ETV Bharat / city

ବନ୍ୟା ପାଇଁ ଆର୍ଲଟରେ ଜଳସମ୍ପଦ ବିଭାଗ, 8 ଜିଲ୍ଲା ପାଇଁ 6 ଅଧିକାରୀଙ୍କୁ ଦାୟିତ୍ୱ

author img

By

Published : Aug 13, 2022, 8:15 PM IST

ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଏନେଇ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରିବା ସହ ୮ ଜିଲ୍ଲା ପାଇଁ ୬ ଅଧିକାରୀଙ୍କୁ ଜଳସମ୍ପଦ ବିଭାଗ ପକ୍ଷରୁ ଦାୟିତ୍ବ ଦିଆଯାଇଛି । ଅଧିକ ପଢନ୍ତୁ

ବନ୍ୟା ପାଇଁ ଆର୍ଲଟରେ ଜଳସମ୍ପଦ ବିଭାଗ, 8 ଜିଲ୍ଲା ପାଇଁ 6 ଅଧିକାରୀଙ୍କୁ ଦାଇତ୍ୱ

ଭୁବନେଶ୍ବର: ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତଳି ଅଞ୍ଚଳରେ ବର୍ଷା ଜଳ ପ୍ରବେଶ କରିଛି । ଏହା ସହ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାସହ ମହାନଦୀ ଅବବାହିକାରେ ଛୋଟ ଧରଣର ବନ୍ୟା ଆଶଙ୍କା ରହିଛି । ଏନେଇ ଆକ୍ସନ ମୋଡ଼କୁ ଆସିଛି ଜଳ ସମ୍ପଦ ବିଭାଗ ।ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରିବା ସହ 8 ଜିଲ୍ଲା ପାଇଁ 6 ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାଇତ୍ୱ ଦିଆଯାଇଛି ।

8 ଜିଲ୍ଲା ପାଇଁ 6 ଅଧିକାରୀଙ୍କୁ ଦାଇତ୍ୱ
8 ଜିଲ୍ଲା ପାଇଁ 6 ଅଧିକାରୀଙ୍କୁ ଦାଇତ୍ୱ

ଛତିଶଗଡ଼ରେ ବର୍ଷା ଓ ଓଡ଼ିଶାରେ ବର୍ଷା ଜାରି ରହିଲେ ଛୋଟ ଧରଣର ବନ୍ୟା ଆଶଙ୍କା ରହିଛି । ହୀରାକୁଦର 30ଟି ଗେଟ ଦେଇ ବନ୍ୟାଜଳ ଛଡ଼ାଯାଉଥିବା ବେଳେ ଆର୍ଲଟ ହୋଇଛି ରାଜ୍ୟ ଜଳସମ୍ପଦ ବିଭାଗ । 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲି ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ବନ୍ୟାକୁ ନଜରରେ ରଖି 8 ଜିଲ୍ଲା ପାଇଁ 6 ଯନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।

ପୁରୀ ପାଇଁ ଇଞ୍ଜିନିୟର ଚିନ୍ମୟ ରଞ୍ଜନ ରାଉତ, ଜଗତସିଂହପୁର ଦାୟିତ୍ବରେ ଇଞ୍ଜିନିୟର ବିଜୟ କୁମାର ସାମଲ, କଟକ ଦାୟିତ୍ବରେ ଇଞ୍ଜିନିୟର ବଳେଶ୍ବର ନାଥ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି କେନ୍ଦ୍ରାପଡ଼ା ଦାୟିତ୍ବରେ ଇଞ୍ଜିନିୟର ପୂର୍ଣ୍ଣଚନ୍ଦ୍ର ରଥ, ଯାଜପୁର ଓ ଭଦ୍ରକ ଦାୟିତ୍ବରେ ଇଞ୍ଜିନିୟର ଧନେଶ୍ବର ସାମଲ, ଖୋର୍ଦ୍ଧା ଓ ନୟାଗଡ଼ ଦାୟିତ୍ବରେ ବିଘ୍ନରାଜ ପୁରୋହିତ ରହିଛନ୍ତି । ଏହି ସମସ୍ତ ଅଧିକାରୀଙ୍କୁ 8 ଜିଲ୍ଲାକୁ ଯାଇ ସ୍ଥିତି ଉପରେ ନଜର ରଖିବେ । ଜିଲ୍ଲାସ୍ତରର ଅଧିକାରୀଙ୍କ ସହ ସମନ୍ଵୟ ରଖି ଆବଶ୍ୟକତା ଅନୁସାରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.