ETV Bharat / city

ଆସିଲା ‘ଫନି’ କ୍ଷୟକ୍ଷତି ରିର୍ପୋଟ, ପୁରୀରେ ସର୍ବାଧିକ ମୃତ୍ୟୁ

ବାତ୍ୟାର 3 ଦିନ ପରେ ଆସିଲା ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ । ବାତ୍ୟାରେ ମୃତ୍ୟୁ ସଂଖ୍ୟା 34କୁ ବୃଦ୍ଧି ପାଇଛି । ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ମୃତ୍ୟୁ ସଂଖ୍ୟା 29 ବୋଲି କହିଥିଲେ । ତେବେ ସନ୍ଧ୍ୟାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ମୃତ୍ୟୁ ସଂଖ୍ୟା 34କୁ ବଢିଛି ।

author img

By

Published : May 5, 2019, 10:14 PM IST

ଫଟୋ ସୌଜନ୍ୟ : ବ୍ୟୁରୋ ଚିଫ, ଇଟିଭି ଭାରତ

ଭୁବନେଶ୍ୱର: ବାତ୍ୟାର 3 ଦିନ ପରେ ଆସିଲା ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ । ବାତ୍ୟାରେ ମୃତ୍ୟୁ ସଂଖ୍ୟା 34କୁ ବୃଦ୍ଧି ପାଇଛି । ଆଜି ପୂର୍ବାହ୍ନରେ ମୁଖ୍ୟ ଶାସନ ସଚିବ ମୃତ୍ୟୁ ସଂଖ୍ୟା 29 ବୋଲି କହିଥିଲେ । ତେବେ ସନ୍ଧ୍ୟାରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ମୃତ୍ୟୁ ସଂଖ୍ୟା 34କୁ ବଢିଛି ।

ରିପୋର୍ଟ ଅନୁଯାୟୀ ବାତ୍ୟାରେ ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂପୁର, ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଗଂଜାମ, ଢେଙ୍କାନାଳ ଓ ମୟୁରଭଞ୍ଜକୁ ମିଶାଇ 11ଟି ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ପୁରୀରେ ସର୍ବାଧିକ 21 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୟୁରଭଞ୍ଜରେ 4, ଯାଜପୁରରେ 4, କଟକରେ 3 ଓ କେନ୍ଦ୍ରାପଡାରେ 4 ଜଣଙ୍କ ମୃତ୍ୟୁ ହୋଇଛି । 11ଟି ଜିଲ୍ଲାର 137 ବ୍ଲକ, 46ଟି ସହରାଂଚଳ, 14 ହଜାର 835ଟି ଗାଁର 1 କୋଟି 7 ଲକ୍ଷ 84 ହଜାର 915 ଜଣ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ।

ପୁରୀ, ନିମାପଡା, ମଞ୍ଚେଶ୍ୱର ଓ ରଣସିଂହପୁରରେ 4ଟି ଗ୍ରୀଡ଼ ସମ୍ପୂର୍ଣ ନଷ୍ଟ ହୋଇଥିବା ବେଳେ ପୁରୀ, ଖୋର୍ଦ୍ଧାର ବିଦ୍ୟୁତ ଯୋଗାଯୋଗ ଓ ଟେଲିକମ୍ ଯୋଗାଯୋଗ ସମ୍ପୂର୍ଣ ଭାବେ ବ୍ୟାହତ ହୋଇଛି । ପୁରୀର ସମସ୍ତ କଚ୍ଚା ଘର ଓ ରାସ୍ତା କଡ଼ କ୍ଷୁଦ୍ର ବ୍ୟବସାୟୀ ସମ୍ପୂର୍ଣ ଭାବେ ଉଜୁଡି ଯାଇଛି । ପୁରୀରେ 160 ଜଣ ଲୋକ ବାତ୍ୟାରେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । 1031ଟି ସ୍ୱାସ୍ଥ୍ୟକେନ୍ଦ୍ର, 5244ଟି ପ୍ରାଥମିକ ବିଦ୍ୟାଳୟ, 547ଟି ମାଧ୍ୟମିକ ସ୍କୁଲ ଓ ଖରାଦିନିଆ ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ବାତ୍ୟା ପୂର୍ବରୁ ରେକର୍ଡ଼ ସଂଖ୍ୟକ 13 ଲକ୍ଷ 41 ହଜାର 476 ଜଣ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା । ପୁରୀ, ଗଂଜାମ, କଟକ ଓ ବାଲେଶ୍ୱରରୁ 24 ହଜାର 889 ଜଣ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ସହର ବାହାରକୁ ନିଆଯାଇଥିଲା ।

ଭୁବନେଶ୍ବରରୁ ବ୍ୟୁରୋ ଚିଫ୍ ଅଜିତ୍ କୁମାର ଦାଶ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.