ETV Bharat / city

ବଢୁଛି ରାଜନୈତିକ ଅସହିଷ୍ଣୁତା, ଜୋର ଧରିଲା ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ ଦାବି - ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବରିଷ୍ଠ ସାମ୍ବାଦିକଙ୍କ ପ୍ରତିକ୍ରିୟା

ଗଣମାଧ୍ୟମ ଉପରେ ବଢୁଥିବା ଆକ୍ରମଣ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ପାଇଁ ନିରପେକ୍ଷ ଖବର ପ୍ରସାରଣ କରିବା କ୍ଷେତ୍ରରେ ବଡ ଅନ୍ତରାୟ ସୃଷ୍ଟି କରିଛି । ନିର୍ବାଚନ ମୁକ୍ତ ଅବାଧ ଦିଗରେ ସମ୍ବିଧାନର ଯେଉଁ ପ୍ରତିବନ୍ଧତା ରହିଛି ତାହା ଉପରେ ଏକ ବଡ ପ୍ରଶ୍ନ ଲଗାଇଛି । ଅଧିକ ପଢ଼ନ୍ତୁ

ବଢୁଛି ରାଜନୈତିକ ଅସହିଷ୍ଣୁତା, ଜୋର ଧରିଲା ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ ଦାବି

author img

By

Published : Feb 21, 2022, 9:07 PM IST

Updated : Feb 22, 2022, 2:12 PM IST

ଭୁବନେଶ୍ବର: ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ମତଦାନ ବେଳେ ହିଂସାକାଣ୍ଡ ପରେ ଆଶା କରାଯାଉଥିଲା ଯେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ । ଏଥିପାଇଁ ନିର୍ବାଚନ କମିଶନ ଓ ପୋଲିସ ଡିଜିଙ୍କ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିଲା । କୌଣସି ପରିସ୍ଥିତିରେ ଆଇନଶୃଙ୍ଖଳା ପରିସ୍ଥିତି ଯେପରି ନବିଗିଡ଼ିବ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ରହିଥିଲା । ଏହାକୁ ନେଇ ପୋଲିସ ମହାନିର୍ଦ୍ଦେଶକ ବୟାନ ଜାରି କରିଥିଲେ । ହେଲେ ପୋଲିସ ଡିଜିଙ୍କ ଏହି ପ୍ରତୃଶ୍ରୁତି ପାଣିର ଗାର ପାଲଟିଛି ।

ବଢୁଛି ରାଜନୈତିକ ଅସହିଷ୍ଣୁତା, ଜୋର ଧରିଲା ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ ଦାବି

ତୃତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନ ବେଳେ ରାଜନଗରରେ ଜଣେ ପୋଲିସ ଅଧିକାରୀଙ୍କୁ ସଙ୍ଗବଦ୍ଧ ଭାବରେ ଆକ୍ରମଣ କରାଗଲା । ଆତ୍ମରକ୍ଷା ପାଇଁ ପୋଲିସ ଅଧିକାରୀ ଜଣଙ୍କୁ ଶେଷରେ ନିଜର ସର୍ଭିସ ବନ୍ଧୁକ ବାହାର କରି ଉତ୍ୟକ୍ତ ଲୋକଙ୍କୁ ଦେଖାଇବାକୁ ପଡ଼ିଲା । ଏହାର ଭିଡିଓ ଏବେ ଭାଇରାଲ ହେଉଛି । ତାହା ଆଜିର ଦିନରେ ତୃଣମୂଳ ସ୍ତରରେ ରାଜନୈତିକ ଅସହିଷ୍ଣୁତାର ବଡ଼ ଚିତ୍ର ବୟାନ କରୁଛି।

ଦୁର୍ବୃତ୍ତଙ୍କ ଶିକାର ସାମ୍ବାଦିକ

ସେହିପରି ଯାଜପୁର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଦୁର୍ବୃତ୍ତଙ୍କ ନିର୍ମମ ଆକ୍ରମଣର ଶିକାର ହେବାକୁ ପଡ଼ିଲା । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ କଣାସ ଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଯେଉଁଭଳି ଆକ୍ରମଣ କରାଗଲା ସେହି ଘଟଣା ପରେ ଅସାମାଜିକ ବ୍ୟକ୍ତିଙ୍କ ମନବୋଳ ବଢ଼ିଛି ଏଥିରେ ସନ୍ଦେହ ନାହିଁ । ନହେଲେ ଏପରି ଘଟଣାର ପୁନରାବୃତ୍ତି ହୋଇନଥାନ୍ତା । ଏ ସମସ୍ତ ଘଟଣାରୁ ସ୍ପଷ୍ଟ ଯେ ରାଜନୈତିକ ହିଂସା ନିର୍ବାଚନ ବେଳେ ବଢୁଛି । ଏହାକୁ ରୋକିବାକୁ ପ୍ରଶାସନ ସମ୍ପୂର୍ଣ୍ଣ ଭାବରେ ଫେଲ୍‌ ମାରିଛି ।

