ETV Bharat / city

୫୬୩ କୋଟିର ୨ଟିି ନୂତନ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଗ୍ରୀନ ସିଗନାଲ - single window

ରାଜ୍ୟ ସରକାର ୫୬୩ କୋଟି ଟଙ୍କାର ୨ଟି ନୂଆ ପୁଞ୍ଜି ନିବେଶ ପ୍ରକଳ୍ପ ପ୍ରସ୍ତାବକୁ ୯୦ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ନୀତିଗତ ଅନୁମୋଦନ ଦେଇଛନ୍ତି । ଆଗକୁ ପଢନ୍ତୁ...

single-window-clearance
single-window-clearance
author img

By

Published : Feb 28, 2020, 9:59 PM IST

ଭୁବନେଶ୍ବର: ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗର ଅଭିବୃଦ୍ଧି କ୍ଷେତ୍ରରେ ଯୋଡ଼ି ହେଉଛି ଆଉ ଏକ ସଫଳତା । ଅନ୍ୟ ଏକ ପଦକ୍ଷେପ ସ୍ବରୂପ ଶୁକ୍ରବାର ରାଜ୍ୟ ସରକାର ୫୬୩ କୋଟି ଟଙ୍କାର ୨ଟି ନୂଆ ପୁଞ୍ଜି ନିବେଶ ପ୍ରକଳ୍ପ ପ୍ରସ୍ତାବକୁ ୯୦ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ନୀତିଗତ ଅନୁମୋଦନ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଅନୁଷ୍ଠିତ ଏକ ବୈଠକରେ, ଶିଳ୍ପ କମିଶନର ତଥା ସଚିବ ହେମନ୍ତ ଶର୍ମାଙ୍କ ସହାୟତାରେ ଏହି ପ୍ରକଳ୍ପ ଗୁଡ଼ିକୁ ଅନୁମୋଦନ ଦିଆଯାଇଛି ।

ନିବେଶ ପ୍ରସ୍ତାବ ପ୍ଲାଷ୍ଟିକ, ଇସ୍ପାତ ଏବଂ ଭିତ୍ତି ସଂରଚନା ଉପରେ ପର୍ଯ୍ୟବେସିତ ଥିଲା । ଏହି ୨ଟି ପ୍ରକଳ୍ପରେ ୧୨୭୩ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ପକ୍ଷରୁ ଗ୍ଲେନ୍ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡକୁ ବାର୍ଷିକ ୯୨୬୧ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ପ୍ଲାଷ୍ଟିକ ଫୁଡ କଣ୍ଟେନର ଏବଂ ମଡ୍ୟୁଲଡ ପପେର ତିଆରି କରିବା କାର୍ଯ୍ୟ ନିମନ୍ତେ ୬୩ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି ।

ଏଠାରେ ୨୭୩ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ସେହିପରି ରାଜ୍ୟର ଇସ୍ପାତ କ୍ଷେତ୍ରରେ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ୍ ଅଥରିଟି ପକ୍ଷରୁ ବାର୍ଷିକ ୭୫୦୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଆଲୁମିନିୟମ ଏକ୍ସଟ୍ରୁକସନ ପ୍ଲାଣ୍ଟର ସମ୍ପ୍ରସାରଣ ନିମନ୍ତେ ଜିନ୍ଦଲ ଆଲୁମିନିୟମ ଲିମିଟେଡକୁ ଅତିରିକ୍ତ ୫୦୦ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାଦ୍ବାରା ୧୦୦୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.