ETV Bharat / city

PM BIRTHDAY: ସେବା, ସମର୍ପଣ ଅଭିଯାନ ପାଳିବ ବିଜେପି, ସୂଚନା ଦେଲେ ଲେଖାଶ୍ରୀ - ଲେଖାଶ୍ରୀ ସାମନ୍ତସିଂହାର

ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ । ତେବେ ଏହି ଦିବସରେ ସେବା ଓ ସମର୍ପଣ ଅଭିଯାନ ବିଜେପି ପାଳିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢନ୍ତୁ...

PM BIRTHDAY: ସେବା, ସମର୍ପଣ ଅଭିଯାନ ପାଳିବ ବିଜେପି, ସୂଚନା ଦେଲେ ଲେଖାଶ୍ରୀ

author img

By

Published : Sep 14, 2021, 7:10 PM IST

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ । ଦଳର ମୁଖିଆଙ୍କ ଏହି ସ୍ବତନ୍ତ୍ର ଦିବସକୁ ନିଆରା ଢଙ୍ଗରେ ପାଳିବାକୁ ଲକ୍ଷ୍ୟ ରଖିଛି ବିଜେପି । ଏହି ଦିବସରେ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ସେବା ଓ ସମର୍ପଣ ଅଭିଯାନ ପାଳନ କରାଯିବ ବୋଲି ଦଳ ପକ୍ଷରୂ ସୂଚନା ମିଳିଛି ।

PM BIRTHDAY: ସେବା, ସମର୍ପଣ ଅଭିଯାନ ପାଳିବ ବିଜେପି, ସୂଚନା ଦେଲେ ଲେଖାଶ୍ରୀ

ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ଭାବରେ ୨୦ ବର୍ଷର ସେବା କାର୍ଯ୍ୟ ପୂରଣ କରିଛନ୍ତି । ଏଥିଲାଗି ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୭ ଯାଏଁ ୨୦ ଦିନ ଧରି ବିଜେପି ସେବା ଓ ସମର୍ପଣ ଅଭିଯାନ ପାଳନ କରିବ । ଦେଶବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ ରହିଛି ବୋଲି ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଏଥିରେ ସମସ୍ତ ରାଜ୍ୟ, ଜିଲ୍ଲା, ମଣ୍ଡଳ ଏବଂ ବୁଥ ଭାଗ ନେବେ ଓ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଭାଗିଦାରୀ ରହିବ । ଏହାସହିତ କେଉଁଭଳି ଭାବରେ ଦଳିତ, ଗରୀବ, ବଞ୍ଚିତ, କୃଷକ, ମହିଳା, ଦିବ୍ୟାଙ୍ଗଙ୍କ ପାଇଁ ଲମ୍ବା ସମୟ ଧରି ପ୍ରଧାନମନ୍ତ୍ରୀ ସେବା, ସମର୍ପଣ ଭାବରେ କାର୍ଯ୍ୟ କରିଆସିଛନ୍ତି ଏହାକୁ ନେଇ ପ୍ରଦର୍ଶନୀ ଆୟୋଜିତ ହେବ ।

ନମୋ ଆପ୍ ଜରିଆରେ ଭର୍ଚ୍ଚୁଆଲ ପ୍ରଦର୍ଶନୀ ଆୟୋଜନ ହେବ ଏବଂ ସବୁ ଜିଲ୍ଲାରେ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଏହି ପ୍ରଦର୍ଶନୀକୁ ଆସି ଦେଖିପାରିବେ । ପ୍ରତ୍ୟେକ ମଣ୍ଡଳରେ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ବିରତଣ କାର୍ଯ୍ୟକ୍ରମ ହେବ । ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ସ୍ଵାସ୍ଥ୍ୟ ଶିବିରର ଆୟୋଜନ ହେବ । ଦିବ୍ୟାଙ୍ଗ ମାନଙ୍କୁ ଯେଉଁ କୃତ୍ରିମ ଅଙ୍ଗ ବଣ୍ଟନ କରାଯିବ ଏଥିରେ ଦଳର ସମସ୍ତ ମୋର୍ଚ୍ଚା ସାମିଲ ରହିବେ । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆବର୍ଗ ମୋର୍ଚ୍ଚା, ମହିଳାମୋର୍ଚ୍ଚା ସମସ୍ତେ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ମାଗଣା ରାସନ ବ୍ୟାଗ ବିତରଣ କରାଯିବ ଏବଂ ଏଥିରେ ମହିଳା ମୋର୍ଚ୍ଚା ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି ।

ଯୁବମୋର୍ଚ୍ଚା ଦ୍ବାରା ସମସ୍ତ ଜିଲ୍ଲାରେ ରକ୍ତଦାନ ଶିବିର ଆୟୋଜନ କରାଯିବ ଏବଂ ସମସ୍ତ ଯୁବକ ବନ୍ଧୁ ମାନଙ୍କୁ ଅନୁରୋଧ ରହିବ ଯେ ସେମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । କୃଷକ ମୋର୍ଚ୍ଚା ଦ୍ଵାରା ସେପ୍ଟେମ୍ବର ୧୭ ତାରିଖ ଦିନ ରାଜ୍ୟ ମୁଖ୍ୟାଳୟ ଏବଂ ପ୍ରତ୍ୟେକ ଜିଲ୍ଲାରେ କୃଷକ ଓ ଜବାନ ମାନଙ୍କୁ ସମ୍ମାନିତ କରାଯିବ । ପ୍ରତ୍ୟେକ ମଣ୍ଡଳରେ ସ୍ବଚ୍ଛତା ଅଭିଯାନ ହାତକୁ ନିଆଯିବ । ଏଥିରେ ନଦୀ ଓ ଜଳାଶୟର ସଫେଇ କାର୍ଯ୍ୟକ୍ରମ ଏବଂ ବ୍ୟାପକ ଭାବରେ ବୃକ୍ଷରୋପଣ, ସିଙ୍ଗଲ ୟୁଜ ପ୍ଲାଷ୍ଟିକର ବର୍ଜନ ପ୍ରତି ସଚେତନତା ସୃଷ୍ଟି କରାଯିବ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ସ୍ବଚ୍ଛ ଭାରତ ଟିମ ଏହାର ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଡ. ସାମନ୍ତସିଂହାର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.