ETV Bharat / city

ପଶିଲା ଉତ୍ତର-ପଶ୍ଚିମ ଥଣ୍ଡା ପବନ, କମିବ ତାପମାତ୍ରା

ଆସନ୍ତା ୫ ଦିନ ପାଗ ଶୁଖିଲା ରହିବ । ତେବେ ଆସନ୍ତା ୨୪ ଘଣ୍ଟା, ଅର୍ଥାତ ଶନିବାର ମଧ୍ୟରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ।

author img

By

Published : Nov 6, 2020, 10:48 PM IST

କମିବ ତାପମାତ୍ରା
କମିବ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଛି ଶୁଷ୍କ ଓ ଥଣ୍ଡା ପବନ । ଏହାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ । ଫଳରେ ଭୀଷଣ ଜାଡ ଅନୁଭୂତ ହେବ ବୋଲି ଶୁକ୍ରବାର ସ୍ପଷ୍ଟ କରିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଅଧ୍ୟକ୍ଷ ହବିବୁର ରହମାନ ବିଶ୍ବାସ ।

ପଶିଲା ଉତ୍ତର-ପଶ୍ଚିମ ଥଣ୍ଡା ପବନ
ପଶିଲା ଉତ୍ତର-ପଶ୍ଚିମ ଥଣ୍ଡା ପବନ

ଆସନ୍ତା ୫ ଦିନ ପାଗ ଶୁଖିଲା ରହିବ । ତେବେ ଆସନ୍ତା ୨୪ ଘଣ୍ଟା, ଅର୍ଥାତ ଶନିବାର ମଧ୍ୟରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଉତ୍ତର ଓ ଦକ୍ଷିଣରେ ଆସନ୍ତା 2,3 ଦିନ ମଧ୍ୟରେ ୪ ରୁ ୫ ଡିଗ୍ରୀ ତାପମାତ୍ରା ଖସିବ ।

ଭୁବନେଶ୍ବର ଓ କଟକରେ ରାତ୍ରି ତାପମାତ୍ରା ହ୍ରାସ ପାଇବ । ଗତ ୨୪ ଘଣ୍ଟା ଭିତରେ କୋରାପୁଟ,ରାୟଗଡା,କନ୍ଧମାଳ ଜିଲ୍ଲାରେ ସ୍ବଳ୍ପ ବର୍ଷା ରେକର୍ଡ କରାଯାଇଛି । ରାୟଗଡାରେ ସର୍ବାଧିକ ୫୮.୦ମିମି ବର୍ଷା ରେକର୍ଡ କରାଯାଇଛି । ୪ ଜିଲ୍ଲାରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ରହିଛି ।

ଝାରସୁଗୁଡାରେ ସର୍ବନିମ୍ନ ତାପମାତ୍ରା ୧୪.୨ ଡିଗ୍ରୀ ରହିଛି । ସେହିପରି ଦାରିଙ୍ଗିବାଡିରେ ୧୪.୬,ଅନୁଗୁଳରେ ୧୪.୫,ସୋନପୁର ରେ ୧୪.୪ ଡିଗ୍ରୀ ରେକର୍ଡ ହୋଇଛି । ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.