ଭୁବନେଶ୍ବର: ସଟଡାଉନର ଆଜି ହେଉଛି ଦ୍ଵିତୀୟ ଦିନ । ପୋଲିସ ଓ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଲୋକମାନେ ବାହାରକୁ ବାହାରୁ ନଥିବା ଦେଖିବାକୁ ମିଳୁଛି । ଏହି ସମୟରେ ସହରର ବିଭିନ୍ନ ସ୍ଥାନ ମାନଙ୍କରେ ବାସହରା,ଗରିବ ଓ ଭିକାରୀ ଶ୍ରେଣୀର ଲୋକମାନେ ଖାଦ୍ୟ ଅଭାବ ଦେଖିବକୁ ମିଳିଛି ।
ଭୁବନେଶ୍ବର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ପୋଲିସ ପକ୍ଷରୁ ସଟଡାଉନ ଘୋଷଣା କରାଯାଉଛି । ଏହି ସମୟରେ ବାସହରା,ଗରିବ ଓ ଭିକାରୀ ଶ୍ରେଣୀର ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ଦେଉଛନ୍ତି । ଦୋକାନ ବଜାର ବନ୍ଦ ଥିବାରୁ ସେମାନଙ୍କୁ ଲକ ଡାଉନ ସମୟରେ କିଛି ସ୍ବେଚ୍ଛାସେବୀ ଖାଇବାକୁ ଯୋଗାଇ ଦେଉଛନ୍ତି । ସଟଡାଉନ ଯୋଗୁଁ ସ୍ବେଚ୍ଛାସେବୀମାନଙ୍କ ପାସ ରଦ୍ଦ କରିଦିଆଯାଇଛ ଫଳରେ ସେମାନେ ଖାଦ୍ୟ ଯୋଗାଇ ପାରୁନାହାନ୍ତି ।
ତେବେ ଏହି ସମୟରେ ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ପ୍ରସ୍ତୁତ କରି ସହରର ବିଭିନ୍ନ ସ୍ଥାନରେ ଖାଇବାକୁ ଦିଆଯାଉଛି । ପାଖାପାଖି 10ରୁ 15 ଟି ସ୍ଥାନରେ ଏହି ଖାଦ୍ୟ ବଣ୍ଟାଯାଉଥିବା ସୂଚନା ରହିଛି । ତେବେ ଅନେକ ସ୍ଥାନରେ ଲୋକମାନେ ଖାଦ୍ୟ ନ ପାଇ ଭୋକରେ ରହୁଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