ETV Bharat / city

ରାଜ୍ୟରେ କାଳବୈଶାଖୀ, 10 ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ

ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଘଡଘଡି ସହ ହୋଇପାରେ ବର୍ଷା । ଅନ୍ୟପଟେ 8ଟି ଜିଲ୍ଲାକୁ ଦିଆଗଲା ୟଲୋ ୱାର୍ଣ୍ଣିଂ ।

ପ୍ରତିକାତ୍ମକ ଫଟୋ
author img

By

Published : May 19, 2019, 9:18 PM IST

ଭୁବନେଶ୍ବର: ଅସହ୍ୟ ତାତିରୁ ମିଳିପାରେ ମୁକ୍ତି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସହ ବର୍ଷା ସମ୍ଭାବନା । ରବିବାର ରାତିରେ ଘଡଘଡି ସହ ବର୍ଷା ହେବା ନେଇ ଅନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।

ରାଜ୍ୟର ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, ଅନୁଗୁଳ, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି କାଳବୈଶାଖି ଯୋଗୁଁ କେତେକ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି ।

ଅନ୍ୟପଟେ ଆଜି ବି ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ପ୍ରକୋପ । ଅସହ୍ୟ ତାତି ସାଙ୍ଗକୁ ଗୁଳିଗୁଳିରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରବିବାର ରାଜ୍ୟର 10ଟି ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା । ସେହିଭଳି ଟିଟିଲାଗଡରେ ସର୍ବାଧିକ ତାମପାତ୍ରା 44.5 ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ 10ଟି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଦିଆଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.