଛି।Body:କConclusion:
Last Updated : Jan 10, 2020, 7:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.