ETV Bharat / city

ରାଜଧାନୀରେ ଅସୁରକ୍ଷିତ କର୍ମଜୀବୀ ମହିଳା, କର୍ମକ୍ଷେତ୍ରରେ ବଢୁଛି ଯୌନ ଶୋଷଣ

author img

By

Published : Jun 21, 2021, 9:02 PM IST

କର୍ମଜୀବୀ ମହିଳାଙ୍କ ଉପରେ ପାପ ନଜର । କର୍ମକ୍ଷେତ୍ରରେ ସୁରକ୍ଷିତ ମଣୁନାହାନ୍ତି ମହିଳା । ସାମ୍ନାକୁ ଆସୁଛି ଯୌନ ଶୋଷଣ ଅଭିଯୋଗ । ଚେତୁନି ପୋଲିସ କି ନିଆଯାଉନି କାର୍ଯାନୁଷ୍ଠାନ । ନାଲିଫିତା ତଳେ ପଡିଛି ଆଇନ । ଅଧିକ ପଢନ୍ତୁ…

ରାଜଧାନୀରେ ଅସୁରକ୍ଷିତ କର୍ମଜୀବି ମହିଳା,କର୍ମକ୍ଷେତ୍ରରେ ବଢୁଛି ଶୋଷଣ

ଭୁବନେଶ୍ବର: ରାଜଧାନୀରେ ଅସୁରକ୍ଷିତ କର୍ମଜୀବୀ ମହିଳା । କର୍ମକ୍ଷେତ୍ରରେ ବଢୁଛି ଯୌନ ଶୋଷଣ । ସରକାରୀ ଅଫିସଠୁ ଆରମ୍ଭ କରି କର୍ପୋରେଟ ହାଉସ । ଛୋଟ ଦୋକାନଠୁ ଆରମ୍ଭ କରି ହୋଟେଲ ଓ ରେସ୍ତୋରାଁ । ପୁରୁଷଙ୍କ ସହ ଅନେକ କର୍ମକ୍ଷେତ୍ରରେ କାମ କରୁଛନ୍ତି ମହିଳା । ହେଲେ ଏହି କର୍ମଜୀବୀ ମହିଳା ଯେ ନିଜକୁ ସୁରକ୍ଷିତ ମଣୁଛନ୍ତି ତାହା କହିବା ମୁସ୍କିଲ ।

କର୍ମକ୍ଷେତ୍ରରେ ମହିଳାମାନେ ଯୌନ ଶୋଷଣରେ ଶିକାର ହେଉଛନ୍ତି । କେଉଁଠି ବ୍ୟାଙ୍କ ମ୍ୟାନେଜରର ଖରାପ ନଜର ତ କେଉଁଠି ସରକାରୀ ଅଫିସରେ ଉପର ଅଧିକାରୀଙ୍କ ହୀନ ଦୃଷ୍ଟି । ଆଉ କେତେବେଳେ ବଡ ବଡ ପ୍ରଶାସନିକ ଅଧିକାରୀଙ୍କ ତଳ କର୍ମଚାରୀଙ୍କୁ ହ୍ଵାଟ୍ସଆପରେ ଅଶ୍ଳୀଳ ମେସେଜ । ଏଭଳି ଅନେକ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଅନେକ କର୍ମ କ୍ଷେତ୍ରରେ ଯୌନ ଶୋଷଣର ଶିକାର ହେଉଛନ୍ତି ମହିଳା ଓ ଯୁବତୀ ।

ତେବେ ଏହା ବିରୋଧରେ ପ୍ରିଭେନସନ ଅଫ ସେକ୍ସୁଆଲ ହାରାସମେଣ୍ଟ ଆଟ ଓ୍ବାର୍କପ୍ଲେସ ଆକ୍ଟ ୨୦୧୩ ନିୟମ ରହିଥିବା ବେଳେ କାର୍ଯ୍ୟକାରୀ ହେଉନାହିଁ । ୧୦ରୁ ଊର୍ଦ୍ଧ୍ବ ମହିଳା କାମ କରୁଥିବା କର୍ମସ୍ଥଳୀରେ ଏକ ଇଣ୍ଟରନାଲ କମିଟି ଗଠନ ହେବା ଜରୁରୀ । ଯେଉଁଠି କିଛି ବାହାର ପ୍ରତିଷ୍ଠିତ ଲୋକଙ୍କୁ ଏହାର କମିଟି ମେମ୍ବର ରଖିବା ଦରକାର। ଯଦି କୌଣସି ମହିଳା ଏପରି ଅଭିଯୋଗ ଆଣନ୍ତି ପ୍ରଥମେ ଇଣ୍ଟରନାଲ କମିଟି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଦରକାର ।

ତେବେ ନଜର ପକାନ୍ତୁ କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ହୋଇଥିବା ଯୌନ ଶୋଷଣ ଘଟଣା;

  • ୭ ଜାନୁଆରୀ ୨୦୨୦- ସତ୍ୟନଗର ଘରୋଇ ବ୍ୟାଙ୍କର ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ ମହିଳା କର୍ମଚାରୀଙ୍କ ଥାନାରେ ମାମଲା
  • ୯ ଜୁଲାଇ ୨୦୨୦- ଆୟୁଷ ନିର୍ଦେଶକ ବିଭୂ ଷଡଙ୍ଗୀଙ୍କ ବିରୋଧରେ କଣ୍ଟ୍ରାକ୍ଟଚୁଆଲ ମହିଳା କର୍ମଚାରୀଙ୍କ ଅଭିଯୋଗ
  • ୨୬ ମେ ୨୦୨୧- ସହିଦ ନଗର ଥାନାରେ ମୋବାଇଲ ସର୍ଭିସ ସେଣ୍ଟରର ମ୍ୟାନେଜର ବିରୋଧରେ ମହିଳା କର୍ମଚାରୀଙ୍କ ଅଭିଯୋଗ
  • ମାର୍ଚ୍ଚ 2021-ଚନ୍ଦ୍ରଶେଖରପୁର ଥାନାରେ ଏକ ଘରୋଇ ହସପିଟାଲର ଡାକ୍ତରଙ୍କ ବିରୋଧରେ ନର୍ସଙ୍କ ଅଭିଯୋଗ

ତେବେ ଏପରି ସମସ୍ୟା ରୋକିବାକୁ ହେଲେ ବିଶାଖା ଗାଇଡଲାଇନ (Vishaka guidelines) ଅନୁସାରେ ଅନେକ ଅଫିସର କର୍ମଚାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଯିବା ଆବଶ୍ୟକ। ଏସମ୍ପର୍କରେ ମହିଳା କର୍ମଚାରୀ ସଚେତନ ହେବା ଜରୁରୀ । ଏପରିକି ଏହାର ଅଧିକ ପ୍ରଚାର ପ୍ରସାର ହେବାର ଆବଶ୍ୟକ ବୋଲି ଅନେକ ମତ ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.