ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ଏସିଆ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ଆହୋରଣ କରିଥିବା ଓଡ଼ିଆ ପର୍ବତାରୋହୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ । ଏହି ସଫଳତା ପରେ ସେ ବେଶ ଖୁସି ହେବା ସହ ନିଜ ପରିବାର ଏବଂ ସମଗ୍ର ଓଡ଼ିଶାବାସୀଙ୍କୁ ଏହି ସଫଳତାର ଶ୍ରେୟ ଦେଇଛନ୍ତି ।
ଆଗକୁ ସେଭେନଥ ସମିଟ(Seventh Summit) ହାସଲ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ସିଦ୍ଧାର୍ଥ । ଏହାସହ ପୁଅର ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ବାଜା ବଜାଇ ପାଇକ ଦଳ ତାଙ୍କୁ ସ୍ବାଗତ କରିଛନ୍ତି । ମାଉସୀ ମା’ ମନ୍ଦିର ପାଖରେ ତାଙ୍କୁ ସ୍ବାଗତ କରିଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