ତେବେ ଗଣମାଧ୍ୟମ ଉପରେ ବଢୁଥିବା ଏହି ଆକ୍ରମଣ କୁ ବିଭିନ୍ନ ବର୍ଗ ରେ ନିନ୍ଦା କରାଯାଇଛି । ଶାସକ ଓ ବିରୋଧୀ ଦଳର ବରିଷ୍ଠ ରାଜନେତା ମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ଘଟଣାର ନିନ୍ଦା କରିଛନ୍ତି। ଅପରାଧିଙ୍କର ବିରୋଧରେ ତୀବ୍ର କାର୍ଯ୍ୟାନୁଷ୍ଠାନ ନେବା ସପକ୍ଷରେ ମତ ରଖିଛନ୍ତି । ତେବେ ଗଣମାଧ୍ୟମ ଉପରେ ବଢୁଥିବା ଏହି ଆକ୍ରମଣ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ପାଇଁ ନିରପେକ୍ଷ ଖବର ପ୍ରସାରଣ କରିବା କ୍ଷେତ୍ରରେ ବଡ଼ ଅନ୍ତରାୟ ସୃଷ୍ଟି କରିଛି । ନିର୍ବାଚନ ମୁକ୍ତ ଅବାଧ ଦିଗରେ ସମ୍ବିଧାନର ଯେଉଁ ପ୍ରତିବଦ୍ଧତା ରହିଛି ତାହା ଉପରେ ଏକ ବଡ଼ ପ୍ରଶ୍ନ ଲଗାଇଛି।

ବରିଷ୍ଠ ସାମ୍ବାଦିକଙ୍କ କ୍ଷୋଭ ପ୍ରକାଶ

ଗଣମାଧ୍ୟମ ଉପରେ ବଢୁଥିବା ଆକ୍ରମଣକୁ ନେଇ ସାମାଜିକ ଗଣମାଧ୍ୟମରେ ବୟାନ ବାଜି ଆରମ୍ଭ ହୋଇଛି । ରାଜନୀତିର ଅପରାଧିକରଣ, ବଢୁଥିବା ଅସହିଷ୍ଣୁତା ଓ ମିଡ଼ିଆର ରିପୋର୍ଟିଂ ଶୈଳୀ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ନେଇ ବରିଷ୍ଠ ସାମ୍ବାଦିକ ମାନେ କ୍ଷେଭ ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ବାଦ ଦେଇ ମୁକ୍ତ ନିରପେକ୍ଷ ନିର୍ବାଚନ ସମ୍ଭବ ନୁହେଁ ବୋଲି ମତ ରଖିଛନ୍ତି ବରିଷ୍ଠ ସାମ୍ବାଦିକ ରବି ଦାସ । ସେଥିପାଇଁ ଗଣମାଧ୍ୟମକୁ ନିର୍ବାଚନରେ ଏକ ସ୍ୱତନ୍ତ୍ର ସୁବିଧା ଦିଆଯାଇଥାଏ । ଯେଉଁଠାରେ ଗଣମାଧ୍ୟମ ପ୍ରତିନିଧିନଙ୍କ ଉପରେ ଆକ୍ରମଣ ହେଉଛି ସେଠାରେ ମୁକ୍ତ ନିରପେକ୍ଷ ନିର୍ବାଚନ ହେଉନାହିଁ । ଯେଉଁମାନେ ମୁକ୍ତ ନିରପେକ୍ଷ ନିର୍ବାଚନ ଚାହାନ୍ତି ସେମାନେ ଗଣମାଧ୍ୟମକୁ ଆକ୍ରମଣ କରନ୍ତି ନାହିଁ ବୋଲି କହିଛନ୍ତି ରବି ଦାସ । ଏଭଳି ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ଓ ସାମ୍ବାଦିକମାନଙ୍କ କ୍ଷତି ଭରଣା ହେବା ଦରକାର।

ଅନ୍ୟପଟେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ ଦାଶ କହିଛନ୍ତି ଯେ ରାଜନୈତିକ ପରିସ୍ଥିତିରେ ଅବନ୍ନତି ଘଟିଛି । ଫଳରେ କିଛି ରାଜନୈତିକ ବ୍ୟକ୍ତିଙ୍କ ଛତ୍ରଛାୟା ତଳେ ଅପରାଧୀମାନେ ହିଂସାକାଣ୍ଡ ଘଟାଉଛନ୍ତି । ଏବେ ଗଣମାଧ୍ୟମ ସଂସ୍ଥାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠିଛି । ଅନେକ କର୍ପୋରେଟ ହାଉସ ଏବଂ ରାଜନେତାଙ୍କ ହାତରେ ମିଡିଆ ପରିଚାଳିତ ହେଉଛି । ବର୍ତ୍ତମାନ ଲୋକଙ୍କର ସାମ୍ବାଦିକଙ୍କ ପ୍ରତି ଯେଉଁ ଧାରଣା ଥିଲା ତାହା କମିଛି ବୋଲି ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ଦାସ କହିଛନ୍ତି ।

