ETV Bharat / city

ସ୍ମାର୍ଟସିଟିରେ ପରିମଳ ପରିଚାଳନାକୁ ବିଏମସିର ଗୁରୁତ୍ବ - ସ୍ମାର୍ଟସିଟି

ସ୍ମାର୍ଟସିଟି ଭୁବନେଶ୍ବରରେ ପରିମଳ ପରିଚାଳନାକୁ ଦିଆଯିବ ଗୁରୁତ୍ବ । ନିୟମ ଖିଲାପ କଲେ ଦେବାକୁ ପଡିବ ୫୦ହଜାର ଜୋରିମାନା।

ଫଟୋସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର
author img

By

Published : Jul 28, 2019, 1:25 AM IST

ଭୁବନେଶ୍ବର: ଏଣିକି ରାଜଧାନୀରେ ମଳ ଉଠାଉଥିବା ସେଶପୁଲ ଗାଡି ଉପରେ ଲାଗିବ କଟକଣା । ସ୍ମାର୍ଟସିଟି ଭୁବନେଶ୍ବରରେ ପରିମଳ ପରିଚାଳନାକୁ ଦିଆଯିବ ଗୁରୁତ୍ବ । ନିୟମ ଖିଲାପ କଲେ ଦେବାକୁ ପଡିବ ୫୦ହଜାର ଜୋରିମାନା । ଏଭଳି ସୂଚନା ଦେଇଛନ୍ତି ବିଏମସି କମିଶନର।

ବିଏମସି କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ସ୍ମାର୍ଟସିଟିରେ ମଳ ଆବର୍ଜନାର ସଠିକ ପରିଚାଳନା ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୫ ଦିନ ଭିତରେ ମଳ ବ୍ୟବସାୟ କରୁଥିବା ଶେଷପୁଲ ଗାଡିକୁ ପଞ୍ଜିକୃତ କରାଇଲେ ମିଳିବ ୪୦ ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ନହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଲୋକଙ୍କର ସଚେତନତା ଅଭାବ କାରଣରୁ ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବରେ ମଳ ପଡି ରହିବାରୁ ଏଭଳି ସ୍ଥିତି ଉପୁଜିଛି । ତେବେ ସହରକୁ ପ୍ରଦୂଷଣ ମୁକ୍ତ କରିବା ସହିତ ମଳ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ଏହି ନୂଆ ନିୟମ ଗ୍ରହଣ ହେବାକୁ ଯାଉଛି ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି।

ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀଙ୍କ ସୂଚନା ଅନୁସାରେ ଭୁବନେଶ୍ବରରେ ବେଆଇନ ମଳ ସଂଗ୍ରହ କରୁଥିବା ଘରୋଇ ଶେଷପୁଲ ଗାଡି ଗୁଡିକୁ ତାଗିଦ କରାଯାଇଛି । ବିଏମସି , ପୋଲିସ ପ୍ରଶାସନ ଏବଂ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଏକ ସ୍କ୍ବାର୍ଡ ଗଠନ କରାଯିବ।

ଅନ୍ୟପଟେ ଶେଷପୁଲ ବ୍ୟବସାୟରେ ଲିପ୍ତ ଥିବା ଗାଡି ମାଲିକଙ୍କ ସୂଚନା ଅନୁସାରେ ଗାଡି ପିଛା ରେଟକୁ ସଂଶୋଧିତ କରିବାକୁ ବିଏମସିକୁ ଅନୁରୋଧ କରିଛନ୍ତି ଶେଷପୁଲ ଗାଡି ବ୍ୟବସାୟୀ ସଂଜୟ ବିଶ୍ବାସ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

Intro:ସ୍ମାର୍ଟସିଟି ଭୁବନେଶ୍ୱରରେ ମଳ ପରିଚାଳନାକୁ ଗୁରୁତ୍ୱ।ନିୟମ ନମାନିଲେ ଦେବାକୁ ପଡିବ ୫୦ହଜାର ଜୋରିମାନା।

Body:ଏଣିକି ମଳ ଉଠାଉଥିବା ସେଶପୁଲ ଗାଡି ଉପରେ ଲାଗିବ କଟକଣା।ନିୟମ ଖିଲାପ କଲେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ ଜୋରିମାନା।ଏଭଳି ସୂଚନା ଦେଇଛନ୍ତି ବିଏମସି କମିଶନର।ବିଏମସିର କତ୍ତୃପକ୍ଷଙ୍କ ସୂଚନା ଅନୁସାରେ ସ୍ମାର୍ଟସିଟିରେ ମଳ ପରିଚାଳନାକୁ ବ୍ୟବସ୍ଥିତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।ଆସନ୍ତା ୧୫ ଦିନ ଭିତରେ ମଳ ବ୍ୟବସାୟ କରୁଥିବା ଶେଷପୁଲ ଗାଡିକୁ ପଞ୍ଜିକୃତ କରାଇଲେ ମିଳିବ ୪୦ ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇଦା ନହେଲେ ହେବ କାର୍ଯ୍ୟାନୁଷ୍ଠାନ।

