ETV Bharat / city

ଭୁବନେଶ୍ବରରେ ଆରମ୍ଭ ହେଲା ସେରୋ ସର୍ଭେଲାନସ, ପ୍ରଥମ ପର୍ଯ୍ୟାୟରେ 2500 ଟେଷ୍ଟ

author img

By

Published : Jul 11, 2020, 1:39 PM IST

Updated : Jul 11, 2020, 5:33 PM IST

କୋରୋନା ସଂକ୍ରମଣ ରୋକିବାକୁ ରାଜଧାନୀରେ ଆରମ୍ଭ ହେଲା ସେରୋଲୋଜି ଟେଷ୍ଟ । ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଆଇସିଏମଆର ଓ ବିଏମସିର ମିଳିତ ଉଦ୍ୟମରେ ସେରୋଲୋଜି ଟେଷ୍ଟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ବରର ବସ୍ତି ଓ ହଟସ୍ପଟ ଅଞ୍ଚଳରୁ 2500 ନମୁନା ସଂଗ୍ରହ କରାଯିବ ।

ସ୍ମାର୍ଟସିଟିରେ ଆରମ୍ଭ ହେଲା ସେରୋଲୋଜି ଟେଷ୍ଟ, ଦୁଇଟି ପର୍ଯ୍ୟାୟରେ 5000 ନମୁନା ସଂଗ୍ରହ କରାଯିବ

ଭୁବନେଶ୍ବର: କୋରୋନା ସଂକ୍ରମଣ ରୋକିବାକୁ ରାଜଧାନୀରେ ଆରମ୍ଭ ହେଲା ସେରୋଲୋଜି ଟେଷ୍ଟ । ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଆଇସିଏମଆର ଓ ବିଏମସିର ମିଳିତ ଉଦ୍ୟମରେ ସେରୋଲୋଜି ଟେଷ୍ଟ ଆରମ୍ଭ ହୋଇଛି । ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ୱାର୍ଡରେ ଏହି ଟେଷ୍ଟ ହେବ ବୋଲି ଜଣାପଡିଛି ।

ଭୁବନେଶ୍ବରରେ ଆରମ୍ଭ ହେଲା ବହୁ ଚର୍ଚ୍ଚିତ ସେରୋଲୋଜି ଟେଷ୍ଟ । କୋରୋନା ସଂକ୍ରମଣ ରୋକିବାକୁ ରାଜଧାନୀ ଭୁବନେଶ୍ବରରେ ଶନିବାର ଠାରୁ ଆରମ୍ଭ ହୋଇଛି ସେରୋ ସର୍ଭେଲାନ୍ସ । ଏହା ମୁଖ୍ୟତଃ ୨ ଟି ପର୍ଯ୍ୟାୟରେ ହେବ ପ୍ରଥମ ପର୍ଯ୍ୟାୟ ପାଇଁ ୫ ଟି ଟିମ ଗଠିତ ହୋଇଛି । ପ୍ରତି ଟିମରେ ରହିବେ ୭ ରୁ ୧୦ ଜଣ ସଦସ୍ୟ ରହିବେ ଏବଂ ଏହି ଟିମକୁ ପରିଚାଳନା କରିବେ ଆରଏମଆରସି ଅଧିକାରୀ ।

ରାଜଧାନୀ ଭୁବନେଶ୍ବରର ବସ୍ତି ଓ ହଟସ୍ପଟ ଅଞ୍ଚଳରୁ ପ୍ରାୟ ୧୬୦୦ ନମୁନା ସଂଗ୍ରହ କରାଯିବ ଏବଂ କମ୍ୟୁନିଟି ସଦସ୍ୟଙ୍କ ୯୦୦ ନମୁନା ସଂଗ୍ରହ ହେବ । ପ୍ରଥମ ପର୍ଯ୍ୟାୟରେ ୨୫ ଟି ୱାର୍ଡରେ ସଂଗ୍ରହ ହେବ ରକ୍ତ ନମୁନା । ଅଧିକ ସଂକ୍ରମଣ ସ୍ଥାନରୁ ମଧ୍ୟ ରକ୍ତ ନମୁନା ସଂଗ୍ରହ କରାଯିବା ନେଇ ସୂଚନା ଦେଇଛନ୍ତି ନମୁନା ସଂଗ୍ରହ କରୁଥିବା ଅଧିକାରୀ । ପ୍ରଥମ ପର୍ଯ୍ୟାୟରେ 2500 ଏବଂ ଦ୍ବିତୀୟ ପର୍ଯ୍ୟାୟରେ ସମାନ ସଂଖ୍ୟକ ନମୁନା ସଂଗ୍ରହ କରାଯିବ ।