ସାମ୍ବାଦିକଙ୍କ ପାଇଁ ସୁରକ୍ଷା ଆଇନ ଦାବି

ଅନ୍ୟପଟେ ପରିସ୍ଥିତି ଯାହା ହେଉ ଟେକ୍ନୋଲୋଜିର ବିକାଶ ଏବଂ ସାମାଜିକ ଗଣମାଧ୍ୟମର ବ୍ୟାପକ ପ୍ରସାର ଯୋଗୁଁ ଆଜି କୌଣସି ଖବର ଲୁଚି ରହୁନାହିଁ । ଅପରାଧ ଘଟାଉଥିବା ଅନେକ ଲୋକ ଏବେ ଏକ୍ସପୋଜ୍‌ ହେଉଛନ୍ତି । ଯେଉଁ ଖବର ପୂର୍ବରୁ ରିପୋର୍ଟ ହୋଇପାରୁନଥିଲା ତାହା ଏବେ ଟେକ୍ନୋଲୋଜି ମାଧ୍ୟମରେ ଅତି ସହଜରେ ଲୋକଲୋଚନକୁ ଆସି ଯାଉଛି। ତେଣୁ ଅପରାଧିଙ୍କର ଗଣମାଧ୍ୟମ ପ୍ରତି ଆକ୍ରୋଶ ବଢିଛି । ତେବେ ସାମ୍ବାଦିକମାନେ ହିଂସାର ଶିକାର ହେବା କାରଣ ସତ୍ୟକୁ ସାମ୍ନାକୁ ଆଣିବା ଖାଲି ନୁହେଁ। ଅନେକ କ୍ଷେତ୍ରରେ ଅପରାଧୀଙ୍କର ଆଇନ ପ୍ରତି ଭୟ ମଧ୍ୟ କମିଥିବା କହିଛନ୍ତି ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର ।

ଅପରାଧୀମାନଙ୍କ ପଛରେ ରହିଛନ୍ତି ସେମାନଙ୍କର ଗଡ୍‌ ଫାଦର । ଯେଉଁ ମାନେ ଏଭଳି ରାଜନୈତିକ ହିଂସାକୁ ପ୍ରୋତ୍ସାହିତ କରିଥାନ୍ତି । ଏହାସହ ଗଣମାଧ୍ୟମର ନିରପେକ୍ଷ ରିପୋର୍ଟିଂ ନେଇ ଲୋକଙ୍କ ମଧ୍ୟରେ ଯେଉଁ ଧାରଣା ରହିଛି ତାହା ଅନୁଯାୟୀ ଗଣମାଧ୍ୟମ କାର୍ଯ୍ୟ କରିବା ଆବଶ୍ୟକ । ତେବେ ଆଗରୁ ରାଜନୀତିରେ ଯେଉଁଭଳି ଅଭିଜ୍ଞ ଓ ଶିକ୍ଷିତ ଲୋକ ଆସୁଥିଲେ ସେମାନଙ୍କ ସଂଖ୍ୟା ଏବେ କମିଛି । ରାଜନୈତିକ ଅସହିଷ୍ଣୁତା ବଢିଛି । ଏଭଳି ହିଂସା କାଣ୍ଡ ଆଗରୁ କେବେ ଦେଖାଯାଉନଥିଲା । ଏହା ସମ୍ଭବ ହୋଇଛି କେବଳ ରାଜନେତାଙ୍କ ସମର୍ଥନ ଯୋଗୁଁ । ରାଜନୈତିକ ହିଂସାକାଣ୍ଡକୁ ଆଇନ ଆନୁଯାୟୀ ଗୁରୁତର ସହ ନିଆଯାଉନାହିଁ। ସେଥିପାଇଁ ଅପରାଧୀଙ୍କ ସାହାସ ବଢ଼ିଛି । ଯାହାର ଶିକାର ହେଉଛନ୍ତି ସାଧାରଣ ଜନତା ଏବଂ ସାମ୍ବାଦିକ । ବରିଷ୍ଠ ସାମ୍ବାଦିକ ଡି.ଏନ ସିଂ ଏଭଳି ପ୍ରତିକ୍ରିୟା ଦେଇଛନ୍ତି । ସରକାରଙ୍କ ନିକଟରେ ସମ୍ବାଦିକଙ୍କ ସୁରକ୍ଷା ପାଇଁ ସାମ୍ବାଦିକ ଆଇନ ପ୍ରଣୟନ ପାଇଁ ଦାବି ରଖିଛନ୍ତି ବରିଷ୍ଠ ସାମ୍ବାଦିକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Feb 22, 2022, 2:12 PM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.