ଭୁବନେଶ୍ବର: ଲିଙ୍ଗରାଜ ବାଇ-ଲ ପ୍ରତ୍ୟାହାର ଦାବିରେ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି । ଆସନ୍ତାକାଲି ବାଇ-ଲ ପ୍ରତ୍ୟାହାର ଦାବି କରି ଭୁବନେଶ୍ବର ସ୍ଥିତ ଏଏସଆଇ କାର୍ଯ୍ୟାଳୟ ଘେରିବ ମନ୍ଦିର ସେବାୟତ ନିଯୋଗ । ସମସ୍ତ ନିଯୋଗ, ଲିଙ୍ଗରାଜ ସେନା, ସ୍ଥାନୀୟ ବାସିନ୍ଦା ପକ୍ଷରୁ ଏଏସଆଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ । ଏଏସଆଇ ମୁଖ୍ୟକୁ ବାଇ-ଲ ପ୍ରତ୍ୟାହାର କରିବାକୁ ଦାବି ପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ସମର୍ଥ ନିଯୋଗ ପ୍ରତିନିଧି ହରିହର ସମର୍ଥ। ସେପଟେ, ଆଜି ଏହି ନିୟମକୁ ବିରୋଧ କରି ମନ୍ଦିର ସମ୍ମୁଖରେ ଘଣ୍ଟ ବଜାଇ ଥିଲେ ସେବାୟତ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