ETV Bharat / city

ଏକକ ବ୍ୟବହାର ଯୋଗ୍ୟ ପଲିଥିନ ନିଷିଦ୍ଧ: ବିଏମସିର ଚଢାଉ ଜାରି

author img

By

Published : Jul 2, 2022, 3:56 PM IST

Updated : Jul 3, 2022, 7:29 AM IST

ଶୁକ୍ରବାର ଠାରୁ ଏକକ ବ୍ୟବହାର ଯୋଗ୍ୟ ପଲିଥିନ୍‌ ନିଷିଦ୍ଧ କରାଯାଇଛି । ତଥାପି ମାନୁ ନାହାନ୍ତି ବ୍ୟବସାୟୀ । ଚଢାଉ ବେଳେ ୨.୫ କ୍ୱିଣ୍ଟାଲ ପଲିଥିନ ଜବତ କରିଛି ବିଏମସି । ଏଭଳି ବେଆଇନ କାରବାର କରୁଥିବା ବ୍ୟବସାୟୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବ ବୋଲି ବିଏମସି କମିଶନର କହିଛନ୍ତି । ଅଧିକ ପଢନ୍ତୁ

ଏକକ ବ୍ୟବହାର ଯୋଗ୍ୟ ପଲିଥିନ୍‌ ନିଷିଦ୍ଧ: ବିଏମସିର ଚଢାଉ ଜାରି

ଭୁବନେଶ୍ବର: ଗତକାଲି (ଶୁକ୍ରବାର) ଠାରୁ ଏକକ ବ୍ୟବହାର ଯୋଗ୍ୟ ପଲିଥିନ୍‌ ନିଷିଦ୍ଧ କରାଯାଇଛି । ଚଢାଉ ବେଳେ ୨.୫ କୁଇଣ୍ଟାଲ ପଲିଥିନ ଜବତ କଲା ବିଏମସି । ଏହି ପଲିଥିନ୍‌ ବ୍ୟବହାର କଲେ ଜରିମାନା ସହ କାର୍ଯ୍ୟାନୁଷ୍ଠାନ ବି ହେବ । ଏନେଇ କମିଶନର ବିଜୟ ଅମୃତା କୁଲାଙ୍ଗେ ଏକ ଭିଡିଓ ବାର୍ତ୍ତା ଯୋଗେ ଜନସାଧାରଣଙ୍କୁ ସଚେତନ କରିବା ସହ ପଲିଥିନ୍‌ ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଥିଲେ ।

ସେହି ଆଧାରରେ ସେଣ୍ଟ୍ରାଲ ଟିମ୍‌ ସହ ଅନ୍ୟ ଜୋନ୍‌ ଗୁଡ଼ିକ ମଧ୍ୟ ଟିମ୍‌ ଚଢ଼ାଉ କରିଥିବା ବେଳେ ୨୧ ଜଣା ବ୍ୟବସାୟୀଙ୍କ ଠାରୁ ୨.୫ କ୍ୱିଣ୍ଟାଲ ପଲିଥିନ ଜବତ କରିଛନ୍ତି । ଏହାସହ ୧୮ ଶହ ଟଙ୍କା ଜୋରିମାନା ବି ଆଦାୟ କରିଛନ୍ତି ।

ନାଲକୋ ଛକ ଓ ଡମଣା ମାକେଟରେ ନର୍ଥ ଜୋନର ଏନଫୋର୍ସମେଣ୍ଟ ଟିମ ଚଢାଉ କରି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ଏହି ଉଚ୍ଛେଦ ବେଳେ ପୋଲିସ, ସେଣ୍ଟ୍ରାଲ ଟିମ୍‌ ସହ ଅନ୍ୟ ଜୋନ୍‌ ଗୁଡ଼ିକର ଟିମ୍‌ ଉପସ୍ଥିତ ଥିଲେ । ଆଉ ଏକକ ବ୍ୟବହାର ଯୋଗ୍ୟ ପଲିଥିନ୍‌ ନିଷିଦ୍ଧକୁ ନେଇ ଲୋକଙ୍କୁ ସଚେତନ ମଧ୍ୟ କରିଥିଲେ ।

