ETV Bharat / city

ପଞ୍ଚଭୂତରେ ଲୀନ ହେଲା ଶାନ୍ତନୁ ମହାପାତ୍ରଙ୍କ ପାର୍ଥୀବ ଶରୀର, ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷକୃତ୍ୟ ସମ୍ପନ୍ନ

author img

By

Published : Dec 30, 2020, 4:04 PM IST

Updated : Dec 30, 2020, 10:50 PM IST

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ସତ୍ୟନଗର ଶ୍ମଶାନରେ ଶେଷକୃତ୍ବ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଗଲା ଅନ୍ତିମ ସଂସ୍କାର । ଅଧିକ ପଢନ୍ତୁ...

ଭୁବନେଶ୍ବର ସତ୍ୟନଗରରେ ଶେଷ ହେଲା ଶାନ୍ତନୁ ମହାପାତ୍ରଙ୍କ ଶେଷକୃତ୍ବ

ଭୁବନେଶ୍ବର: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ସତ୍ୟନଗର ଶ୍ମଶାନରେ ଶେଷକୃତ୍ବ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଗଲା ଅନ୍ତିମ ସଂସ୍କାର । ଏନେଇ ସୂଚନା ଦେଲେ ତାଙ୍କ ବଡ ପୁଅ କୌଶିକ ମହାପାତ୍ର ।

ସେପଟେ ପଦ୍ମଶ୍ରୀ ଶାନ୍ତନୁଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି । ଓଡିଆ ସମେତ ଅନେକ ଭାଷାର ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ସ୍ୱର୍ଗତ ମହାପାତ୍ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ପଞ୍ଚଭୂତରେ ଲୀନ ହେଲା ଶାନ୍ତନୁ ମହାପାତ୍ରଙ୍କ ପାର୍ଥୀବ ଶରୀର, ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷକୃତ୍ୟ ସମ୍ପନ୍ନ

ପଦ୍ମଶ୍ରୀ ଶାନ୍ତନୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଶୋକବ୍ୟକ୍ତ । ଶାନ୍ତନୁଙ୍କ ଦେହାନ୍ତରେ ସେ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ଆତ୍ମର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ । ଓଡିଆ ସମେତ ଅନେକ ଭାଷାର ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ସ୍ୱର୍ଗତ ମହାପାତ୍ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସ୍ବତନ୍ତ୍ର ସଙ୍ଗୀତ ସଂଯୋଜନା ଶୈଳୀ ମାଧ୍ୟମରେ ଚିଲିକା ତୀରେ, ଅଗ୍ନିପରୀକ୍ଷା ଓ ମେଘମୁକ୍ତି ଆଦି ଚଳଚ୍ଚିତ୍ରରେ ସେ ଛାଡି ଯାଇଥିବା ଛାପ ସର୍ବଦା ସ୍ମରଣୀୟ ରହିବେ ବୋଲି ନବୀନ କହିଛନ୍ତି । ସେପଟେ ଶାନ୍ତନୁଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।

ସୂଚନା ଥାଉକି ବିଳମ୍ବିତ ରାତିରେ ଓଡିଆ ସିନେ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଶାନ୍ତନୁଙ୍କ ପରଲୋକ ସହ ଓଡିଆ ସଙ୍ଗୀତ ଯୁଗରେ ଏକ ଯୁଗର ଅବସାନ ହୋଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Dec 30, 2020, 10:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.