ସହରରୁ ନିୟମିତ ମଳ ଆବର୍ଜନାକୁ ପରିଚାଳନା ପାଇଁ ବ୍ୟବହାର ହେଉଥିବା ଗାଡି ,ଏଣିକି ବିଏମସି ନଜରରେ ରହିବ ଅର୍ଥାତ ଜିପିଏସ ସିଷ୍ଟେମ ଦ୍ୱାରା ଟ୍ରାକ ହେବ ଗାଡିର ଗତିବିଧି।ମଳ ଆବର୍ଜନାକୁ ସଠିକ ପରିଚାଳନା ପାଇଁ ଏଭଳି ନିଷ୍ପତ୍ତି ନେଇଛି ବିଏମସି।ବିଏମସି ସୂଚନା ଅନୁସାରେ ଲୋକଙ୍କର ସଚେତନତା ଅଭାବ କାରଣରୁ ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବରେ ମଳ ପଡି ରହିବାରୁ ଏଭଳି ସ୍ଥିତି ଉପୁଜିଛି।ତେବେ ସହରକୁ ପ୍ରଦୂଷଣ ମୁକ୍ତ କରିବା ସହିତ ମଳ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ଏହି ନୂଆ ନିୟମ ଗ୍ରହଣ କରିବାକୁ ଯାଉଛି ବିଏମସି।ନୂଆ ବ୍ୟବସ୍ଥା ଅନୁସାରେ ଏଣିକି ଏହି କାର୍ଯ୍ୟରେ ଲିପ୍ତ ଥିବା ଗାଡିଗୁଡିକରେ ଲାଗିବ ଜିପିଏସ ସିଷ୍ଟେମ।ଆସନ୍ତା ୧୫ ଦିନ ଭିତରେ ପ୍ରଥମ ପଞ୍ଜିକୃତ କରିଥିବା ଗାଡିକୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହଯୋଗ ସହମତି ପ୍ରଦାନ କରିବ ବିଏମସି।

ବିଏମସି କମିଶନର ପ୍ରେମ ଚନ୍ଦ୍ର ଚଉଧାରୀ ଙ୍କ ସୂଚନା ଅନୁସାରେ ଭୁବନେଶ୍ୱରରେ ବେନିୟମ ମଳ ସଂଗ୍ରହ କରୁଥିବା ଘରୋଇ ଶେଷପୁଲ ଗାଡି ଗୁଡିକୁ ତାଗିଦ କରାଯାଇଛି।ଭୁବନେଶ୍ୱରରେ ବିଏମସିର ୫୪ ଟି ଗାଡି ଏବଂ ୫୦ ରୁ ଉର୍ଦ୍ଧ୍ବ ଘରୋଇ ଶେଷପୁଲ ଗାଡି ମଳ ସଂଗ୍ରହ କରୁଛନ୍ତି ସେମାନେ ଆସନ୍ତା ୧୫ ଦିନ ଭିତରେ ଗାଡିର ପଞ୍ଜିକୃତ କଲେ ସେମାନଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜିପିଏସ,ଭଲୁମ ସାମଗ୍ରୀ ସହାୟତା ପ୍ରଦାନ କରାଯିବ।ଜିପିଏସ ଟ୍ରାକିଂଗ ମାଧ୍ୟମରେ ଗାଡିକୁ ଟ୍ରାକ କରାଯିବ।୫୦ ହଜାର ଟଙ୍କା ଜୋରିମାନା ନିଆଯିବ।ବିଏମସି ,ପୋଲିସ ପ୍ରଶାସନ ଏବଂ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଏକ ସ୍କ୍ୱାର୍ଡ ଗଠନ କରାଯିବ।

ଏହି ନିୟମ ଖିଲାପକାରୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ କାରଣ ଏହାକୁ ଜିପିଏସ ସିଷ୍ଟେମରେ ମନିଟର କରିବାକୁ ନୀତିଗତ ନିଷ୍ପତ୍ତି ନେଇଛି ବିଏମସି।

ଅନ୍ୟପଟେ ସେସପୁଲ ବ୍ୟବସାୟରେ ଲିପ୍ତ ଥିବା ଗାଡି ମାଲିକଙ୍କ ସୂଚନା ଅନୁସାରେ ଗାଡି ପିଛା ରେଟ କୁ ସଂଶୋଧିତ କରିବାକୁ ବିଏମସିକୁ ଅନୁରୋଧ କରିଛନ୍ତି ଶେଷପୁଲ ଗାଡି ବ୍ୟବସାୟୀ ସଂଜୟ ବିଶ୍ୱାସ।ବହୁତ ଅଣପଞ୍ଜିକୃତ ଗାଡି ଗୁଡିକ ନିୟମ ବହିର୍ଭୁତ କରି ମଳ ଆବର୍ଜନାକୁ ରାସ୍ତା କଡରେ ଫୋଫାଡୁଛନ୍ତି।ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ବିଏମସି ଗ୍ରହଣ କରିବା ଦରକାର।

Conclusion:ତେବେ ବିଏମସିର ଏହି ନିଷ୍ପତ୍ତିକୁ ନୀତିଗତ ଭାବେ କାର୍ଯ୍ୟକାରୀ ହେଉଛି ତାହା ଉପରେ ସମସ୍ତଙ୍କ ନଜର।ପ୍ରଦୂଷଣ ମୁକ୍ତ ସହର କରିବାକୁ ପ୍ରଶାସନର କଡା ନିୟମକୁ ଶେଷପୁଲ ଗାଡି ବ୍ୟବସାୟ କରୁଥିବା ମାଲିକ କେତେ ମାନୁଛନ୍ତି ତାହା ସମୟ କହିବ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.