ଅନ୍ୟପଟେ କମିଶନର କହିଛନ୍ତି, ଜୁଲାଇ ୧ ତାରିଖ ଠାରୁ ଏକକ ବ୍ୟବହାରଯୋଗ୍ୟ ପଲିଥିନ୍‌(୧୦୦ ମାଇକ୍ରନ୍‌ରୁ କମ୍‌) ଉତ୍ପାଦନ, ଆମଦାନି, ମହଜୁଦ, ବିକ୍ରି, ବଣ୍ଟନ ଓ ବ୍ୟବହାର ନିଷିଦ୍ଧ କରାଯାଇଛି । ଏହି ନିଷିଦ୍ଧ ପ୍ଲାଷ୍ଟିକ୍‌ ତାଲିକା ଭିତରେ ପ୍ଲାଷ୍ଟିକ୍‌ ଚାମଚ, ବେଲୁନ୍‌ ପାଇଁ ବ୍ୟବହାର ହେଉଥିବା ଷ୍ଟିକ୍‌, ଆଇସ୍‌କ୍ରିମ୍‌ ଷ୍ଟିକ୍‌, ପ୍ଲାଷ୍ଟିକ୍‌ ଛୁରି, ମିଠା ପ୍ୟାକ୍‌ କରିବାକୁ ବ୍ୟବହାର ହେଉଥିବା ପଲିଥିନ୍‌, ଥର୍ମକୁଲ୍‌, ସିଗାରେଟ୍‌ ପ୍ୟାକେଟ୍‌, ପିଭିସି ପାଇପ୍‌, ପ୍ଲାଷ୍ଟିକ୍‌ ଗ୍ଲାସ୍ ଓ କପ୍‌, ଡେକୋରେସନ ପାଇଁ ବ୍ୟବହୃତ ରଙ୍ଗବେରଙ୍ଗ ପଲିଥିନ୍‌, ଷ୍ଟ୍ର, ଟ୍ରେ, ପ୍ଲେଟ୍‌ ପ୍ରଭୃତି ରହିଛି ।

ଆଜି ଠାରି ଠାରୁ ଏସବୁ ବ୍ୟବହାର ଉପରେ କାର୍ଯ୍ୟାନୁଷ୍ଠାନ ହେବ । ବ୍ୟବସାୟୀଙ୍କ ସହ ଯେଉଁମାନେ ଏଭଳି ପଲିଥିନ୍‌ ସାହାଯ୍ୟରେ ବିଭିନ୍ନ ଜିନିଷ ନେବେ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ। ଏଣୁ ବଜାରରୁ ମିଳୁଥିବା ପଲିଥିନ୍‌ ନନେଇ ମାର୍କେଟିଂ ବେଳେ ନିଜନିଜ ବ୍ୟାଗ୍‌ ବ୍ୟବହାର କରିବାକୁ ବିଏମ୍‌ସି ପରାମର୍ଶ ଦେଇଛି । ପୂର୍ବରୁ ଏଭଳି କଟକଣା ଜାରି ହୋଇଥିଲା, ହେଲେ କେହି ଶୁଣିନଥିଲେ । ବ୍ୟବସାୟୀ ବିଭିନ୍ନ ଜିନିଷ ବିକ୍ରି କରିବାକୁ ପଲିଥିନ୍‌ ମାଗଣାରେ ଦେଉଥିଲେ । ଲୋକମାନେ ମଧ୍ୟ ସଚେତନ ହେଉନଥିଲେ ।

ଫଳରେ ଥରେ ବ୍ୟବହାର କରି ଏହି ପଲିଥିନ୍‌କୁ ଫିଙ୍ଗି ଦେବା ପରେ ଭୟଙ୍କର ପରିମଳ ସମସ୍ୟା ସୃଷ୍ଟି ହେଉଥିଲା । ଏଣୁ ବିଏମ୍‌ସି ପୁଣି ଥରେ କଠୋର ହୋଇଛି । ଆଗକୁ ସଚେତନ ନହେଲେ ନିୟମ କଡାକଡି ହେବ ଆଉ ଜରିମାନା ମଧ୍ୟ କରାଯିବ ବୋଲି କହଛି ବିଏମସି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 3, 2022, 7:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.