ETV Bharat / city

Omicron Scare: ଅଧାରୁ ବନ୍ଦ ହେଲା ଶିଶିର ସରସ ମେଳା - ବନ୍ଦ ହେଲା ଶିଶିର ସରସ ମେଳା

ଅବଧି ପୂର୍ବରୁ ବନ୍ଦ ହେଲା ଶିଶିର ସରସ ମେଳା । ଓମିକ୍ରନ ଭାରିଏଣ୍ଟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ୧୦ ପୂର୍ବରୁ ବନ୍ଦ ହେଲା ଶିଶିର ସରସ ମେଳା । ଅଧିକ ପଢ଼ନ୍ତୁ

ଅବଧି ପୂର୍ବରୁ ବନ୍ଦ ହେଲା ଶିଶିର ସରସ ମେଳା
ଅବଧି ପୂର୍ବରୁ ବନ୍ଦ ହେଲା ଶିଶିର ସରସ ମେଳା
author img

By

Published : Jan 6, 2022, 7:10 PM IST

ଭୁବନେଶ୍ବର: ଅବଧି ପୂର୍ବରୁ ବନ୍ଦ ହେଲା ଶିଶିର ସରସ ମେଳା । ଓମିକ୍ରନ ଭାରିଏଣ୍ଟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ୧୦ ପୂର୍ବରୁ ବନ୍ଦ ହେଲା ଶିଶିର ସରସ ମେଳା । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜଧାନୀବାସୀ । କୌଣସି ଘୋଷଣା ନ କରି ଶିଶିର ସରସ ମେଳା ବନ୍ଦ କରାଯାଇଥିବାରୁ ନିରାଶ ହୋଇ ଫେରିଛନ୍ତି ଲୋକେ ।

ଅବଧି ପୂର୍ବରୁ ବନ୍ଦ ହେଲା ଶିଶିର ସରସ ମେଳା

ଏହାକୁ ଲୋକେ ନେଇ ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଛି । କୋଭିଡ କଟକଣା ଯୋଗୁଁ ସବୁକିଛି ବନ୍ଦ ଥିବା ବେଳେ ମେଳା ହିଁ କିଛି ନୂଆ କିଣାବିକାର ବଡ଼ ମାଧ୍ୟମ ଥିଲା । ଆଉ ତାହା ମଧ୍ୟ କିଛି ସମୟ ପୂର୍ବରୁ ବନ୍ଦ ହେଇଗଲା । ଏହି ମେଳାରୁ ବହୁ ନୂଆ ଜିନିଷ କିଣାକିଣି କରିବାକୁ ଆଶା ରଖିଥିଲେ ରାଜଧାନୀବାସୀ । ତାହା କିନ୍ତୁ ସମ୍ଭବ ହୋଇପାରିଲା ନାହିଁ ।

ଡିସେମ୍ବର ୨୮ରୁ ଆରମ୍ଭ ହୋଇଥିବା ଶିଶିର ସରସ ମେଳା ଜାନୁଆରୀ ୬ ତାରିଖ ଚାଲିବାର ଥିଲା । ପ୍ରତିଦିନ ରାତି ୧୦ଟା ପର୍ଯ୍ୟନ୍ତ ମେଳା ଖୋଲା ରହୁଥିଲା । ତେବେ ଓମିକ୍ରନ ସଂକ୍ରମଣ ଭୟରେ ଏହାକୁ ବନ୍ଦ କରିଛି ପ୍ରଶାସନ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.