ETV Bharat / city

ଜଳୁଛି ଶିମିଳିପାଳ; ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

author img

By

Published : Mar 3, 2021, 10:54 AM IST

ଶିମିଳିପାଳରେ ନିଆଁ ଲାଗିବା ଘଟଣା ନେଇ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହା ଏସିଆ ପାଇଁ ଭଲ ସଙ୍କେତ ନୁହେଁ । ମୟୂରଭଞ୍ଜ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମର ଧ୍ୟାନ ଆବଶ୍ୟକ କରୁଛି କହିଲେ ମନ୍ତ୍ରୀ ।

ଶିମିଳିପାଳରେ ନିଆଁ; ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଭୁବନେଶ୍ବର:7 ଦିନ ହେଲାଣି ଲିଭୁନି ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଉଦବେଗ ପ୍ରକାଶ କରିବା ସହ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ଟ୍ବିଟ କରି ନିବେଦନ କରିଛନ୍ତି ।

ଏନେଇ କେନ୍ଦ୍ରମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଏହା ଏସିଆ ମହାଦେଶ ପାଇଁ ଏକ ଅଶୁଭ ସଙ୍କେତ । ତେଣୁ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମ ଏଥି ପ୍ରତି ଗୃରୁତ୍ବ ଦିଅନ୍ତୁ । ନିଆଁ ଲାଗିବାର 7 ଦିନ ବିତି ଯାଇଥିବାବେଳେ ଏହାକୁ କୌଣସି ଜାତୀୟ ଗଣମାଧ୍ୟମ ଗୁରୁତ୍ବ ଦେଉନାହିଁ । ଯାହା ଅତି ଦୁର୍ଭାଗ୍ୟ ଜନକ ।

ଏନେଇ ସେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଅନୁରୋଧ କରିଛନ୍ତି ଯେ, ଏହି ଘଟଣାର ଦୃଷ୍ଟିଆକର୍ଷଣ କରିବାକୁ ସେ ଗଣମାଧ୍ୟମ ଗୁଡିକୁ ନିର୍ଦ୍ଦେଶ ଦିଅନ୍ତୁ । ଏହାସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକୁ ଶିମିଳିପାଳର ସୁରକ୍ଷା ପାଇଁ ତୁରନ୍ତ ଦୃଷ୍ଟି ଦେବା ସହ ନିଆଁ ଲିଭାଇବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ।

ଏଠାରେ କହିରଖୁଛୁ ଯେ, 7 ଦିନ ହେବ ମୟୂରଭଞ୍ଜର ଶିମିଳିପାଳ ଜଙ୍ଗଲରେ ଲାଗିଛି ନିଆଁ । ଶହଶହ ଗଛ ଜଳିଯିବା ସହିତ ଜଙ୍ଗଲରେ ଥିବା ଜୀବଜନ୍ତୁଙ୍କ ଜୀବନହାନି ମଧ୍ୟ ହୋଇଛି l ପୂର୍ବରୁ ଏନେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡେକର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହସ୍ତକ୍ଷେପ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଥିଲେ । ପ୍ରଧାନଙ୍କ ଟ୍ବିଟ ପରେ ତୁରନ୍ତ ପଦକ୍ଷେପ ନେବା ସହ ରିପୋର୍ଟ ଦାଖଲ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ବାରିପଦା ସହର ଉପଖଣ୍ଡ ମଞ୍ଚବନ୍ଧା ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ଜଳୁଛି । ପାଖାପାଖି ୧୦ ଏକରରୁ ଊର୍ଦ୍ଧ୍ବ ଜଙ୍ଗଲରେ ନିଆଁ ଲାଗିଥିବାବେଳେ ଅଗ୍ନିଶମ ବିଭାଗ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା ଜାରିରଖିଛି । ଅନ୍ୟପକ୍ଷରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ତଥା ବେତନଟି ବନବିଭାଗ ଅଧୀନ ମାକୁନ୍ଦ-ଛାତନା ସଂରକ୍ଷିତ ବନାଞ୍ଚଳରେ ନିଆଁ ଲାଗିବା ଫଳରେ ଶହଶହ ହେକ୍ଟର ଜଙ୍ଗଲ ଜଳିଯାଇଛି l

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.