ETV Bharat / city

ଷ୍ଟାଫ ସିଲେକ୍ସନ ଦୁର୍ନୀତି; SIT ତଦନ୍ତ ଦାବି କଲେ ନରସିଂହ - ଷ୍ଟାଫ ସିଲେକ୍ସନ ଦୁର୍ନୀତିରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଷ୍ଟାଫ ସିଲେକ୍ସନ ଦୁର୍ନୀତିକୁ ନେଇ ସରକାରଙ୍କୁ SIT ତଦନ୍ତ ଦାବି କରିଛନ୍ତି । ଏହାର ଉତ୍ତର ରଖିଛନ୍ତି ମନ୍ତ୍ରୀ ବିକ୍ରମ ଆରୁଖ । ଅଧିକ ପଢନ୍ତୁ...

ଷ୍ଟାଫ ସିଲେକ୍ସନ ଦୁର୍ନୀତିରେ SIT ତଦନ୍ତ କରାଯାଉ: ନରସିଂହ ମିଶ୍ର

author img

By

Published : Sep 4, 2021, 6:06 PM IST

ଭୁବନେଶ୍ବର: କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଷ୍ଟାଫ ସିଲେକ୍ସନ ଦୁର୍ନୀତିକୁ ନେଇ ସରକାର ଉପରେ ପ୍ରବଳ ବର୍ଷିଛନ୍ତି । ସେ ହକିଛନ୍ତି, ଖୋର୍ଦ୍ଧାର ପୂର୍ବତନ ଜିଲ୍ଲାପାଳ ଦୁର୍ନୀତିଗ୍ରସ୍ତ ଅଧିକାରୀ ବୋଲି ମୁଁ ଜାଣିଛି । ପୁନର୍ବାର କିଭଳି ସରକାର ତାଙ୍କୁ ନିଯୁକ୍ତି ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ପାଣ୍ଠି ସଂଗ୍ରହ ପାଇଁ ବୋଧେ ତାଙ୍କୁ ଥଇଥାନ କରାଇଥିଲେ । 23 ବର୍ଷ ଧରି କିଭଳି ଗୋଟିଏ ପୋଷ୍ଟରେ ବିରଞ୍ଚି ସାହୁଙ୍କୁ କିଭଳି ରଖାଯାଇଥିଲା ତାର SIT ତଦନ୍ତ ଦାବି କରିଛନ୍ତି ଏବଂ ସମ୍ପୃକ୍ତ ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷଙ୍କ ବିରୋଧରେ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

ଏହାର ଉତ୍ତରରେ ମନ୍ତ୍ରୀ ବିକ୍ରମ ଆରୁଖ କହିଥିଲେ ଯେ, ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ସଂଖ୍ୟା 25673 ତା 23.11.1993 ରିଖରେ ରାଜ୍ୟରେ ସମସ୍ତ ବିଭାଗର ତୃତୀୟ ବର୍ଗର କର୍ମଚାରୀ ନିଯୁକ୍ତି କରିବା ନିମନ୍ତେ ଗଠନ କରଯାଇଥିଲା ଏବଂ ଏହା ତା୧୪.୦୧.୧୯୯୪ ରିଖ ଠାରୁ କାର୍ଯ୍ୟକ୍ଷମ ହୋଇଥିଲା । ବର୍ତ୍ତମାନ ଏହା ରାଜ୍ୟ କ୍ୟାଡରର ସମସ୍ତ ‘ଖ’ ଓ ‘ଗ’ ବର୍ଗର କର୍ମଚାରୀ ନିଯୁକ୍ତି ନିମନ୍ତେ ଚୟନ ପ୍ରକ୍ରିୟା କରୁଅଛନ୍ତି ।

ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ଜଣେ ଅଧ୍ୟକ୍ଷ ଓ ତିନିଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଅଛି । ବର୍ତ୍ତମାନ କମିଶନରେ ଜଣେ ଅଧ୍ୟକ୍ଷ ଓ ଜଣେ ସଦସ୍ୟ କାର୍ଯ୍ୟ କରୁଛନ୍ତି । ସରକାରଙ୍କ ନିୟମ ଅନୁସାରେ ଅଧ୍ୟକ୍ଷ କିମ୍ବା ସଦସ୍ୟ ମାନଙ୍କର କାର୍ଯ୍ୟକାଳ ସର୍ବାଧିକ ପାଞ୍ଚବର୍ଷ କିମ୍ବା ୬୨ବର୍ଷ ବୟସ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି ।

କମିଶନରେ କାର୍ଯ୍ୟ ନିର୍ବାହ ନିମନ୍ତେ ଜଣେ ସଚିବ ଏବଂ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ନିଯୁକ୍ତ ହୋଇଛନ୍ତି । ସଚିବ, ଯୁଗ୍ମ ସଚିବ, ଉପ ସଚିବ ଓ ଅନୁ ସଚିବମାନେ ଓଏଏସ୍ କ୍ୟାଡରରୁ ଓ ବିତ୍ତ ଅଧିକାରୀ ଓଏଫଏସ୍ କ୍ୟାଡରରୁ ନିଯୁକ୍ତ ହେଉଥିଛି । କର୍ମଚାରୀମାନ ନିଯୁକ୍ତି ପ୍ରକ୍ରିୟାକୁ ପାରଦର୍ଶୀ କରିବା ନିମନ୍ତେ 2014 ମସିହା ଠାରୁ କମିଶନ OMR Sheet ରେ ହେଉଥିବା objective type test ର Model_Answer_keyକୁ ୱେବ୍ ସାଇଟରେ ଅପଲୋଡ୍ କରି ପ୍ରାର୍ଥୀ ମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିବା ପରେ ଚୁଡାନ୍ତ answer key ମାଧ୍ୟମରେ ମୂଲ୍ୟାୟନ କରୁଛନ୍ତି । 2021 ମସିହାରୁ କମିଶନ Computer Based_Recruitment Examination ମାଧ୍ୟମରେ ପରୀକ୍ଷା କରିବା ନିମନ୍ତେ ପଦକ୍ଷେପ ନେଉଛନ୍ତି ।

ସ୍ଵଳ୍ପ ସମୟ ମଧ୍ୟରେ ସ୍ଵଚ୍ଛ, ନିର୍ଭୁଲ ଏବଂ ତୃଟିହୀନ ନିଯୁକ୍ତି ପ୍ରକ୍ରିୟା ସମାପ୍ତ କରିବା ନିମନ୍ତେ କମିଶନ ଗ୍ରହଣ କରିଥିବା ପଦ୍ଧତିରେ ସର୍ବନିମ୍ନ ମାନବ ସମ୍ବଳ ବ୍ୟବହାର କରାଯାଉଥିବାରୁ ଏଥିରେ କର୍ମଚାରୀମାନଙ୍କ ସମ୍ପୃକ୍ତି ଥାଇ କୌଣସି ଦୁର୍ନୀତି ହେବାର ସମ୍ଭାବନା ନାହିଁ ।

ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାରକୁ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି । ନିଯୁକ୍ତି ପ୍ରକ୍ରିୟାକୁ ସରଳ ଏବଂ ସ୍ଵଚ୍ଛ କରିବା ପାଇଁ ସରକାର ରାଜ୍ୟ ଏବଂ ଜିଲ୍ଲା କ୍ୟାଡରର ବିଭିନ୍ନ ବର୍ଗ ‘ଗ’ ପଦବୀର ନିଯୁକ୍ତି ନିୟମାବଳୀରୁ ସାକ୍ଷାତକାର ବା ମୌଖିକ ପରୀକ୍ଷା ବ୍ୟବସ୍ଥାକୁ ପରିହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପୁନଶ୍ଚ, ରାଜ୍ୟ ଏବଂ ଜିଲ୍ଲା କ୍ୟାଡରର ସମସ୍ତ ପଦବୀର ଚୟନ ପ୍ରକ୍ରିୟାରେ କ୍ୟାରିଅର ମୂଲ୍ୟାଙ୍କନ ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ ଏବଂ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.