ଶନିବାର ବିଏମସି ଦକ୍ଷିଣ ପୂର୍ବ ଜୋନ ୱାର୍ଡ ନଂ ୫୪ ଓ ଜ୍ଞାନ ନଗର ହୁଡା ସାହି ଅଙ୍ଗନବାଡ଼ି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୫ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଏଥିପାଇଁ ୫ ଟି ଟିମ ଗଠନ କରାଯାଇଛି । ପ୍ରତ୍ୟକ ଟିମ ଦିନକୁ ୩ ଟି କ୍ୟାମ୍ପ କରିବେ । ଗୋଟେ ଗୋଟେ ଘର ଛାଡି ସାମ୍ପଲ ସଂଗ୍ରହ କରାଯିବ । ପ୍ରତି ସ୍ଥାନରୁ ୩୦ ରୁ ୪୦ ଜଣଙ୍କ ସାମ୍ପଲ ଟେଷ୍ଟ କରାଯିବ ବୋଲି ବିଏମସି ଦକ୍ଷିଣ ପୂର୍ବ ଜୋନ ଡାକ୍ତର ସୁବ୍ରତ ମହାପାତ୍ର କହିଛନ୍ତି । ଭୁବନେଶ୍ବରରେ ୨ୟ ପର୍ଯ୍ୟାୟରେ ହେବ ସେରୋଲଜିକାଲ ଟେଷ୍ଟ, ପ୍ରଥମେ ଶନିବାର ,ରବିବାର କମ୍ୟୁନିଟି ସାମ୍ପଲ ୯୦୦,ଏବଂ ହାଇ ରିସ୍କ ସାମ୍ପଲ ୧୬୦୦ ସଂଗ୍ରହ କରାଯିବ । ଶନିବାର ୨୫ ଟି ୱାର୍ଡ ,୧୫ ଟି କ୍ଲାଷ୍ଟର ,ରବିବାର ଆଉ ୧୦ ଟି କ୍ଲାଷ୍ଟରରୁ ହେବ ରକ୍ତ ନମୁନା ସଂଗ୍ରହ । ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ବୋଲି ସୂଚନା ଦେଇଛନ୍ତି ଆରଏମଆରସି ବୈଜ୍ଞାନିକ ଡ ଜୟସିଂହ ।

ତେବେ ଭୁବନେଶ୍ବରରେ କୋରୋନା ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ଗୋଷ୍ଠୀ ସଂକ୍ରମଣ ହେଇଛି କି ନାହିଁ ଏବଂ ସଂକ୍ରମଣ କେତେଦୂର ବ୍ୟାପିଛି ସେ ନେଇ ସେରୋଲଜିକାଲ ଟେଷ୍ଟରୁ ଜଣାପଡିବା ସମ୍ଭାବନା ରହିଛି । ତେଣୁ ଭୁବନେଶ୍ବରରେ ଆଣ୍ଟିଜେନ ଟେଷ୍ଟ, ସେରୋଲଜିକାଲ ଟେଷ୍ଟ ଆରମ୍ଭ ହୋଇଛି । ପର୍ଯ୍ୟାୟ କ୍ରମେ ଏହି ଟେଷ୍ଟ ଚାଲିବ । ବିଭିନ୍ନ ଗୋଷ୍ଠିୀ ସଂକ୍ରମଣ ପ୍ରବଣ ଅଞ୍ଚଳରୁ ନମୁନା ସଂଗ୍ରହ କରାଯିବ। ବୋଲି କହିଛନ୍ତି ।

ସୂଚନା ଥାଉକି ରାଜଧାନୀରେ କୋରୋନା ସଂଖ୍ୟା ବଢୁଥିବାରୁ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ଭୁବନେଶ୍ବରରେ ସମୁଦାୟ 640 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 314 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 8 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 317ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jul 11, 2020, 5:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.