ETV Bharat / city

ବରିଷ୍ଠ ଆଇଏଏସ ଅଫିସର ବିଶାଳ ଦେବ ସମ୍ମାନିତ - IAS officer Vishal Dev

2011 ଜନଗଣନାରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଦୃଷ୍ଟାନ୍ତମୂଳକ ସେବା ପାଇଁ ବରିଷ୍ଠ ଆଇଏଏସ ଅଫିସର ବିଶାଳ ଦେବ ସମ୍ମାନିତ। ଅଧିକ ପଢନ୍ତୁ...

ବିଶାଳ ଦେବ
ବିଶାଳ ଦେବ
author img

By

Published : Jan 8, 2021, 9:24 AM IST

ଭୁବନେଶ୍ବର: ବରିଷ୍ଠ ଆଇଏଏସ ଅଫିସର ବିଶାଳ ଦେବ ସମ୍ମାନିତ। ଭାରତ ସରକାରଙ୍କ ପକ୍ଷରୁ 1996 ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ବିଶାଳ ଦେବଙ୍କୁ ମିଳିଛି ଏହି ସମ୍ମାନ।

ଭାରତ ସରକାରଙ୍କ ସମ୍ମାନଜନକ ରୌପ୍ୟ ପଦକ ଏବଂ ପ୍ରଶଂସାପତ୍ର ତାଙ୍କୁ ପ୍ରଦାନ କରାଯାଇଛି। ଗତ 2011 ଜନଗଣନାରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଦୃଷ୍ଟାନ୍ତମୂଳକ ସେବା ପାଇଁ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି ବିଶାଳ ଦେବ।

ଗୁରୁବାର ବିଏମସି ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ ପର୍ଯ୍ୟଟନ ବିଭାଗ କାର୍ଯ୍ୟାଳୟକୁ ଯାଇ ଔପଚାରିକତା ପୂର୍ବକ ବିଶାଳ ଦେବଙ୍କୁ ପଦକ ପିନ୍ଧାଇ ସମ୍ମାନିତ କରିଛନ୍ତି।

ସୂଚନାଯୋଗ୍ୟକି, 2010 ଅକ୍ଟୋବର 1 ତାରିଖରୁ 2012 ଜୁଲାଇ 31 ତାରିଖ ଯାଏ ବିଶାଳ ଦେବ ବିଏମସିର କମିଶନର ପଦବୀରେ ରହି ଜନଗଣନା କାର୍ଯ୍ୟ ସୂଚାରୁ ରୁପେ ତୁଲାଇ ଥିଲେ। ବିଜ୍ଞାନସମ୍ମତ ଭାବେ ନିୟମାବର୍ତୀ ହୋଇ ସମୟସୀମା ମଧ୍ୟରେ ଭୁବନେଶ୍ବର ମହାନଗର ଅଞ୍ଚଳରେ ପ୍ରତ୍ୟକସ୍ତରରେ ଜନଗଣନା ସୁପରିଚାଳନା ନିମନ୍ତେ ତାଙ୍କୁ ଏହି ସମ୍ମାନ ମିଳିଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.